ହେଡଲାଇନସ୍:

 ଜୁଏଲଙ୍କ ଦ୍ଵାରା ଜୀବିକା ପ୍ରଶିକ୍ଷଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା :   କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ, ଶ୍ରୀ ଜୁଏଲ ଓରାମ ଫେବୃଆରୀ ୨୫ ତାରିଖରେ ରାଉରକେଲା ସେକ୍ଟର ୧୫ ଠାରେ ଏନ.ଏସ.ଟି.ଏଫ.ଡ଼ି.ସି., ସେଲ-ଆର.ଏସ.ପି. ଓ ଏନ.ଏସ.ଆଇ.ସି.ର ମିଳିତ ସହଯୋଗରେ ପ୍ରତିଷ୍ଠା ହେବାକୁ ଥିବା ଜୀବିକା ପ୍ରଶିକ୍ଷଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ଏନ.ଏସ.ଟି.ଏଫ.ଡ଼ି.ସି.ର ସିଏମଡ଼ି, ଶ୍ରୀ ଜି ରମେଶ କୁମାର, ଆଇ.ଏ.ଏସ., ଆରଏସପି କାର୍ମିକ ଓ ପ୍ରଶାସନ ବିଭାଗର ଇଡ଼ି, ଶ୍ରୀ ରାଜ ବୀର ସିଂହ ଏବଂ ଏନ.ଏସ.ଆଇ.ସି.ର ଜେଡ.ଜି.ଏମ., ଶ୍ରୀ ସଞ୍ଜୟ ରାଉତେଲା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ନିଜର ବକ୍ତବ୍ୟରେ ଶ୍ରୀ ଓରାମ କହିଥିଲେ ଯେ, ସ୍ଥାନୀୟ ଲୋକଙ୍କୁ ଏନ.ଏସ.ଆଇ.ସି. ମାଧ୍ୟମରେ ବିଭିନ୍ନ ସାମଗ୍ରୀ ଓ ସେବା ସନ୍ଦର୍ଭରେ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ ପୂର୍ବକ ଆତ୍ମନିଯୁକ୍ତି ଯୋଗାଇଦେବା ଏହି କେନ୍ଦ୍ରର ମୂଳ ଲକ୍ଷ୍ୟ ଅଟେ । “ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏନ.ଏସ.ଟି.ଏଫ.ଡ଼ି.ସି. ମାଧ୍ୟମରେ ପ୍ରଶିକ୍ଷାର୍ଥୀମାନଙ୍କୁ ଆବଶ୍ୟକୀୟ ଆର୍ଥିକ ସହାୟତା ଓ ଉପାଦେୟ ପରାମର୍ଶ ପ୍ରଦାନରେ ସହାୟତା ଦେବ,” ବୋଲି ସେ ଉଲ୍ଲେଖ କରିବା ସହିତ ଜୀବିକା ପ୍ରଶିକ୍ଷଣ କେନ୍ଦ୍ରର ସ୍ଥାପନା ନିମନ୍ତେ ଭିତ୍ତିଭୂମି ଯୋଗାଇଦେବା ପାଇଁ ଆରଏସପିର ସିଇଓ, ଶ୍ରୀ ଅଶ୍ଵିନୀ କୁମାରଙ୍କ ଭୂୟସୀ ପ୍ରଶଂସା କରିଥିଲେ। ଶ୍ରୀ ଜି ରମେଶ କହିଥିଲେ ଯେ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ସହଯୋଗରେ ରାଉରକେଲାରେ ଉକ୍ତ କେନ୍ଦ୍ର ଖୋଲିବା ନିମନ୍ତେ ଏନ.ଏସ.ଟି.ଏଫ.ଡ଼ି.ସି. ଉକ୍ତ ପ୍ରୟାସ ଆରମ୍ଭ କରିଥିଲେ। ଏହି କେନ୍ଦ୍ରର ସ୍ଥାପନା ନିମନ୍ତେ ଆରଏସପିର ଯୋଗଦାନର ମଧ୍ୟ ସେ ଉଚ୍ଚ ପ୍ରଶଂସା କରିଥିଲେ। ଶ୍ରୀ ରାଜବୀର ସିଂହ ନିଜର ବକ୍ତବ୍ୟରେ କହିଥିଲେ ଯେ, ଆରଏସପି ଏହି କେନ୍ଦ୍ରର ପରିଚାଳନା ନିମନ୍ତେ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବ। 

ପ୍ରାରମ୍ଭରେ ଶ୍ରୀ ରାଉତେଲା ନିଜର ସ୍ଵାଗତ ଅଭିଭାଷଣରେ ଉକ୍ତ କେନ୍ଦ୍ର ସମ୍ପର୍କରେ ଉଲ୍ଲେଖ କରି କହିଥିଲେ ଯେ, ଦକ୍ଷତା ବିକାଶ କରିବା ସଙ୍ଗେସଙ୍ଗେ ଏହି କେନ୍ଦ୍ର ନିର୍ଦ୍ଧିଷ୍ଟ ଜ୍ଞାନକୌଶଳର ଚିହ୍ନଟ କରିବା, ପ୍ରକଳ୍ପ, ସାମଗ୍ରୀ ବିକାଶ ନିମନ୍ତେ କାର୍ଯ୍ୟ କରିବ। ଏହି ଅବସରରେ ଏନ.ଏସ.ଆଇ.ସି. ଦ୍ଵାରା ଏହା ଉପରେ ଆଧାରିତ ଏକ ବୃତ୍ତଚିତ୍ର “ରେପିଡ ଇନକ୍ୟୁବେସନ ସେଣ୍ଟର” ପ୍ରଦର୍ଶିତ ହୋଇଥିଲା। ଉତ୍ସବରେ ଆରଏସପି, ଏନ.ଏସ.ଆଇ.ସି. ଏବଂ ଏନ.ଏସ.ଟି.ଏଫ.ଡ଼ି.ସି.ର ବହୁ ବରିଷ୍ଠ ଅଧିକାରୀ ତଥା ସ୍ଥାନୀୟ ଯୁବକଯୁବତୀ ଉପସ୍ଥିତ ଥିଲେ। ସୁଶ୍ରୀ ମୀନାକ୍ଷୀ ଧର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। 

0
0
0
s2sdefault