ହେଡଲାଇନସ୍:

ଘର ଡିହ ପଟ୍ଟା ପ୍ରତିଶୁତି ପ୍ରହସନ, ଜିଲ୍ଲା ପ୍ରଶାସନ ଉଦାସୀନ : ଆତ୍ମାହୁତି ଦେବେ ଗରିବ ବ୍ରାହ୍ମଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣୁପୁର :  ରାଜ୍ୟ  ସରକାରଙ୍କ ପକ୍ଷ୍ୟରୁ ଗରିବ ଗୃହହୀନ ଏବଂ ସରକାରି  ଜମି ଅଧିଗ୍ରହଣ କରିଥିବା ଗରିବୀ ପରିବାରଙ୍କୁ ଘର ଡିହ ଯୋଗାଇଦେବା ନିମନ୍ତେ ପ୍ରସ୍ତୁତ ଯୋଜନାରୁ ବାଦ୍ ପଡ଼ିଛନ୍ତି ରାୟଗଡ଼ା ଜିଲ୍ଲା ଗୁଣପୁର ମୁନିସିପାଲିଟି ଅନ୍ତର୍ଗତ ଶବର ବିହାର ଠାରେ ବାସ୍ କରୁଥିବା ଗରିବୀ ବ୍ରାହ୍ମଣ ପୂର୍ଣ୍ଣ ଚନ୍ଦ୍ର ଦାସ ଙ୍କ ପରିବାର। ରାୟଗଡ଼ ଜିଲ୍ଲା ଗୁଣପୁର ସହରାଞ୍ଚଳରେ ଥିବା ବର୍ତ୍ତମାନର ଶବର ବିହାର ଅଞ୍ଚଳରେ ଦୀର୍ଘ 15 ବର୍ଷ ରୁ ଉର୍ଦ୍ଧ ହେବ ସରକାରୀ ଜମିରେ ଘରଟିଏ କରି ବାସ୍ କରୁଛନ୍ତି ପୂର୍ଣ୍ଣ ଚନ୍ଦ୍ର ଙ୍କ ପରିବାର। ଜଣେ ଗ୍ରୀନ କାର୍ଡ ଧାରୀ ପରିବାର ହୋଇଥିବାରୁ ତାଙ୍କୁ ଏହି ସ୍ଥାନରେ ଘରଟିଏ କରିବା ପାଇଁ ସରକାରଙ୍କ ପକ୍ଷରୁ ତତ୍କାଳୀନ ତହସିଲଦାର ଏହି ଜମିଟି ଦେଇ ଥିଲେ । ଏହାକୁ ଅଧିଗ୍ରହଣ ପୂର୍ଣ୍ଣ ଚନ୍ଦ୍ର ସେବେ ଠାରୁ ସରକାରୀ ଖଜଣା ବାନ୍ଧି ଆସୁଛନ୍ତି। ସରକାର ଜମି ଅଧିଗ୍ରହଣ କାରୀଙ୍କ ନାମରେ ଜମି ପଟ୍ଟା ନମୋଦ  କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ସିଟ୍ରେନ୍ କମ୍ପାନୀ ମାଧ୍ୟମରେ ଡ୍ରୋନ କେମେରା ଦ୍ଵାରା ଏହି ଅଞ୍ଚଳର ଫଟୋ ଉଠାଇବା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା। ଉଠା ଯାଇଥିବା ଏହି ଫଟୋ ଗୁଡିକ ଜିଲ୍ଲାପାଳଙ୍କ ଠାରୁ ଗୁଣପୁର ମୁନିସିପାଲିଟିକୁ ଆସିବା ପରେ ଉଷା କମ୍ପାନୀର ଜଣେ ପ୍ରତିନିଧି ଘର ଗୁଡିକ ସର୍ଭେ କରିଥିଲେ। ଏହି ସମୟରେ ଉକ୍ତ ଫଟୋ ଉଠାରେ ପୂର୍ଣ୍ଣଚନ୍ଦ୍ରଙ୍କ ଘରର ଫୋଟ ଉଠି ନଥିବା ଜାଣି ପାରି ସେ ତତ୍କାଳୀନ ଉପଜିଲ୍ଲାପାଳ ଆମ୍ରିତ ଋତୁରାଜଙ୍କ ଦ୍ୱାରସ୍ଥ ହୋଇ ଗୁହାରି କରିଥିଲେ। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମୁନିସିପାଲିଟି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଙ୍କ ଘର ସର୍ଭେ କରିବା ପରେ ସର୍ଭେ ଚିର କୁଟ ରସିଦ୍ ର ନମ୍ବର 225 କ୍ରମିକ କ୍ରମେ ତାଙ୍କ ନାମ ବସ୍ତି ବାସୀଙ୍କ ସର୍ଭେ ରିପୋର୍ଟ୍ ରେ ରହିଥିଲା। ତହସିଲ୍ କାର୍ଯ୍ୟାଳୟ ପକ୍ଷରୁ ଶବର ବିହାର ର ଗୃହ ଗୁଡିକ ମପାଯିବା ସମୟରେ ପୂର୍ଣ୍ଣ ଚନ୍ଦ୍ର ଙ୍କ ବସତି ଗୃହ ମାପା ଯାଇ ଏହାର ପରିସୀମା 70  ଫୁଟ ଲମ୍ବ ଏବଂ 10 ଫୁଟ ଓସାର ଭାବେ ମାପ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ, ରେକର୍ଡ କରାଯିବା ସମୟରେ କେବଳ ଏହାଙ୍କ ବ୍ୟବହୃତ ଲାଟିନ୍ ର ପରିସୀମା 62 ବର୍ଗ  ଫୁଟକୁ ନମୋଦ କରାଯାଇ ଅବଶିଷ୍ଠାଂଶକୁ ରେକର୍ଡ଼ ରୁ ବାଦ୍ କରାଯାଇଥିବା ପୂର୍ଣ୍ଣ ଚନ୍ଦ୍ର ଅଭିଯୋଗ କରିଛନ୍ତି । ରାମନଗୁଡ଼ା ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରୋକଷ୍ଠରେ ଭେଟି ଉକ୍ତ ଘଟଣାକୁ ଉପସ୍ଥାପନ କରି ଏକ ଲିଖିତ ଅଭିଯୋଗ ଦେଇ ଥିଲେ। ଏହା କ୍ରମେ ପୁନରପି ଗୁଣପୁର ତହସିଲ୍ କର୍ମକର୍ତ୍ତା ଶବର ବିହାର ଠାରେ ପହଞ୍ଚି ପୂର୍ଣ୍ଣ ଚନ୍ଦ୍ର ଙ୍କ ବସତି ଘର ମାପ କରି ଏହା 40 ଫୁଟ ଲମ୍ବ 10. 2 ଇଞ୍ଚ ଓସାର ଥିବା ଦର୍ଶାଇ ଥିଲେ ବରମ୍ବାର ପ୍ରଶାସନ ନିକଟକୁ ଦୌଡ଼ି ବା ପରେ ମଧ୍ୟ  ପୂର୍ଣ୍ଣ ଚନ୍ଦ୍ର ଙ୍କୁ ପଟ୍ଟା ପ୍ରଦାନ କରିବାରେ ଜିଲ୍ଲାଧିକାରୀ ଓ ସ୍ଥାନୀୟ ପ୍ରଶାସନ ଅହେତୁକ ବିଳମ୍ବ ଓ ଚକ୍ରାନ୍ତ କରୁଥିବା ପୂର୍ଣ୍ଣ ଚନ୍ଦ୍ର ଅଭିଯୋଗ କରିଛନ୍ତି। ଆଗାମୀ ଦୁଇ ମାସ ମଧ୍ୟରେ ଏନେଇ ଯଦି ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ପୂର୍ଣ୍ଣ ଚନ୍ଦ୍ର ପ୍ରଶାସନିକ  କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

0
0
0
s2sdefault