ହେଡଲାଇନସ୍:

ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ଜନଜାତି ସମାବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡରୁ ଜିଲ୍ଲା ପ୍ରତିନିଧି ହୋରାଚାନ୍ଦ ଦେଉରିଆ -ଆଜି ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ଭବାନୀଭବନ ପଡ଼ିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିଶାଳ ଜନଜାତି ସମାବେଶ ଅନୁଷ୍ଠିତ ହୋଇଯାଇଛି | ଏହି ସମାବେଶରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସ ଜରିଆରେ ସୁନ୍ଦରଗଡ଼ ଆଦିବାସୀଙ୍କ ସହ ବାର୍ତ୍ତାଳାପ  କରିଥିଲେ | ଏହି ଅବସରରେ ଜନଜାତିଙ୍କ ସର୍ବବିଧି ଉନ୍ନତି ପାଇଁ ଓଡ଼ିଶା ସରକାରଙ୍କ ପ୍ରତିଶ୍ରୁତି ବଦ୍ଧତା ସମ୍ପର୍କରେ ସେ ସୂଚନା ଦେଇଥିଲେ | ଆଦିବାସୀଙ୍କ କଲ୍ୟାଣ ପାଇଁ ତାଙ୍କ ସରକାର ସବୁବେଳେ ଉଦ୍ୟମ କରି ଆସିଛି ବୋଲି କହିଥିଲେ | ଏହି କାର୍ଯ୍ୟକ୍ରମରେ ପାରମ୍ପରିକ  ଲୋକନୃତ୍ୟ ଓ ଗୀତରେ ପରିବେଷଣ  ହୋଇଥିଲା :  ଆୟୋଜିତ ସମାବେଶରେ ଜିଲ୍ଲାପାଳ ରଶ୍ମିତା ପଣ୍ଡା ଯୋଗ ଦେଇ ଜନଜାତିଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଯୋଜନାଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ ` 

 ସମାବେଶରେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର  ଅଧକ୍ଷା କୁସୁମ ଟେଟେ ଅଧ୍ୟକ୍ଷତାକରି ଗଣମାଧ୍ୟମ ଆଗରେ ଜନଜାତିଙ୍କ ଉନ୍ନତି ପାଇଁ ପରିଷଦ ଦ୍ଵାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିଷଦ ବିବରଣୀ ପ୍ରଦାନ କରିଥିଲେ | ସମାବେଶରେ ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଷାନ, ସୁନ୍ଦରଗଡ଼ ପୂର୍ବତନ ବିଧାୟକ ଯୋଗେଶ ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏମା ଏକ୍କା,ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ସନ୍ତୋଷ ଅମାତ, ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ପଞ୍ଚା ବାରଲା , ଗୋପ ମହାନ୍ତି, ହର୍ଜିନ୍ଦର ସିଂ, ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଅନନ୍ତ ବିଜୟ ପଟ୍ଟନାୟକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ |  ଗୀତାଞ୍ଜଳି ଟପ୍ପୋ ସଭାକୁ ସଂଯୋଜନା କରିଥିଲେ | 

 

0
0
0
s2sdefault