ହେଡଲାଇନସ୍:

କେନ୍ଦ୍ରୀୟ ବିଦ୍ୟାଳୟର ୧୮୪ଟି ଶ୍ରେଣୀଗୃହ ହେବ ସ୍ମାର୍ଟ କ୍ଲାସ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦୁଇଟି ସ୍ଥାନରେ କେନ୍ଦ୍ରୀୟ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ସହ ସ୍ମାର୍ଟ ଶ୍ରେଣୀଗୃହର ଉଦଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

 ସୁନ୍ଦରଗଡ ଜିଲ୍ଲାର କୁତ୍ରା ଏବଂ କଟକର ମୁଣ୍ଡଳି ଠାରେ ଦୁଇଟି ଭବ୍ୟ ସ୍କୁଲ 

 ସ୍ମାର୍ଟ କ୍ଲାସ  ସେହି ଅଂଚଳର ନୁହେଁ ବରଂ ଓଡିଶାର ପିଲାଙ୍କ ପାଠ ପଢାରେ ହେବ ସହାୟକ

 ସ୍ମାର୍ଟ କ୍ଲାସ ରୁମ ଛୋଟ ଛୋଟ ପିଲାମାନଙ୍କୁ ଆଧୁନିକ, ବୈଜ୍ଞାନିକ ଓ ସାଂପ୍ରତିକ ଶିକ୍ଷା ସହ ଯୋଡିବ

 କେନ୍ଦ୍ରୀୟ ବିଦ୍ୟାଳୟମାନଙ୍କରେ ପଢୁଥିବା ବିଭିନ୍ନ ଅର୍ଥନୈତିକ ଓ ସାମାଜିକ ବର୍ଗର ପିଲାଙ୍କ ପାଇଁ ବହୁତ ବଡ ସହାୟକ

 ଭୁବନେଶ୍ୱର– ଭାରତ ସରକାରଙ୍କ ପେଟ୍ରୋଲିୟମ ବିଭାଗ ତରଫରୁ ପ୍ରାୟ ୪ କୋଟି ଟଙ୍କା ଖର୍ଚ୍ଚ କରି କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧାରେ ୯ଟି କେନ୍ଦ୍ରୀୟ ବିଦ୍ୟାଳୟରେ ଥିବା ସମସ୍ତ ୧୮୪ଟି ଶ୍ରେଣୀଗୃହ ଗୁଡିକୁ ସ୍ମାର୍ଟ କ୍ଲାସ ରୁମରେ ପରିଣତ କରିବାର କାର୍ଯ୍ୟକ୍ରମ ଆଜି ଆରମ୍ଭ ହୋଇଛି । ଆଗାମୀ ଖୁବ୍ କମ ଦିନ ମଧ୍ୟରେ ଏହି ୧୮୪ଟି କ୍ଲାସ ରୁମ ଗୁଡିକ ସ୍ମାର୍ଟ କ୍ଲାସ ରୁମରେ ପରିଣତ ହେବ । ଛୋଟ ଛୋଟ ପିଲାମାନଙ୍କୁ ଏହି କ୍ଲାସ ରୁମ ଗୁଡିକ ଆଧୁନିକ, ବୈଜ୍ଞାନିକ ଓ ସାଂପ୍ରତିକ ଶିକ୍ଷା ସହ ଯୋଡିବାର ଏକ ସଫଳ ପ୍ରୟାସ । ବିଶେଷ କରି କେନ୍ଦ୍ରୀୟ ବିଦ୍ୟାଳୟମାନଙ୍କରେ ପଢୁଥିବା ବିଭିନ୍ନ ଅର୍ଥନୈତିକ ଓ ସାମାଜିକ ବର୍ଗର ପିଲାମାନଙ୍କ ପାଇଁ ବହୁତ ବଡ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ଏହି କାର୍ଯ୍ୟକ୍ରମ ପାଇଁ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଭୁବନେଶ୍ୱର ଠାରେ ସୁନ୍ଦରଗଡର କୁତ୍ରା ଏବଂ କଟକର ମୁଣ୍ଡଳି ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ, କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକରେ ଓଏନ୍ଜିସି ସହାୟତାରେ ସ୍ମାର୍ଟ ଶ୍ରେଣୀଗୃହ ପ୍ରକଳ୍ପର ଉଦ୍ଘାଟନ ଏବଂ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଠାରେ ମିଳିତ ପର୍ଯ୍ୟଟକ ସୁବିଧାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭୁବନେଶ୍ୱରରେ ଆଜି ଗୋଟେ ନୂଆ ଅଧ୍ୟାୟ ଶିକ୍ଷା ବ୍ୟବସ୍ଥାରେ ଯୋଡାହୋଇପାରିଲା । ଗତବର୍ଷ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟର ନୂଆ ଭବନ ଲୋକାର୍ପଣ ଉତ୍ସବ ଅବସରରେ ଏହି କଳ୍ପନା କରାଯାଇଥିଲା । ଏଠିକାର ପିଲାମାନଙ୍କୁ ପାଇଲଟ ମୁଡରେ ଶତ ପ୍ରତିଶତ ସ୍ମାର୍ଟ କ୍ଲାସରୁମ ମାଧ୍ୟମରେ ପଢାଇବା ଏବଂ ଏହାଦ୍ୱାରା କେବଳ ପାଠ୍ୟଖସଡାରେ ଥିବା ବିଷୟ ଗୁଡିକ ନୁହେଁ, ଅନେକ ନୂଆ ବିଷୟ ଗୁଡିକ ମଧ୍ୟ ଯୋଡାଯାଇପାରିବ । ଏହାର କଳ୍ପନା ସ୍ମାର୍ଟ କ୍ଲାସ ରୁମରୁ ଆରମ୍ଭ ହୋଇଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେହିପରି ଶ୍ରୀ ପ୍ରଧାନ କହିଛନ୍ତି ଯେ ସୁନ୍ଦରଗଡ ଜିଲ୍ଲାର କୁତ୍ରା ଏବଂ କଟକର ମୁଣ୍ଡଳି ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ମଧ୍ୟ ଆଜି କରାଗଲା । ଏହି ଦୁଇଟି ସ୍ଥାନରେ ୩୩ କୋଟି ଟଙ୍କା ବ୍ୟୟବରାଦରେ ଦୁଇଟି ଭବ୍ୟ ସ୍କୁଲ ନିର୍ମାଣ ହେବ । ଏହା କେବଳ ସେହି ଅଂଚଳର ପିଲା ନୁହେଁ ବରଂ ଓଡିଶାର ପିଲାଙ୍କ ପାଠ ପଢାରେ ବଡ ସହାୟକ ହେବ । ଏହା ବ୍ୟତିତ ଖଣ୍ଡଗିରି ଠାରେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ(ଏଏସ୍ଆଇ) ତରଫରୁ ଅନେକ ଗୁଡିଏ ପର୍ଯ୍ୟଟନ ଗୁଡିକୁ ପ୍ରକ୍ଷାତ୍ ଦେଲା ଭଳି କାର୍ଯ୍ୟକ୍ରମକୁ ମଧ୍ୟ ଆରମ୍ଭ କରାଗଲା । ଐତିହାସିକ ଖଣ୍ଡଗିରି ଗୁମ୍ଫାରେ ଓଡିଶାର ପର୍ଯ୍ୟଟନ ବୃଦ୍ଧି କରିବା ପାଇଁ ଏପରି ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ଏଏସ୍ଆଇକୁ ଧନ୍ୟବାଦ ଜଣାଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାକୁ ଆଗକୁ ନେବା ପାଇଁ ଭାରତ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନେକ କଲ୍ୟାଣକାରୀ ଯୋଜନା, ବିଶେଷତଃ ଶିକ୍ଷା, ପର୍ଯ୍ୟଟନ ଏ ଦୃଷ୍ଟିରୁ ଯେଉଁ କାର୍ଯ୍ୟକ୍ରମ ଗୁଡିକ ହାତକୁ ନିଆଯାଇଛି, ତାହାକୁ ସାକାର କରାଯାଇପାରିଲା ବୋଲି ସେ କହିଛନ୍ତି ।

0
0
0
s2sdefault