ହେଡଲାଇନସ୍:

ଶ୍ରୀ ସତ୍ୟସାଇ ସେବା ସମିତି,ପକ୍ଷରୁ ବାଳ ବିକାଶ ସମାରୋହ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର (ଜୟଶଙ୍କର ଦାଶ) :- ସ୍ଥାନୀୟ ମୋଟରଙ୍ଗାପାଳ ଶିବମନ୍ଦିର ପ୍ରାଙ୍ଗଣରେ ସମିତିର ସମସ୍ତ ଭଜନ ମଣ୍ଡଳୀର ତରଫରୁ ବାଳବିକାଶ ସମାରୋହ ଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ଏଥିରେ ଷଠିପୁର, ବିରଜାପୁର, ଖଇରାବାଦ୍,ଗଣେଶ୍ୱରପୁର ସ୍କୁଲ, ମୋଟରଙ୍ଗାପାଳ ଓ ସାଇମନ୍ଦିର ବାଳବିକାଶ କେନ୍ଦ୍ରରୁ ଅନୁ୍ୟନ ୨୦୦ ବାଳକ ଓ ବାଳିକାମାନେ ଉପସ୍ଥିତ ରହି ବହୁ ଆଧ୍ୟାତ୍ମିକ ଓ ନୈତିକ ବୋଧକ କାର୍ଯ୍ୟକ୍ରମ କରିଥିଲେ । ଏତଦ୍ବ୍ୟତିତ ବହୁ ସାଇ ପ୍ରେମୀ ଓ ଦୂର ଦୂରାନ୍ତରୁ ଆସିଥିବା ଗ୍ରାମବାସୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଛୋଟ ଛୋଟ ପିଲାମାନେ ଆଗକୁ ଆସୁଥିବା ଶିବରାତ୍ରୀ ଉତ୍ସବ ନିମିତ ମନ୍ଦିର ଚତୁର୍ପାଶ୍ୱ ମଧ୍ୟ ସଫେଇ କରିଥିଲେ । ପ୍ରଥମେ ଓଁକାରମ୍ ଓ ଭଜନ କାର୍ଯ୍ୟକ୍ରମ ପରେ ପିଲାମାନଙ୍କ ମଧ୍ୟରେ  କୁଇଜ୍, ଡିବେଟ୍ ଓ ଭଜନ ମାଧ୍ୟମରେ ମୁ୍ୟଜିକ୍ ଚେୟାର କାର୍ଯ୍ୟକ୍ରମ କରାଯାଇଥିଲା । ସର୍ବ ଶେଷରେ ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ଛୋଟ ଛୋଟ ବାଳକ ବାଳିକାମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଶେଷ କରି ପିଲାମାନଙ୍କ ପ୍ରଚେଷ୍ଟାରେ ଏକ ଏକାଙ୍କିକା  ଉପସ୍ଥାପନ ହୋଇଥିଲା ଏବଂ ଏଥିରେ ଉପସ୍ଥିତ ସମସ୍ତେ ବହୁ ଆନନ୍ଦିତ ହୋଇଥିଲେ । 

ଉକ୍ତ ଉତ୍ସବକୁ ବରିଷ୍ଠ  ସଭ୍ୟ ଶ୍ରୀ ବିରଜା ପ୍ରସାଦ ବସୁ ଜ୍ୟୋତି ଆବାହନ କରି କାର୍ଯ୍ୟକ୍ରମ ଆରମ୍ଭ କରଥିଲେ । ଆବାହକ ଶ୍ରୀ ବିମ୍ବାଧର ଧଳ, ସହକାରୀ ଜିଲ୍ଲାପାଳ, ଶ୍ରୀ କୁଳମଣି ନାୟକ, ଅବସରପ୍ରାପ୍ତ ଅଧ୍ୟକ୍ଷ ରମାକାନ୍ତ ସାହୁ, ଅଭିମନୁ୍ୟ ମହାଳୀକ, କିଶୋର କୁମାର ସାହୁ, ଇନ୍ଦ୍ରନୀଳ ବସୁ ଆଧ୍ୟାତ୍ମିକ ସଂଯୋଜକ ଜଗନ୍ନାଥ ବେହେରା, ଶିକ୍ଷା ବିଭାଗ ଓ ମହିଳା ସଂଯୋଜକ ଶ୍ରୀମତି ଦିପ୍ତୀରାଣୀ ମହାପାତ୍ର ଓ ଶ୍ରୀମତି ଅପାରି ଅପରାଜିତା ଧଳ, ଉତମ ନାଏକ ଏବଂ ସର୍ବୋପରି ଲକ୍ଷ୍ମୀନାରାୟଣ ରାଉତ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସର୍ବଶେଷରେ ଉପସ୍ଥିତ ସମସ୍ତେ ପ୍ରସାଦ ସେବନ କରିଥିଲେ । 

 

0
0
0
s2sdefault