ହେଡଲାଇନସ୍:

ଵିଵାଦୀୟ ଜିଏମଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବାରୁ ସମିତିର  ସ୍ୱାଗତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦଶମାଇଲରେ ଦୁଗ୍ଧ ସମବାୟ ସମିତିର ବୈଠକ

ସୋହେଲା(ଶାସକପ୍ରଶାସକ)-ସୋହେଲା ନିକଟସ୍ଥ ଦଶମାଇଲଛକଠାରେ ଆଜି ଦୁଗ୍ଧ ସମବାୟ ସମିତି ଓ ଚାଷୀମାନଙ୍କର ଏକ ବୈଠକ ଅନୁଷ୍ଠିତ  ହୋଇଥିଲା । ଏଥିରେ ଗୁଡେଶିରା ଦୁଗ୍ଧ ସମବାୟ ସମିତର ସଭାପତି ଭୀମ ବାରିକଙ୍କ ସଭାପତିତ୍ୱ କରିଥିଲେ । ଏଥିରେ ସମ୍ବଲପୁର ସମଲେଶ୍ୱରୀ ଆଂଚଳିକ ଦୁଗ୍ଧ ଉତ୍ପାଦକ  ସଂଘର ଜିଏମଙ୍କ ବେଆଇନ କାର୍ଯ୍ୟ ତଥା ସୋହେଲା ଅଂଚଳରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ନାନା ପ୍ରକାର ନିର୍ଯାତନା ଦେବା ନେଇ ଆଲୋଚନା ହୋଇଥିଲା । ସଂପୃକ୍ତ ମହିଳା କର୍ମଚାରୀ ଜିଏମଙ୍କ ବିରୋଧରେ ସମଲେଶ୍ୱରୀ ଆଂଚଳିକ ଦୁଗ୍ଧ  ଉତ୍ପାଦକ ସଂଘର ପରିଚାଳନା ପରିଷଦକୁ ରେଜିଷ୍ଟି୍ର ଚିଠି ମାଧ୍ୟମରେ ଅଭିଯୋଗ କରିଥିଲେ । ବୋର୍ଡରେ ଏନେଇ ଗତ ୨୩ ତାରିଖ ଦିନ ବୈଠକ ଅନୁଷ୍ଠିତ  ହୋଇ  ସଂପୃକ୍ତ ଜିଏମଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବାରୁ ଏହି ବୈଠକରେ ବିଭିନ୍ନ ଦୁଗ୍ଧ ସମବାୟ ସମିତିରୁ ଆସିଥିବା କର୍ମକର୍ତା ଓ ଚାଷୀମାନେ ବୋର୍ଡର ନିଷ୍ପତିକୁ ସ୍ୱାଗତ କରିଥିଲେ । ସଂପୃକ୍ତ ଜିଏମଙ୍କ ଏତାଦୃଶ ଆପତିଜନକ ବ୍ୟବହାର ଯୋଗୁଁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଏହି ବୈଠକରେ ବିଭିନ୍ନ ଦୁଗ୍ଧ ସମବାୟ ସମିତିରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏଥିରେ ସୋହେଲା ଦୁଗ୍ଧ ମାର୍ଗ,ବିଛୁଆଁ ଦୁଗ୍ଧ ମାର୍ଗ ଓ ଭଟଲି ଦୁଗ୍ଧ ମାର୍ଗରେ ଥିବା ବିଭିନ୍ନ ଦୁଗ୍ଧ ସମବାୟ ସମିତିର ସଭାପତି ଓ ଚାଷୀମାନେ ଯୋଗ ଦେଇଥିଲେ । ଏହି ବୈଠକରେ ରେଂଗାଲି ଦୁଗ୍ଧ ସମବାୟ ସମିତିର ସଭାପତି ଗଜରାଜ ବାଗ,ବନ୍ଧପାଲିର ସଭାପତି ଧର୍ମେନ୍ଦ୍ର ଥପା,ଭଟଲି ସଭାପତି ପାରେଶ୍ୱର ନାଏକ,ଚଢେ଼ଇ ଗାାଁ ସଭାପତି ଆନନ୍ଦ ସାହୁ,ବଡମାଲ ସଭାପତି ଆଦିତ୍ୟ ବୁଧିଆ,ଲେଖାପଥର ସଭାପତି ମହକି ପଧାନ ପ୍ରମୁଖ ଯୋଗଦେଇ ଏହି ବୈଠକରେ  ଆଲୋଚନା କରିଥିଲେ । ଶେଷରେ ସଂଗୀତ ଭୋଇ ଧନ୍ୟବାଦ ଦେଇଥିଲେ । 

 

0
0
0
s2sdefault