ହେଡଲାଇନସ୍:

ଚାଷୀ, ଶ୍ରମିକ ତଥା  ସବୁ ମେହେନତି ମଣିଷଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଅହରହ ଚେଷ୍ଟିତ : ଶ୍ରମ ମନ୍ତ୍ରୀ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ/ଗୌରାଙ୍ଗ ଚରଣ ଦାଶ  :- ଆଜି ବରଗଡ଼ ଜିଲ୍ଲାର ସୋହେଲା ନିକଟସ୍ଥ  ହଲଦୀପାଲି ଗ୍ରାମଠାରେ ଜିଲ୍ଲା ଶ୍ରମ ବିଭାଗ ଦ୍ଵାରା ବିଭିନ୍ନ ଯୋଜନାରେ ହିତାଧିକାରୀ ମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କର ଶ୍ରମ ତଥା ଶକ୍ତି ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ , ବିଜେପୁର ବିଧାୟିକା ଶ୍ରୀମତି ରିତା ସାହୁ ବିଜେପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ମାନିନୀ ଭୋଇ, ଗାଇସିଲେଟର ବିଶିଷ୍ଟ ସମାଜସେବୀ କୀର୍ତ୍ତନ ଦାଶଙ୍କ ଉପସ୍ଥିତିରେ  ଉକ୍ତ କାର୍ଯକ୍ରମକୁ ଜିଲ୍ଲା ଶ୍ରମ ଅଧିକାରୀ ହେମନ୍ତ କୁମାର ପ୍ରଧାନ ଏହି କାର୍ଯକ୍ରମକୁ ପରିଚାଳନ କରିଥିଲେ । ଏହି କାର୍ଯକ୍ରମରେ ମାନ୍ୟବର  ମନ୍ତ୍ରୀ ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ସହାୟତା ଓ ସୁବିଧା ବାବଦରେ ଉପସ୍ଥିତ ଜନସାଧାରଣ ଓ ହିତାଧିକାରୀ ମାନଙ୍କୁ ଅବଗତ କରାଇଥିଲେ | ଶ୍ରମ ବିଭାଗ ଦ୍ଵାରା ମିଳୁଥିବା ସହାୟତା ଓ ସୁବିଧା ପାଇଁ ହିତାଧିକାରୀ ମନେ କୋଣସି ଦଲାଲକୁ କୋଣସି ପ୍ରକାର ଅର୍ଥ ଦେବାକୁ ମନ୍ତ୍ରୀ ଶ୍ରୀ ସିଂ ଉପସ୍ଥିତ ଜନତାଙ୍କୁ ମନା କରିଥିଲେ । ମାନ୍ୟବର ମନ୍ତ୍ରୀ କହିଥିଲେ ଯେ କିଛି ଖଲ ପ୍ରକୃତିର ଲୋକ ଶ୍ରମ ବିଭାଗରେ କାମ କରାଇଦେବା ନାମରେ ଗରିବ ଲୋକମାନଙ୍କର ଠାରୁ ହଜାର ହଜାର ଟଙ୍କା ଠକି ନେଉଥିବା ଅଭିଯୋଗ ଆସିଛି । ଏହି ଭଳି ଲୋକଙ୍କୁ ଦେଖିଲେ ତୁରନ୍ତ  ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି ମନ୍ତ୍ରୀ ଶ୍ରୀ ସିଂ । ଆଜି ଏହି କାର୍ଯକ୍ରମରେ ବିଜେପୁର ନିର୍ବାଚନ ମଣ୍ଡଳୀର ଗାଇସିଲେଟ , ବିଜେପୁର ଓ ବରପାଲି ର ହିତାଧିକାରୀ ମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥିଲା। । ଏଥିରେ 659 ଜଣଙ୍କୁ ଶିକ୍ଷା ପାଇଁ ସହାୟତା , 76 ହିତାଧିକାରୀଙ୍କୁ ନିଜର ଝିଅ ବାହାଘର ପାଇଁ ପ୍ରତ୍ୟେକ ଙ୍କୁ 25 ହଜାର ଟଙ୍କାର ସହାୟତା, 11 ଜଣ ହିତାଧିକାରୀଙ୍କୁ ପ୍ରସବକାଳୀନ ସହାୟତା ତଥା 1645 ଜଣଙ୍କୁ ସାଇକେଲ ପ୍ରଦାନ କରାଯାଇଥିଲା । ଚାଷୀ, ମେହନତୀ ମଣିଷଙ୍କ ମଙ୍ଗଳ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅହରହ ଉଦ୍ୟମରତ ଅଛନ୍ତି | ଶ୍ରମ ବିଭାଗ ଦ୍ଵାରା ଶ୍ରମିକମାନଙ୍କୁ ଆଗାମୀ ଦିନରେ ଆହୁରି ଅନେକ ପ୍ରକାରର ସୁବିଧା ସୁଯୋଗ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ସରକାର ହାତକୁ ନେବେ ବୋଲି ମନ୍ତ୍ରୀ  ଶ୍ରୀ ସିଂ ଉପସ୍ଥିତ ଜନତାଙ୍କୁ ଅବଗତ କରାଇଥିଲେ । ଏହି କାର୍ଯକ୍ରମରେ ପ୍ରାୟ 2400 ହିତାଧିକାରୀଙ୍କ ସହିତ ବହୁ ସଂଖ୍ୟାରେ ସାଧାରଣ ଜନତା ଯୋଗ ଦେଇ ଥିଲେ ।।

 

0
0
0
s2sdefault