ହେଡଲାଇନସ୍:

"ସରକାରଙ୍କ ସହିତ ଚୁକ୍ତିବଦ୍ଧ କୌଣସି ଘରୋଇ ଡାକ୍ତରଖାନା ରୋଗୀଙ୍କୁ ମାଗଣା ସେବା ଦେବାକୁ ମନାକରି ପାରିବେ ନାହିଁ"

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ୩ଦିନିଆ କର୍ମଶାଳା 

ଭୁବନେଶ୍ୱର-  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ପ୍ରାୟ ୧୫୦ଟି ଘରୋଇ ମେଡିକାଲର କର୍ମକର୍ତ୍ତାଙ୍କୁ ନେଇ ଆଜି ଏଠାରେ ଏକ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା ଆୟୋଜିତ ହୋଇଛି । ଏହି  ଯୋଜନା କିଭଳି ଅଧିକ ସୁଚାରୁ ରୂପେ କାର୍ଯ୍ୟକାରୀ ହେବ ଓ ରୋଗୀମାନେ ଘରୋଇ ଡାକ୍ତରଖାନରେ ଉତ୍ତମଚିକିତ୍ସା ପାଇବେ ସେଥିପାଇଁ ଅନୁବନ୍ଧିତ ଚିକିତ୍ସାଳୟର କର୍ମକର୍ତ୍ତାମାନଙ୍କୁ ଯୋଜନା ସଂକ୍ରାନ୍ତରେ ତାଲିମ ପ୍ରଦାନ କରାଯାଇଛି । 

ଏହି ତିନିଦିନିଆ କର୍ମଶାଳାକୁ ରାଜ୍ୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା  ଶାଳିନୀ ପଣ୍ଡିତ ଉଦ୍‍ଘାଟନ କରିଥିବାବେଳେ ଏଥିରେ ସମ୍ପୃକ୍ତ ଘରୋଇ ହସ୍ପିଟାଲର  ବିଏସ୍‍କେୱାଇ ଦାୟିତ୍ୱରେ ଥିବା ମେଡିକାଲ ଅଫିସର, ଡାଟା ଏଣ୍ଟ୍ରି ଅପରେଟର ଓ ସ୍ୱାସ୍ଥ୍ୟମିତ୍ର ମାନେ ଯୋଗ ଦେଇଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ୫ଲକ୍ଷ ଓ ପରିବାରର ମହିଳା ସଦସ୍ୟଙ୍କୁ ୭ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦେଉଥିବାବେଳେ ଏହାକୁ ଅଧିକ ପରିବ୍ୟାପ୍ତ କରିବାଲାଗି ରାଜ୍ୟ ଭିତରେ ଓ ବାହାରେ ବିଭିନ୍ନ ଘରୋଇ ଡାକ୍ତରଖାନା ସହିତ ରାଜିନାମା କରିଛନ୍ତି । 

ଫଳରେ ରାଜ୍ୟର ରୋଗୀମାନେ ସେହିସବୁ ଡାକ୍ତରଖାନାରେ ଅତ୍ୟାଧୁନିକ ଚିକିତ୍ସା ପାଉଛନ୍ତି । ରାଜ୍ୟ ସରକାର ଚିକିତ୍ସାପାଇଁ ସମସ୍ତ ଅର୍ଥ ପ୍ରଦାନ କରୁଥିବାବେଳେ ଯୋଜନାର ମାର୍ଗଦର୍ଶିକା ଅନୁଯାୟୀ ରୋଗୀମାନେ ଯେଭଳି ସହଜରେ  ଚିକିତ୍ସା ସୁବିଧା ପାଇପାରିବେ କର୍ମଶାଳାରେ ସେ ସଂକ୍ରାନ୍ତରେ ପରାମର୍ଶ ଦିଆଯାଇଛି । କର୍ମଶାଳାରେ ମିଶନ ନିର୍ଦ୍ଦେଶିକା ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ ଅନୁବନ୍ଧିତ ହୋଇଥିବା ସମସ୍ତ ଘରୋଇ ଡାକ୍ତରଖାନାରେ ବିଏସକେୱାଇରେ ହେଲ୍ପ ଡେସ୍କ ପ୍ରତିଷ୍ଠା କରିବେ ଏବଂ ଏହା ଜରିଆରେ ରୋଗୀମାନଙ୍କୁ ସମସ୍ତ ସୂଚନା ମିଳିବ । ଯୋଜନାର ମାର୍ଗଦର୍ଶିକା ଅନୁଯାୟୀ  ସରକାରୀଙ୍କ ସହିତ ଚୁକ୍ତିବଦ୍ଧ କୌଣସି ଘରୋଇ ଡାକ୍ତରଖାନା ରୋଗୀଙ୍କୁ ମାଗଣା ସେବା ପ୍ରଦାନ ପାଇଁ ମନାକରି  ପାରିବେ ନାହିଁ ବୋଲି ଶ୍ରୀମତୀ ପଣ୍ଡିତ ସ୍ପଷ୍ଟକରି ଦେଇଛନ୍ତି । ଏହି କର୍ମଶାଳାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ, ସୂଚନା ପ୍ରଯୁକ୍ତି ବିଶେଷଜ୍ଞଙ୍କ ସମେତ ଡାକ୍ତର ସୁଧା ଚନ୍ଦ୍ରଶେଖର, ଏ. ଅନୀଲ କୁମାର, ଯୁଗ୍ମ ଶାସନ ସଚିବ ଶୁଭାନନ୍ଦ ମହାପାତ୍ରଙ୍କ ସମେତ ସାହସର ପଦାଧିକାରୀମାନେ ଉପସ୍ଥିତ ଥିଲେ ।

 

 

 

 

 

 

 

 

 

 

 

 

0
0
0
s2sdefault