ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ : ୨୩୭ କୋଟିରୁ ଉର୍ଦ୍ଧ ଟଙ୍କାର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା(ଅମିତ କୁମାର ପୁରୋହିତ) :  ଆଜି ମୂଖ୍ୟ ମନ୍ତ୍ରୀ ଦିନିକିଆ ନୂଆପଡା ଗସ୍ତରେ ଆସି ସ୍ଥାନିୟ ଗୋତମା ଏରୋଡ୍ରମ ପଡିଆ ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ୨୩୭.୩୫ କୋଟି ଟଙ୍କାର ୩୯ ଟି ପ୍ରକଳ୍ପ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଦିନ ୧୧.୪୦ ରେ ହେଲିକେପ୍ଟର ଯୋଗେ ଆସି ଗୋତମା ଠାରେ ଅବତରଣ କରିଥିଲେ ।ମଂଚାସୀନ ହେବା ପୂର୍ବରୁ ଖରିଆର, ବୋଡେନ, ସିନାପାଲି ରାସ୍ତା, ଗଣ୍ଡାବାହାଲି,ଫରସରା, ବୋଡେନ ରାସ୍ତା ଏବଂ କୋମନା କଣ୍ଡେତରା ରାସ୍ତାର ନୂଆଗାଁ ନାଳ ଉପରେ ନିର୍ମିତ ୩ ଟି ସେତୁ ନବ ନିର୍ମିତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ,ନୂଆପଡା ସାଇପଲା ବିଜୁ ଏକ୍ସପ୍ରେସ ରାସ୍ତା ସାଇପଲା ଏବଂ ଖରିଆର ବକ୍ଲର ବାଦୀ ୩୩/୧୧ କେ.ଭି ସବଷ୍ଟେସନ , ଜିଲ୍ଲାର ୪ ଟି ବ୍ଲକର ୮ ଟି ୧୦୦ ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ ଓ ୩ ଟି ଛାତ୍ରାବାସ, ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ୫ ଟି ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବା ସହ ୧୦୫ କୋଟି ରୁ ଉର୍ଦ୍ଧ ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ମିସନ ଶକ୍ତିରେ ସାମିଲ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସିଡ୍ ମନି, ଡଜିଟାଲ ସଶକ୍ତି କରଣ ସହାୟତା ରାଶୀ ପ୍ରଦାନ କରିଥିଲେ । ନିର୍ମାଣ ଶ୍ରମିକ ମାନଙ୍କୁ  ବୋର୍ଡ ଦ୍ୱାରା ଦିଆଯାଉଥିବା ସହାୟତା ପ୍ରଦାନ କରିବା ସହ ଭୂମିହିନ ବସ୍ତି ବାସିନ୍ଦା ଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।      

0
0
0
s2sdefault