ହେଡଲାଇନସ୍:

ଆଗାମୀ ନିର୍ବାଚନରେ ଓଡିଶାରେ ଭାଜପା ହିଁ ଏକମାତ୍ର ବିକଳ୍ପ : ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଭଜପାକୁ ହିଁ ଜିତାନ୍ତୁ: ଜୁଏଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ: କୌଣସି ଟଙ୍କା ପଇସାରେ ପ୍ରଭାବିତ ନ ହୋଇ ରାଜ୍ୟର ବିଜେଡି ଓ କଂଗ୍ରେସ ପ୍ରତି ଭୋଟ ନ ଦେଇ ଆଗାମୀ ନିର୍ବାଚନରେ ଓଡିଶାରେ ଭାଜପା ହିଁ ଏକମାତ୍ର ବିକଳ୍ପ ,ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଭାଜପାକୁ ହିଁ ଜିତାନ୍ତୁ ବୋଲି ଆଦିବାସୀ ଉନ୍ନୟନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଗଜପତି ଜିଲ୍ଲା ନୁଆଗଡ ବ୍ଲକର ଖଜୁରୀପଦା ସ୍ଥିତ କଲେଜ ସାମନା ପଡିଆରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ ଏହା କହିଛନ୍ତି ।

ଜିଲା ସଭାପତି ବି.ଭେଙ୍କେଟ ବାରଣାଙ୍କ ସଭାପତିତ୍ୱରେ କେନ୍ଦ୍ରମନ୍ତ୍ରୀ ଜୁଏଲଓରାମ ଆୟୋଜିତ ସାଧାରଣ ସଭାରେ ହଜାର ହଜାର ସଂଖ୍ୟାରେ ସମାବେତ ହୋଇଥିବା ସାଧାରଣ ଜନତାଙ୍କୁ ସେ କହିଥିଲେଯେ ଭାଜପା ଯାହା କହେ ତାହା କାର୍ଯ୍ୟରେ କରିକି ଦେଖାଇଥାଏ । ଆଗାମୀ ନିର୍ବାଚନରେ ଗଜପତି ଜିଲ୍ଲାରେ ଉଭୟ ୨ଟି ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ଲୋକ ସଭା ନିର୍ବାଚନ ମଣ୍ଡଳୀରେ ଆମକୁ ସହଯୋଗ କରି ଜିତାନ୍ତୁ ,ହେଲେ ରାଜ୍ୟ ତଥା ଜିଲ୍ଲାଞ୍ଚଳର ବିଭିନ୍ନ କ୍ଷେତ୍ରରେ ବିକାଶ ହୋଇପାରିବ ।

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସମାଲୋଚନା କରି କେନ୍ଦ୍ରମନ୍ତ୍ରୀ ଜୁଏଲରାମ କହିଥିଲେଯେ କେନ୍ଦ୍ର ସରକାର ରାଜ୍ୟର ବିକାଶ ପାଇଁ ଯାହା ବି ଅନୁଦାନ ଟଙ୍କା ଦେଇଛନ୍ତି, ତାହା ପର୍ଯ୍ୟାୟ କ୍ରମେ ରାଜ୍ୟ ସରକାର ଓ ତାପରେ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଆସି ଅଞ୍ଚଳର ବିକାଶ ପାଇଁ ପହଞ୍ଚିଥାଏ । ସେହି ଅନୁଦାନ ଟଙ୍କାକୁ ରାଜ୍ୟ ସରକାର ନିଜ ନାମରେ ଯୋଜନା କରି ବାହାବା ନେଇ କେନ୍ଦ୍ରର ଆସିଥିବା ଅନୁଦାନ ଟଙ୍କାକୁ ନିଜ ଦଳୀୟ ପ୍ରଚାରରେ ଖର୍ଚ୍ଚ କରୁଛନ୍ତି ।

କଗ୍ରେସ ମଧ୍ୟ ତାଙ୍କ ଶାସନ ଅମଳରେ ଯେଉଁ ସବୁ କେନ୍ଦ୍ରୀୟ ଯୋଜନା ଟଙ୍କା ଆସିଥିଲା ତାହା ନିଜ ଅଧିନରେ ରଖି ବିଭିନ୍ନ କ୍ଷେତ୍ରରେ  ଯୋଜନା କରି ଟଙ୍କା ଆଦାୟ କରି ଦୁର୍ନିତି କରୁଥିଲା । ତେଣୁ ରାଜ୍ୟରେ ଭଜପା ହିଁ ଏକମାତ୍ର ଶାସନର ବିକଳ୍ପ ଭାଜପା ପ୍ରାର୍ଥୀଙ୍କୁ ହିଁ ବହୁ ଭୋଟରେ ବିଜୟୀ କରାଇ କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ହାତମୁଠାକୁ କିବାକୁ ଆହ୍ୱାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପୁର୍ବତନ ବିଧାୟକ ଭରତ ପାଇକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନୀତାରାଣୀ ବେହେରା, ଜିଲ୍ଲା ପ୍ରଭାରୀ ସରୋଜ ସାବତ, ଜିଲା ଆଦିବାସୀ ମୋର୍ଚ୍ଚା ସଭାପତି ତ୍ରିନାଥ ଶବର, ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁପ୍ରଭା ମଣ୍ଡଳ, ଲୋକସଭା ପ୍ରଭାରୀ ପବିତ୍ର ଦାସ, ପୂର୍ବତନ ଜିଲ୍ଲା ସଭାପତି  ସିଦ୍ଧେଶ୍ୱର ମିଶ୍ର, ତ୍ରିପତି ନାୟକ, ଉଦୟଗିରି ବ୍ଲକ ଉପାଧ୍ୟକ୍ଷ ନବୀନ ରଇତ, ପ୍ରମୁଖ ମଞ୍ଚାସୀନ ରହି ନବୀନ ସରକାରଙ୍କ ସମସ୍ତ ଯୋଜନା ସହ ପିଠା ଓ କାଳିଆ ଯୋଜନାର ସମାଲୋଚନା କରି କେନ୍ଦ୍ର ସରକାରଙ୍କ ବିକାଶମୁଳକ ଯୋଜନା ଉପରେ କହିଥିଲେ ।

0
0
0
s2sdefault