ହେଡଲାଇନସ୍:

ଚାଷୀ ତାଲିକା ନେଇ ରାଜ୍ୟ ସରକାର ଭେଳିକି ଦେଖାଉଛନ୍ତି-ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏପ୍ରିଲରେ ଦ୍ୱିତୀୟ ପ୍ରର୍ଯ୍ୟାୟ କାଳିଆ ଟଙ୍କା ବଂଟନ ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ରଖିଲେ କେନ୍ଦ୍ରମନ୍ତ୍ରୀ

 ରାଜ୍ୟ ସରକାର କାଳିଆ ଯୋଜନା ନାଁରେ ୫୦ ଲକ୍ଷ ଚାଷୀଙ୍କୁ ଟଙ୍କା ଦେବେ ବୋଲି କହିଥିଲେ , ୫୦ ଲକ୍ଷ ତାଲିକା କୁଆଡେ ଗଲା

 ରାଜ୍ୟ ସରକାର ୧୨ ଲକ୍ଷ ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ପଇସା ଦେଲେ ବୋଲି କହିଲେ, କେନ୍ଦ୍ରକୁ କାହିଁକି ମାତ୍ର ୯ ଲକ୍ଷ ତାଲିକା ପଠାଇଲେ ?

 ଓଡିଶାରେ ଭୂମିହୀନଙ୍କ ଓ ଭାଗଚାଷୀ ତାଲିକା କୁଆଡେ ଗଲା. ଲୋକଙ୍କୁ ଭୂଆଁ ବୁଲେଇବା ପାଇଁ ପ୍ରତିଦିନ ଗୋଟେ ଗୋଟେ ସ୍ଲୋଗାନ ଆଧାରରେ କାର୍ଯ୍ୟକ୍ରମ କରୁଛନ୍ତି

ଭୁବନେଶ୍ୱର : ଚାଷୀ ତାଲିକା ନେଇ ରାଜ୍ୟ ସରକାର ଭେଳିକି ଦେଖାଉଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଏପ୍ରିଲରେ ଦ୍ୱିତୀୟ ପ୍ରର୍ଯ୍ୟାୟ କାଳିଆ ଟଙ୍କା ବଂଟନ ଘୋଷଣା ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟ ସରକାର କାଳିଆ ଯୋଜନା ନାଁରେ ୫୦ ଲକ୍ଷ ଚାଷୀଙ୍କୁ ଦେବେ ବୋଲି କହିଥିଲେ । କିନ୍ତୁ ୫୦ ଲକ୍ଷ ଲୋକଙ୍କର ତାଲିକା କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟ ସରକାର ୧୨ ଲକ୍ଷ ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ପଇସା ଦେଲେ ବୋଲି କହିଲେ । ଯଦି ସେମାନଙ୍କ ୫ ଏକର ତଳେ ଜମି ଥିଲା ଏବଂ ସେମାନେ ପ୍ରକୃତ ଲାଭାର୍ଥୀ ତା ହେଲେ କେନ୍ଦ୍ରକୁ କାହିଁକି ମାତ୍ର ୯ ଲକ୍ଷ ତାଲିକା ପଠାଇଲେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଓଡିଶାରେ ଭୂମିହୀଙ୍ଖ ଓ ଭାଗଚାଷୀ ତାଲିକା କୁଆଡେ ଗଲା । ମନଇଚ୍ଛା ନିଜ ସୁବିଧା ଅନୁସାରେ ତାଲିକା ତିଆରି କରିବାର ଭେଳିକି ସୃଷ୍ଟି କରାଯାଉଛି । ସେହିଭଳି ଭାବେ ବିନା ଦ୍ୱିତୀୟ ପ୍ରବନ୍ଧନରେ ଏ ଯୋଜନା ଆରମ୍ଭ କରାଯାଇଥିଲା । ୨୦୧୯-୨୦ ବର୍ଷ ପାଇ ବଜେଟ୍ରେ ଟଙ୍କା ରଖିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଟଙ୍କା ଦେବେ, ସମୟ ଆସୁ, ଅପେକ୍ଷା କରନ୍ତୁ । ନିର୍ବାଚନ ଆଚରଣ ବିଧି କଟକଣା ଭିତିରେ କେଉଁଠି କିଏ ଠିଆ ହେଉଛି ତାକୁ ଦେଖିବାର ଅଛି । ନଈ ନଦେଖୁଣୁ ଲଙ୍ଗଳା ହେବା ଠିକ୍ ନୁହେଁ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆାୟୁଷ୍ମାନ ଭାରତ ଯୋଜନାରେ ୧୨ ଲକ୍ଷ ଲୋକଙ୍କୁ ଦେଶରେ ୫ ଲକ୍ଷ ଟଙ୍କା ପରିବାର ପିଛା ଦେଇ ଲାଭ ପହଂଚାଗଲାଣି । ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କଲେ ନାହିଁ, ବିଜୁ ସ୍ୱାସ୍ଥ୍ୟ ଯୋଜନା ଲାଗୁ କଲେ ବୋଲି କହିଲେ ।

ମାତ୍ର ଲାଭାର୍ଥୀ ତାଲିକା କୁଆଡେ ଗଲା । ଟେକ୍ନୋଲୋଜି ନେଟୱାର୍କ କାହିଁ, କେତେଜଣଙ୍କୁ ଲାଭ ଦେଲେଣି, ଘୋଷଣା ସର୍ବସ୍ୱ ଏ ସରକାର କୌଣସି ନୀତିର କ୍ରିୟାନ୍ୱୟନ ନାହିଁ । ଯୋଜନାର କ୍ରିୟାନ୍ୱୟନ ନାହିଁ । ଲୋକଙ୍କୁ ଭୂଆଁ ବୁଲେଇବା ପାଇଁ ପ୍ରତିଦିନ ଗୋଟେ ଗୋଟେ ସ୍ଲୋଗାନ ଆଧାରରେ କାର୍ଯ୍ୟକ୍ରମ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

 

0
0
0
s2sdefault