ହେଡଲାଇନସ୍:

"କାଳିଆର ପରିସୀମାକୁ ବ୍ୟାପକ କରାଯିବ, ବନ୍ଦ କରିବାର ପ୍ରଶ୍ନ ହିଁ ଉଠୁନି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ରାୟଗଡା ଜିଲ୍ଲା ଗସ୍ତ 

 ମହିଳା ସଶକ୍ତିକରଣ ସମାବେଶରେ ଯୋଗଦାନ ।

ରାୟଗଡାରୁ ସରୋଜ କୁମାର ସାହୁ :  ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ  ରାୟଗଡା ଜିଲ୍ଲା ଗସ୍ତରେ ଆସିଥିଲେ | ନିର୍ଦ୍ଧାରିତ ସମୟରୁ ପ୍ରାୟ ୨ଘଣ୍ଟା ବିଳମ୍ବରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ ।  ବିଳମ୍ବରେ ପହଂଚିବା ହେତୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ କ୍ଷମା ମାଗିଥିଲେ । ଏହି କାର୍ଯ୍ୟକ୍ରମ ରାୟଗଡା ସ୍ଥିତ ଖଲିଗୁଡା ନିକଟରେ ଥିବା GIST ଇଂଜିନିୟରିଂ କଲେଜ ସମ୍ମୁଖରେ ଥିବା ପଡ଼ିଆରେ ପହଞ୍ଚିଥିଲେ । ପ୍ରଥମେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫୩୨ କୋଟି ୫୮ ଲକ୍ଷ ୫୧ ହଜାର ଟଙ୍କା ବ୍ୟୟ ଅଟକଳ ରେ ୪୮ ଗୋଟି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ଓ ୨୪୦ କୋଟି ୮୪ ଲକ୍ଷ ୩୭ ହଜାର ଟଙ୍କା ବ୍ୟୟରେ ନିର୍ମିତ ୪୧ ଗୋଟି ପ୍ରକଳ୍ପର ଲୋକାର୍ପଣ କରିଥିଲେ । ତା ପରେ ୧୫୦୦ ଜଣ ନିର୍ମାଣ ଶ୍ରମିକ ମାନଙ୍କୁ ସାଇକେଲ ପ୍ରଦାନ, ୧୧୮୯ ଜଣଙ୍କୁ ମଧୁବାବୁ ପେନସନ ପ୍ରଦାନ, ୧୨୯୭ ଜଣଙ୍କୁ ନୂତନ ଏବଂ ପୂରାତନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏବଂ ଡିଜିଟାଲ ସଶକ୍ତିକରଣ ରେ ୬୭୩୫ ଗୋଟି ଏସ ଏଚ ଜି, ସିଡ ମନି ବଣ୍ଟନ ରେ ମୁଖ୍ୟମନ୍ତ୍ରୀଙ୍କର ପ୍ରାପ୍ତି ସ୍ୱୀକାର ବାର୍ତ୍ତା ଓ ୧୪୪ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଶନ ଶକ୍ତି ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କାଳିଆ ଯୋଜନାର ପରିସୀମାକୁ ଆହୁରି ବ୍ୟାପକ କରାଯିବ | ଏହି ଯୋଜନାକୁ ବନ୍ଦ କରିବାର ପ୍ରଶ୍ନ ହିଁ ଉଠୁନି ଓ କହିଥିଲେ ଯେ ଏସଏଚଜି ଗ୍ରୁପ କୁ ଶୂନ ପ୍ରତିଶତ ବ୍ୟାଜରେ ଋଣ ଯୋଗାଇ ଦିଆଯିବ। ଏହି ସମାବେଶରେ ମିଶନ ଶକ୍ତିର ପ୍ରାୟ ଏକ ଲକ୍ଷ ମହିଳା ଯୋଗ ଦେଇଥିଲେ । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ୨୪ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ, ପର୍ଯ୍ୟବେକ୍ଷକ ବିଧାୟକ ସଞ୍ଜୟ ଦାଶ ବର୍ମା, ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ଲୋକସଭା ସାଂସଦ ଝିନ ହିକକା ଓ ଜିଲ୍ଲାର ସମସ୍ତ ଦଳିଅ କର୍ମକର୍ତ୍ତା, ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଓଏଏସ ( ଏସଏଜି) ରାୟଗଡା ଆରକ୍ଷୀ ଅଧିକ୍ଷକ ଶରବନା ଭିବେକ ଏମ, ଆଇପିଏସ, ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ, ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

0
0
0
s2sdefault