ହେଡଲାଇନସ୍:

ଗଙ୍ଗା ସଫା ରହିଲେ ଦେଶର ଲାଭ ହେବ - ଧର୍ମେନ୍ଦ୍ର ପ୍ରଧାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଦେଶର ସମସ୍ତ ସମ୍ପନ୍ନ ଲୋକମାନେ ମଧ୍ୟ ଗଙ୍ଗା ନଦୀକୁ ସ୍ୱଚ୍ଛ ରଖିବା ଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ

ନୂଆଦିଲ୍ଲୀ/ଭୁବନେଶ୍ୱର – ଗଙ୍ଗା ସଫା ରହିଲେ ଦେଶର ଲାଭ ହେବ । ସବୁ ସମସ୍ୟାର ଉତର ଗଙ୍ଗା ପାଖରେ ଅଛି ବୋଲି ନୂଆଦିଲ୍ଲୀ ଠାରେ ସ୍ୱଚ୍ଛ ଗଙ୍ଗା ଅଭିଯାନ ଅଧୀନରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହାସହ ଆଇଓସିଏଲ୍ ପରି ବ୍ୟବସାୟୀକ ସଂସ୍ଥାକୁ ଏପରି ପୂଣ୍ୟ କାମ ପାଇଁ ସୁଯୋଗ ଦେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଅବସରରେ ଗଙ୍ଗା ସଫେଇ ଅଭିଯାନ ପାଇଁ ଆଇଓସିଏଲ୍ ତରଫରୁ ୩୪ କୋଟି ଟଙ୍କାର ଆର୍ଥିକ ଅନୁଦାନ ସହ ଶ୍ରୀ ପ୍ରଧାନ ବ୍ୟକ୍ତିଗତ ଭାବେ ୧ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ।

ଶ୍ରୀ ପ୍ରଧାନ ଦେଶର ସମସ୍ତ ସମ୍ପନ୍ନ ଲୋକମାନେ ମଧ୍ୟ ଗଙ୍ଗା ନଦୀକୁ ସ୍ୱଚ୍ଛ ରଖିବା ଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଇଓସିଏଲ ବ୍ୟତିତ ଓଏନଜିସି ମଧ୍ୟ ଗଙ୍ଗାର ଉପôତି ସ୍ଥଳ ଗୋମୁକରେ ଉତରାଖଣ୍ଡ ସରକାର ସହ ମିଶି ସେଠାରେ ଅନେକ ବିକାଶମୂଳକ କାର୍ଯ୍ୟ କରୁଛି । ସେହିପରି ପାଟନାରେ ଆଇଓସିଏଲ ଏକ ଘାଟକୁ ନିର୍ମାଣ କରିବାର କାର୍ଯ୍ୟ କରୁଛି ।

ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଅନୁରୋଧ କରି କହିଛନ୍ତି ଯେ ଗଙ୍ଗାକୁ ସ୍ୱଚ୍ଛ କରିବା ପାଇଁ ଗଙ୍ଗା ଫଣ୍ଡ କରାଯାଇଛି  ଏବଂ ଏଥିପାଇଁ ଲୋକଙ୍କ ଜନଭାଗିଦାରୀର ମଂଚ ବନାଇିବାର କାମ ଆରମ୍ଭ କରାଯାଇଛି । ସେହିପରି ଏହାକୁ ସର୍ବସାଧାରଣ କରିବା ପାଇଁ ଏଥିପାଇଁ ଶ୍ରୀ ଗଡକରୀ କିଛି ବ୍ୟବସ୍ଥା କରନ୍ତୁ । କେବଳ ଆର୍ଥିକ ସାହାଯ୍ୟ ନୁହେଁ ବରଂ ଯଦି ସାଧାରଣ ବ୍ୟକ୍ତି ଗଙ୍ଗାକୁ ଯାଇ ସଫା କରୁଛି ଏହାର ବ୍ୟବସ୍ଥା ମଧ୍ୟ କରାଯିବା ଦରକାର । ଏପରି ଅଭିନବୀକରଣ ସହ ନୂତନ ଯୁବପୀଢି ମଧ୍ୟ କିପରି ଯୋଡିହେବେ ତାହାର ବ୍ୟବସ୍ଥା କରାଯାଉ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଭାରତ ତଥା ନୂଆ ଭାରତର ପରିଚୟ ପାଇଁ ଗଙ୍ଗାର ଅଭିଯାନକୁ ଯୋଡାଗଲା । ଗଙ୍ଗା ସମୃଦ୍ଧ ହେବା ପାଇଁ ଶ୍ରୀ ପ୍ରଧାନ କାମନା କରିଛନ୍ତି । 

0
0
0
s2sdefault