ହେଡଲାଇନସ୍:

ଗୁଣି ସନ୍ଦେହରେ ବିଭତ୍ସ ପରିଣତି : ୩ଜଣଂକୁ ନିର୍ମମ ହତ୍ୟା, ପୁରୁଷ ଶୁନ୍ୟ ଗାଁରେ ନୀରବତାର ରାଜୁତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁରରୁ ସିଦ୍ଧାର୍ଥ ଦାଶ :  ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡର ଉକୁମ୍ବାଗୁଡା ଠାରେ ଗୋଟିଏ ପରିବାର ର ସ୍ୱାମୀ-ସ୍ତ୍ରୀ ସମେତ ଅନ୍ୟ ଜଣେ  (୭୬ ବର୍ଷିୟ) ବୃଦ୍ଧାକୁ ର୍ନିମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । 

ତିନି ଦିନ ତଳେ ଗତ ୨୩ ତାରିଖ ରାତିରେ ଘଟିଥିବା ଏହି ଘଟଣା ପରେ ମଙ୍ଗଳବାର ଗାଁକୁ ଗୁଣପୁର ପୁଲିସ ସମେତ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ଦଳ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି । ରିପୋର୍ଟ ଅନୁସାରେ ଉକୁମ୍ବା ଗୁଡା ବଡ ସାହିରେ ରହୁଥିବା ଗୋପାଳ ଶବର (୪୫) ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଶବର(୪୦)ଙ୍କୁ ଗତ ୨୪ ତାରିଖ ରାତି ୧୦ଟା ସମୟରେ ଘରୁ ବାହାରକୁ ଟାଣି ନେଇ ଗାଁ ଦାଣ୍ଡ ବାବୁ ଦେବତା ପାଖରେ ହତ୍ୟା କରିଥିଲେ । 

ଗାଁ ଲୋକ ପ୍ରାୟ ୩୦ ରୁ ୪୦ ଲୋକ ଏକାଠି ହୋଇ ଏକ କ୍ରିକେଟ ବ୍ୟାଟରେ ପିଟିପିଟି ହତ୍ୟା କରିଥିବା ମୃତ ଗୋପାଳଙ୍କ ଝିଅ ଶୋବିତା ଶବର କହିଛନ୍ତି । ଏହା ସମେତ ଗାଁର ୭୬ ବର୍ଷର ବୃଦ୍ଧା ଜାଙ୍ଗିଲି ଶବରଙ୍କୁ ମଧ୍ୟ ସେମାନେ ଏହି ଅଭିଯୋଗରେ ହତ୍ୟା କରିଥିବା ଶୋବିତା ଅଭିଯୋଗ କରିଛି । 

ପରିବାର ପକ୍ଷରୁ ସୋମବାର ଥାନାରେ ଏତଲା ଦେବା ପରେ ପୁଲିସ ଅନୁସନ୍ଧାନ ଆରମ୍ଭ କରିଥିଲା । ଏହି ଘଟଣା ପୁର୍ବରୁ ଗାଁରେ ଜଣେ ରୋଗାକ୍ରାନ୍ତ ହୋଇ ମରିଯିବା ପରେ ଗାଁ ଲୋକଙ୍କ ଭିତରେ ଏହି ସନ୍ଦେହ ଜାତ ହୋଇଥିଲା । 

ଯେଉଁଥି ପାଇଁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି । ଘଟଣା ଘଟିବା ରାତିରେ ଘରେ ଗୋପାଳ ଶବରଙ୍କ ୧୧ ବର୍ଷିଅ ପୁଅ ଉପସ୍ଥିତ ଥିଲା । ତା’ର ବୟାନକୁ ଭିତ୍ତିକରି ପୁଲିସ ହତ୍ୟା ହୋଇଥିବା ସନ୍ଦେହ କରୁଥିଲେ ମଧ୍ୟ ସେହି ତିନି ଜଣଙ୍କୁ କେଉଁଠି ଲୁଚାଇ ରଖାଯାଇଛି ନା ସତରେ ପରିବାର ଲୋକ କହିବା ଭଳି ହତ୍ୟା କରାଯାଇଛି ସେନେଇ ପୁଲିସ ଅଧିକ ଅନୁସନ୍ଧାନ ଚଳାଇଛି । ଏଯାଏଁ ପୁଲିସକୁ ଠିକ ପ୍ରମାଣ ମିଳିପାରି ନାହିଁ । ଗାଁରେ କାଁ ଭାଁ କେତେଜଣ ମହିଳା ଦେଖାଯାଉ ଥିଲେ ହେଁ ପୁରୁଷ ଶୂନ୍ୟ ହୋଇଯାଇଛି ।

 

0
0
0
s2sdefault