ହେଡଲାଇନସ୍:

ଯାଦବ ସମାଜପକ୍ଷରୁ ପଦ୍ମପୁରରେ ପ୍ରାର୍ଥୀ ହେବେ ରାଜୁ ଘିବେଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ପଦ୍ମପୁର/ ନୀଳ ଦୀପ :  ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନରେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ଯାଦବ ସମାଜ ପକ୍ଷରୁ ବିଧାୟକ ପ୍ରାର୍ଥୀ ଦିଆଯିବ । ଏଥିପାଇଁ ଜିଲ୍ଲା ଯାଦବ ସାଂସ୍କୃତିକ ସମାଜ ପକ୍ଷରୁ ପଦ୍ମପୁର ମାରୱାଡ଼ି ଧର୍ମଶାଳାଠାରେ ନିର୍ବାଚନ ସଂକ୍ରାନ୍ତୀୟ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ନିଷ୍ପତ୍ତି ଅନୁସାରେ ସର୍ବସମ୍ମତିକ୍ରମେ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଯାଦବ ସମାଜ ପକ୍ଷରୁ ଟାଣୁଆ ଯୁବନେତା ରାଜୁ ଘିବେଲାଙ୍କୁ ପ୍ରାର୍ଥୀ କରାଯିବ ବୋଲି ସର୍ବସମ୍ମତି ନିଷ୍ପତ୍ତି ହୋଇଥିଲା । ସୂଚନାଯୋଗ୍ୟ ଯେ, ପୂର୍ବରୁ ଅନୁଷ୍ଠିତ ହୋଇଥିବା ନିର୍ବାଚନ ଗୁଡ଼ିକରେ ପ୍ରମୁଖ ରାଜନୈତିକ ଦଳମାନେ ଯାଦବ ସମାଜର ପ୍ରାର୍ଥୀମାନଙ୍କୁ ଉପେକ୍ଷା କରିବା ସହ ଟିକେଟ ଦେଉନାହାଁନ୍ତି । ଯଦ୍ୱାରା କି ଯାଦବ ସମାଜର ରାଜନୈତିକ ସ୍ଥିତି କ୍ଷୂର୍ଣ୍ଣ ହେଉଛି । ଏଣୁ ଆଗାମୀ ନିର୍ବାଚନରେ ଯାଦବ ସମାଜର ଭୂମିକା କିପରି ଦୃଢ଼ ସ୍ଥିତିରେ ରହିବ ସେ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ପଦ୍ମପୁର ରେ ରାଜୁ ଘିବେଲାଙ୍କୁ ପ୍ରାର୍ଥୀ କରାଯିବା ସହ କିପରି ଭାବେ ସମାଜରେ ଏକତା ରକ୍ଷା କରି ସମସ୍ତ ଯାଦବ ଭାଇ ଭଉଣୀମାନେ ତାଙ୍କ ସପକ୍ଷରେ ସକ୍ରିୟ ଅଂଶଗ୍ରହଣ କରିବେ ସେଥିପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ଯାଦବ ସମାଜର ଜିଲ୍ଲା ସଭାପତି ଲମ୍ବୋଦର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ବୈଠକକୁ ସଂଯୋଜନା କରିଥିଲେ ଜିଲ୍ଲା ସାଧାରଣ ସଂପାଦକ ରାମନାରାୟଣ ଭୋଇ, ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାର୍ଥୀ ହେବାକୁଥିବା ଟାଣୁଆ ଯୁବନେତା ରାଜୁ ଘିବେଲାଙ୍କ ସହିତ କାର୍ଯ୍ୟକାରୀ ସଭାପତି ଖାଡ଼ିଆ ବଗର୍ତ୍ତି, ଅମୃତଲାଲ ବନଛୋର, କେଶବ ଜାଲ, ପବିତ୍ର ବାଗ, ସୁରେଶ୍ୱର ଭୋଇ ପ୍ରମୁଖ ମଞ୍ଚାସିନ ରହି ନିଜର ସୁଚିନ୍ତିତ ମତାମତମାନ ପ୍ରଦାନ କରିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରମଣୀ ଷାଣ୍ଢ, ଝସକେତନ ମାଝୀ, ସନ୍ତୋଷ ଭୋଇ, ରାମଚନ୍ଦ୍ର ହାତି, ବନମାଲି ଚନ୍ଦନ, ସୁବାଶ ହଂସ, ଭକଳ ହଂସ, ହାରାଧନ ବାଗ, ପ୍ରକାଶ ଭୋଇ, ନରେନ୍ଦ୍ର ଜାଲ, ଚିତ୍ତ ପାଣ୍ଢେ, ଆର୍ତ୍ତ ପାଣ୍ଢେ, ଗଣପତି ବଗର୍ତ୍ତି, ସତୃଘ୍ନ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।  

 

0
0
0
s2sdefault