ହେଡଲାଇନସ୍:

"ଝାରସୁଗୁଡା ଏୟାରପୋର୍ଟ ଓଡିଶାର ନୂଆ ଅର୍ଥନୀତିକୁ ସମୃଦ୍ଧ କରିବ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡା ବିମାନବନ୍ଦରରୁ ସ୍ପାଇଶଜେଟ୍ ଟିକେଟ୍ ବିକ୍ରି ଶୁଭାରମ୍ଭ କଲେ ଧର୍ମେନ୍ଦ୍ର 

 ମାର୍ଚ୍ଚ ୩୧ରୁ ଝାରସୁଗୁଡାରୁ ଦିଲ୍ଲୀ, କୋଲକତା ଓ ହାଇଦ୍ରାବାଦକୁ ବିମାନସେବା

  ଏହି ବ୍ୟବସ୍ଥା ବିଶେତଃ ପଶ୍ଚିମ ଓଡିଶାକୁ ସୁବିଧା ଯୋଗାଇବ

 ଖୁବଶୀଘ୍ର ମୁମ୍ବାଇ, ଭୁବନେଶ୍ୱର ଓ ରାୟପୁରକୁ ହେବ ବିମାନସେବା

 ଭାରତର ଏୟାର ଫୋର୍ସ ଭାରତୀୟଙ୍କ ସମ୍ମାନ ଓ ମର୍ଯ୍ୟାଦା ବଢାଇଛି

JHARSUGUDA (BIKRAM KESHARI MAHAPATRA ) : ଉଡାନ-୩ ଯୋଜନାରେ ସ୍ପାଇଶ ଜେଟ୍ ତରଫରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଦେଶର ତିନୋଟି ଜାଗା ଯଥା ଦିଲ୍ଲୀ, କଲକୋତା ଓ ହାଇଦ୍ରାବାଦକୁ ଆଜି ଠାରୁ ଟିକେଟ୍ ବିକ୍ରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଆସନ୍ତା ମାର୍ଚ୍ଚ ୩୧ରୁ ଏହି ସବୁ ସ୍ଥାନରୁ ବିମାନ ସେବା ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡା ଏୟାରପୋର୍ଟର ନାମ ବୀର ସୁରେନ୍ଦ୍ର ସାଏ ନାମରେ ନାମିତ କରି ଏହାକୁ ଲୋକାର୍ପିତ କରିଥିଲେ । ଆଗାମୀ ଦିନରେ ଝାରସୁଗୁଡା ବିମାନବନ୍ଦରର ମୁମ୍ବାଇ, ଭୁବନେଶ୍ୱର ଓ ରାୟପୁର ସହ ମଧ୍ୟ ଯୋଡି ହେବ । ଝାରସୁଗୁଡା ଏୟାରପୋର୍ଟ ଦ୍ୱାରା ନୂଆ ଅର୍ଥନୀତି ଯୋଡାହେବା ସହ ନୂଆ ନୂଆ ଉଦ୍ୟୋଗ ମଧ୍ୟ ଯୋଡିହେବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଏଥିପାଇଁ ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ କୃତଜ୍ଞତା ଜଣାଇଛନ୍ତି । ନୂଆଦିଲ୍ଲୀ ଠାରେ ଝାରସୁଗୁଡା ବିମାନବନ୍ଦରରୁ ସ୍ପାଇଶଜେଟ୍ ଟିକେଟ୍ ବିକ୍ରିର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ପାଇଶ ଜେଟ୍ ଝାରସୁଗୁଡା- ଦିଲ୍ଲୀ- ଝାରସୁଗୁଡା, ଝାରସୁଗୁଡା- ହାଇଦ୍ରାବାଦ-ଝାରସୁଗୁଡା, ଝାରସୁଗୁଡା- କୋଲକାତା-ଝାରସୁଗୁଡା ୬ ଟି ଗନ୍ତବ୍ୟ ସ୍ଥାନକୁ ଯୋଡିବ । ପ୍ରତିଦିନ ବିମାନ ଦିନ ୧.୧୫ରେ ଦିଲ୍ଲୀରୁ ବାହାରି ୩.୧୦ ରେ ଝାରସୁଗୁଡାରେ ପହଁଚିବ । ସେହିପରି ଝାରସୁଗୁଡାରୁ ଅପରାହ୍ଣ ୩.୪୦ରେ ବିମାନ ବାହାରି ୫.୩୫ରେ ଦିଲ୍ଲୀରେ ପହଁଚିବ । ଅପରପକ୍ଷେ ବିମାନଟି ୪.୧୦ରେ ଝାରସୁଗୁଡାରୁ ବାହରି ହାଇଦ୍ରାବାଦରେ ସନ୍ଧ୍ୟା ୬.୦୦ରେ ପହଁଚିବ ଏବଂ ହାଇଦ୍ରାବାଦରୁ ସାଢେ ୬ଟାରୁ ଉଡାଣ କରି ଝାସରୁଗୁଡାରେ ରାତି ୮.୨୦ ସୁଦ୍ଧା ପହଁଚିଯିବ । କଲିକାତାରୁ ଅପରାହ୍ଣ ୨.୨୫ ରୁ ଉଡାଣ କରିବା ପରେ ୩.୫୦ ଝାରସୁଗୁଡା ପହଁଚିପାରିବ ଏବଂ ଝାରସୁଗୁଡାରୁ ରାତି ୮.୪୦ରେ ବାହାରି କଲିକତାରେ ରାତି ୧୦ଟାରେ ପହଁଚିବ ।

ଯାତ୍ରୀମାନଙ୍କ ପାଇଁ ଏହି ବ୍ୟବସ୍ଥା ଅନେକ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ଭାରତ ସରକାର ଭୁବନେଶ୍ୱରରେ ୯୦୦ କୋଟି ଟଙ୍କା ଖର୍ଚ୍ଚ କରି ନୂଆ ଟର୍ମିନାଲ ମଧ୍ୟ ନିର୍ମାଣ କରୁଛନ୍ତି ବୋଲି ସେ ସୂଚନା ଦେଇଥିଲେ । ଆଜି ଓଡିଶା ତଥା ପଶ୍ଚିମ ଓଡିଶା ପାଇଁ ବଡ ଭାବନାତ୍ମକ ଦିନ । ଏହି ବ୍ୟବସ୍ଥା ବିଶେତଃ ପଶ୍ଚିମ ଓଡିଶାକୁ ସୁବିଧା ଯୋଗାଇବ । ଗତ ଦୁଇ ଦିନ ହେବ ବାୟୁ ସେନାର ବହୁ ଚର୍ଚ୍ଚା ହେଉଛି । ଭାରତର ଏୟାର ଫୋର୍ସ ଭାରତୀୟଙ୍କ ସମ୍ମାନ ଓ ମର୍ଯ୍ୟାଦା ବଢାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

 

 

 

0
0
0
s2sdefault