ହେଡଲାଇନସ୍:

 ଉପବାଚସ୍ପତିଙ୍କ ଦ୍ୱାରା  ସ୍ମାର୍ଟ ଏଲ୍ଇଡ଼ି ଷ୍ଟ୍ରିଟ ଲାଇଟ  ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରାଞ୍ଚଳର ୱାଡର଼୍ ନମ୍ବର ୧୧ ବାରୁଣୀଘାଟ(କାଳିମନ୍ଦିର ନିକଟ)ରେ ଗ୍ରୀନ ଫିଲଡ଼ ଷ୍ଟ୍ରିଟ ଲାଇଟିଙ୍ଗ ପ୍ରୋଜେକ୍ଟ ଦ୍ୱାରା ଷ୍ଟ୍ରିଟ୍ ଲାଇଟ୍ ନଥିବା ରାସ୍ତାଗୁଡ଼ିକରେ ଥିବା ବିଦୁ୍ୟତ୍ ଖୁଣ୍ଟଗୁଡ଼ିକରେ ସ୍ମାର୍ଟ ଏଲଇଡ଼ି ଲାଇଟ ଲଗାଯାଇ ସହରାଞ୍ଚଳ ଆଲୋକୀକରଣ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ବାରିପଦା ବିଧାୟକ ସାନନ୍ଦ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶଙ୍କ ସହ ପୌରପରିଷଦର ବିଭିନ୍ନ କର୍ମଚାରୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ । ସୂଚନା ଯୋଗ୍ୟ ଯେ, ଉକ୍ତ ପ୍ରକଳ୍ପ ସୂର୍ଯ୍ୟରଶ୍ମୀ ଲିମିଟେଡ଼ ପକ୍ଷରୁ ସର୍ବେକ୍ଷଣ କରାଯାଇ ବାରିପଦା ପୌରପରିଷଦ ପରିସରରେ ଥିବା ୪୯ଟି ରାସ୍ତାକୁ ସ୍ମାର୍ଟ ଏଲଇଡ଼ି ଷ୍ଟ୍ରିଟଲାଇଟ ଦ୍ୱାରା ଆଲୋକୀକରଣ କରାଯିବାର ବ୍ୟବସ୍ଥା କରାଯାଇଛି ।

 

0
0
0
s2sdefault