ହେଡଲାଇନସ୍:

ବୁଦ୍ଧିମତା, କୌଶଲ୍ୟ ଓ ସାହାସ ତିନୋଟି ଗୁଣ ଓଡିଆଙ୍କ ପାଖରେ ଭରପୁର ଅଛି, ତେଣୁ ଏକବିଂଶ ଶତାବ୍ଦିରେ ଓଡିଶା ହେବ ବିଶ୍ୱର ଅଗ୍ରଣୀ ଅଂଚଳ - ଧର୍ମେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆ ଓଡିଶା ଧର୍ମପଦ ଡାଏଲଗ୍ : ରାଜ୍ୟର ୪୩୦ ସ୍ଥାନରେ ଭିଡିଓ କନଫରେନ୍ସରେ ଯୋଡିହେଲେ ଅଢେଇ ଲକ୍ଷ ଯୁବପୀଢି

 

• ସମାଜକୁ ବଦଳେଇବାକୁ ହେଲେ ମଣିଷକୁ ମନ ବଳେଇବାକୁ ପଡିବ । ଫଳରେ ବଡ ପରିବର୍ତନ ହୋଇପାରିବ

• ନୂଆ ଓଡିଶା ବିନା ନୂଆ ଭାରତ ଅସମ୍ଭବ ତେଣୁ ଓଡିଆ ଯୁବପୀଢି ନୂଆ ବିଚାର, ନୂଆ ନେତୃତ୍ୱ ,ନୂଆ ଉତ୍ସାହ ସହିତ ଅସମ୍ଭବକୁ ସମ୍ଭବ କରିବାକୁ ଆହ୍ୱାନ

• ମଂଚ ଉପରେ ସଫଳ ଓଡିଆ ଯୁବ ପ୍ରତିନିଧି ପ୍ରଲ୍ଲବୀ ମହାପାତ୍ର, ଅମରେନ୍ଦ୍ର ସାହୁ, ଚିତରଞ୍ଜନ ମହାନ୍ତି, ବିଶୋଇ ସିଂହ ଓ ଯୋଗବ୍ୟାସ ଭୋଇ ଉପସ୍ଥିତ ରହି ବାଂଟିଲେ ନିଜର ଅଭଜ୍ଞତା

• ଧର୍ମପଦ ଏ ଜାତି ଓ ଯୁବକର ପରିଚୟ । ସେ ବୁଦ୍ଧିମାନ ଥିଲା, କୌଶଲ୍ୟରେ ଭରପୁର ଏବଂ ସାହାସୀ ଥିଲା । ନିଜ ଜୀବନକୁ ବଳିଦାନ ଦେଇ ସମାଜର ମୂଲ୍ୟବୋଧକୁ ପ୍ରତିଷ୍ଠା  କରିପାରିଥିଲା

ଭୁବନେଶ୍ୱର – ବୁଦ୍ଧିମତା, କୌଶଲ୍ୟ ଓ ସାହାସ ତିନୋଟି ଗୁଣ ଓଡିଆ ଯୁବପୀଢିଙ୍କ ପାଖରେ ଭରପୁର ଅଛି । ଏହି ତିନୋଟି ଗୁଣକୁ କରି ଓଡିଆ ପିଲାମାନେ ଏକବିଂଶ ଶତାବ୍ଦିରେ ପୃଥିବୀର ଏକ ଅଗ୍ରଣୀ ଅଂଚଳ ଭାବେ ଆମ ରାଜ୍ୟକୁ ତିଆରି କରିବାରେ ସଫଳ ହେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ ଓଡିଶା ଧର୍ମପଦ ଡାଏଲଗ୍ ନାଁରେ ଭୁବନେଶ୍ୱରରୁ ଭିଡିଓ କନଫେରେନ୍ସିଂ ଯୋଗେ ରାଜ୍ୟର ୪୩୦ ସ୍ଥାନରେ ସମବେତ ଅଢେଇ ଲକ୍ଷରୁ ଅଧିକ ଯୁବପୀଢିଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଦେଶରେ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ନୂଆ ଭାରତ ଅଭିଯାନ ପାଇଁ ।

 ଶ୍ରୀ ପ୍ରଧାନ କହିଛନ୍ତି ନୂଆ ଓଡିଶା ବିନା ନୂଆ ଭାରତ ଅସମ୍ଭବ । ନୂଆ ଓଡିଶା ତିଆରି କରିବା ପାଇଁ ହେଲେ ଯୁବକ ମାନଙ୍କର ନୂଆ ବିଚାର, ନୂଆ ନେତୃତ୍ୱ ,ନୂଆ ଉତ୍ସାହ ସହିତ ଅସମ୍ଭବକୁ ସମ୍ଭବ କରିବାକୁ ପଡିବ । ଧର୍ମପଦ ଡାଏଲଗରେ ବିଶେଷ ନିମନ୍ତ୍ରିତ ୫ ଯୁବକ ଯୁବତୀଙ୍କୁ ନୂଆ ଓଡିଶାର ବ୍ରାଣ୍ଡ୍ ଆମ୍ବାସେଡର କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତୀୟ ବାୟୁସେନାର ଅଫିସର ଓଡିଆ ଝିଅ ପଲ୍ଲବୀ ମହାପାତ୍ର ନିକଟ ଅତୀତରେ ଯୁଦ୍ଧ ବିମାନରୁ କ୍ଷେପଣାସ୍ତ୍ର  କରି ଇତିହାସ ରଚିଛନ୍ତି । ଶତ୍ରୁକୁ ଦେଇପାରୁଥିବା ଏବଂ ଦେଶବାସୀଙ୍କୁ ଗର୍ବିତ କରିଥିବା ବ୍ୟକ୍ତିତ୍ୱର ନାଁ ହେଲା ଓଡିଆ ଝିଅ ପଲ୍ଲବୀ । ସାମାନ୍ୟ ଘରର ପିଲାକୁ ଯଦି ସୁଯୋଗ ମିଳେ ସେ ଅମରେନ୍ଦ୍ର ସାହୁ ଭଳି ନୂଆ ଷ୍ଟାଟଅପ୍ ଘର ଭଡାର ଏଗ୍ରିଗେଟର ବନି ୬୫୦ କୋଟି ଟଙ୍କାର ବ୍ୟବସାୟ କରେ । କଳାହାଣ୍ଡିର ସାଧାରଣ ଘରର ପିଲା ଯୋଗବ୍ୟାସ ଭୋଇ ଦୃଢ ଇଚ୍ଛାଶକ୍ତି ଫଳରେ ପୃଥିବୀର ସବୁ ଉଚ୍ଚତମ ପାହାଡକୁ ଚଢି ରେକର୍ଡ କରିପାରେ । ଚିତରଞ୍ଜନ ମହାନ୍ତି ବଡ କମ୍ପାନୀ ଛାଡି ଏବେ କୃଷି କ୍ଷେତ୍ରରେ କାମ କରି ଏକ ନୂଆ ପରମ୍ପରା ସୃଷ୍ଟି କରୁଛନ୍ତି । ଉତରପ୍ରଦେଶର ବିଶୋଇ ସିଂହ ଆଇଆଇଟିରେ ପାଠ, ବୃତିରେ ଚରମ ସଫଳତାକୁ ଛାଡି ସମାଜର ମଙ୍ଗଳ ପାଇଁ କାମ କରିବାକୁ ଅଂଟା ଭିଡି ବାହାରିଛନ୍ତି । ଓଡିଶାରେ ଜୈବିକ କୃଷି କ୍ଷେତ୍ରରେ ଏକ ନୂଆ ବିପ୍ଲବ ଆଣିବା ପାଇଁ ତାଙ୍କ ପ୍ରଚେଷ୍ଟା ଜାରି ରଖିଛନ୍ତି ।

ଏହି ୫ ଜଣ ଯୁବ ବ୍ୟକ୍ତିତ୍ୱ ମଧ୍ୟରୁ କେହି ଜଣେ ବି ସୁପରଷ୍ଟାର ଅମିତାଭ୍ ବଚ୍ଚନ ଠାରୁ କମ ନୁହଁନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ସଫଳ ଯୁବବ୍ୟକ୍ତିତ୍ୱଙ୍କ ଉପସ୍ଥିତିର ସୁଯୋଗ ଓ ଅନୁଭୂତି ଗୁଡିକୁ ପରସ୍ପର ଭିତରେ ଆଦାନପ୍ରଦାନ କରି ନୂଆ ଆତ୍ମବିଶ୍ୱାସ ସହ ଏ ଅତ୍ୟନ୍ତ ସାହାସୀ ଜାତିକୁ ଏକବିଂଶ ଶତାବ୍ଦିରେ ପୁନର୍ବାର ଦୁନିଆର ଏକ ଅଗ୍ରଣୀ ସମାଜ ଭାବେ ଗଢି ତୋଳିବାରେ ଧର୍ମପଦ ଡାଏଲୋଗର ମୂଳ ଉଦେ୍ଧଶ୍ୟ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ଏହି ଉଦ୍ୟମକୁ ଆଗାମୀ ଦିନରେ ଏକ ସକରାତ୍ମକ ଜନଆନେ୍ଦାଳନ ଭାବେ ପରିଣତ କରିବାର ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି । 

ଶ୍ରୀ ପ୍ରଧାନ କହିଛନ୍ତି ବିନା ଯୁବପୀଢିର ସହଯୋଗରେ କେବେ ବି କେଉଁଠି ପରିବର୍ତନ ହୋଇନାହିଁ । ଓଡିଆ ଜାତିର ଡିଏନଏରେ ଅତ୍ୟନ୍ତ ବୁଦ୍ଧିମତା ଅଛି । ଓଡିଆ ଗୋଟିଏ ଚିନ୍ତା କରୁଥିବା ଜାତି । ଓଡିଆ ଜାତି ଭିତରେ ଅନେକ ସଫଳତାର ଇତିହାସ, ସାହାସ ଓ ଶକ୍ତି ଭରି ରହିଛି । ଆଜିଠୁ ହଜାର ବର୍ଷ ପୂର୍ବେ ଓଡିଆ ଜାତି କୋଣାର୍କ, ପୁରୀ ବଡ ଦେଉଳ ଓ ଲିଙ୍ଗରାଜ ମନ୍ଦିର ତିଆରି କରିଥିଲା । ବିଜ୍ଞାନକୁ ପଢି ବୁଝି ଏହାର ବ୍ୟବହାରରେ ଏପରି ଭବ୍ୟ ନିର୍ମାଣ ଓଡିଆ ଜାତି ହିଁ କରିଦେଖାଇଥିଲା । ଶ୍ରୀ ପ୍ରଧାନ କହିଛନ୍ତି ଓଡିଆ ଜାତି ଦିଗବିଜୟୀ ସମ୍ରାଟ ଖାରବେଳଙ୍କର ଜାତି । ରାଜା ନଥିବା ପରେ ବି କଳିଙ୍ଗ ଯୁଦ୍ଧରେ ଅଶୋକଙ୍କୁ ଥକି ଯାଇ ଚଣ୍ଡାଶୋକରୁ ଧର୍ମାଶୋକ ହେବାକୁ ବାଧ୍ୟ କରିଥିଲା ।

ଏହି ନୂଆ ଓଡିଶା ଧର୍ମପଦ ଡାଏଲଗରେ ଓଡିଆ ଯୁବ ଉଦ୍ୟୋମୀ ଅମରେନ୍ଦ୍ର ସାହୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତକାରରେ ବିଭିନ୍ନ ପ୍ରଶ୍ନ ପଚାରିଥିବା ବେଳେ ଓଡିଶାର କୋଣ ଅନୁକୋଣରୁ ଭିଡିଓ କନଫରେନ୍ସିଂ ଯୋଗେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ସମାଜକୁ ବଦଳେଇବାକୁ ହେଲେ ମଣିଷକୁ ମନ ବଳେଇବାକୁ ପଡିବ । ଫଳରେ ବଡ ପରିବର୍ତନ ହୋଇପାରିବ । ଓଡିଆ ପିଲାଙ୍କୁ ପାଠ ପଢାଇବାର ସୁଯୋଗ ଦେଲେ ସେମାନେ ଅସମ୍ଭବକୁ ସମ୍ଭବ କରି ଦେଖାଇବେ । ଓଡିଆ ପିଲାଙ୍କ କାନ୍ଧ ଉପରେ ହାତ ରଖିଲେ ସେମାନେ ଆଗକୁ ଯାଇପାରିବେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଧର୍ମପଦ ଏ ଜାତି ଓ ଯୁବକର ପରିଚୟ । ଯେ ବୁଦ୍ଧିମାନ ଥିଲା, କୌଶଲ୍ୟରେ ଭରପୁର ଏବଂ ସାହାସୀ ଥିଲା । ଯେ ନିଜ ଜୀବନକୁ ବଳିଦାନ ଦେଇ ସମାଜର ମୂଲ୍ୟବୋଧକୁ ପ୍ରତିଷ୍ଠା  କରିପାରିଥିଲା, ଏହାଠୁ ସାହାସୀ ଆଉ କିଏ ହୋଇପାରେ । କୋଣାର୍କର ମୁଣ୍ଡି ମାରିଥିବା ଧର୍ମପଦ ଠାରୁ କୌଶଲ୍ୟ ପିଲା ଆଉ କିଏ ହୋଇପାରେ । ଧର୍ମପଦ ବୁଦ୍ଧିଆ ଥିବାରୁ ୧୨୦୦ ବଢେଇଙ୍କର ଦାୟିତ୍ୱ ନେଇଥିଲା । ସେଥିପାଇଁ ଧର୍ମପଦ ଓଡିଆ ଯୁବକର ପ୍ରତୀକା  ସେଥିପାଇଁ ଧର୍ମପଦ ଡାଇଲୋଗର ଆୟୋଜନ କରାଯାଇଥିଲା । 

0
0
0
s2sdefault