ହେଡଲାଇନସ୍:

 ମୟୁରଭଞ ଜିଲା ପରିଷଦର ସପ୍ତମ ବୈଠକ ଅନୁଷ୍ଠିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )  ମୟୁରଭଞ ଜିଲା ପରିଷଦର ସପ୍ତମ ବୈଠକ ବାରିପଦାସ୍ଥିତ ପ୍ରୟାସ ସମୀଳନୀ କକ୍ଷରେ ଜିଲା ପରିଷଦର ଅଧ୍ୟକ୍ଷା ସୁଜାତା ମୁର୍ମୁ ଙ୍କ ଅଧ୍ୟକ୍ଷତାରେ  ନିର୍ଦ୍ଦେଶ ହୋଇଯାଇଅଛି । ଅନୁଷ୍ଠିତ  ଉକ୍ତ ବୈଠକରେ ମୋରଡା ବିଦାୟକ ପ୍ରବୀଣ ଚନ୍ଦ୍ର ଭଞଦେଓ , ସାରସକଣା ବିଧାୟକ ଭାଦବ ହାଁସଦା , ଜିଲାପାଳ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ମୟୁରଭଞ ବିନୀତ ଭରଦ୍ୱାଜ , ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକ ତୁସାର କାନ୍ତି ମହାନ୍ତି  ପ୍ରମୁଖ ଙ୍କ ସମେତ ଜିଲାପରିଷଦ ସଦସ୍ୟ ସଦସ୍ୟା , ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା , ବିଭିନ୍ନ ସରକାରୀ ବିଭାଗ ପଦାଧିକାରୀ ମାନେ ଯୋଗଦେଇ ଜିଲାପରିଷଦ ଅଧିନସ୍ଥ ସଂପୃକ୍ତ ବିଭିନ୍ନ ବିଭାଗ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ଉନ୍ନୟନ ପ୍ରକଳ୍ପ ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ସଂପର୍କୀତ ଆଲୋଚନା ମୂଳକ ସମୀକ୍ଷାରେ ସକ୍ରୀୟ ଅଂଶ ଗ୍ରହଣ କରି ମତ ପୋଷଣ କରିଥିଲେ । ବୈଠକ ପ୍ରାରମ୍ଭରେ ଜିଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁର୍ମୁ ସମସ୍ତଙ୍କୁ ସ୍ୱାଗତ ଜଣାଇବାପରେ ନିକଟରେ ଜାମୁ କାଶ୍ମୀରରେ ଆତଙ୍କବାଦୀ ଙ୍କ ଦ୍ୱାରା ସଂଘଟିତ ବିଷ୍ପୋରଣରେ ପ୍ରାଣ ହରାଇଥିବା ଶହୀଦ ଭାରତୀୟ ଜବାନ ମାନଙ୍କ ଉଦେ୍ଧଶ୍ୟରେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ତତପରେ ଜିଲା ପରିଷଦ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବ ବୈଠକରେ ସଭ୍ୟ ସଭ୍ୟା ମାନଙ୍କ ଦ୍ୱାରା ଉତ୍ଥାପିତ ବିଭିନ୍ନ ଆପତ୍ତି ଅଭିଯୋଗ ପ୍ରସ୍ତାବ ଆଦି ବିଷୟ ପ୍ରସଙ୍ଗ କ୍ରମରେ ସଂପୃକ୍ତ ବିଭାଗ ଅଧିକାରୀ ମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ଅନୁପାଳନ ଉପରେ ସମୀକ୍ଷାମୂଳକ ଆଲୋଚନା କରାଯାଇ ବିବରଣୀ କୁ ଦୃଢିକରଣ କରାଯାଇଥିଲା । ବୈଠକରେ ବିଶେଷକରି ସ୍ୱାସ୍ଥ୍ୟ, ଶିକ୍ଷା , ଗ୍ରାମ୍ୟଜଳ ଯୋଗାଣ , ପରିମଳ ଓ କ୍ଷୁଦ୍ର ଜଳସେଚନ , ଉଠାଜଳ ସେଚନ , ପୂ୍ର୍ତ୍ତ (ରାସ୍ତା ଓ କୋଠାବାଡି) , ଗ୍ରାମ୍ୟଉନ୍ନ୍ୟନ , ଜିଲା ମଙ୍ଗଳ , ପଞ୍ଚାୟତ ରାଜ ଆଦି ବିଭିନ୍ନ ବିଭାଗ ଯୋଜନା ଅନ୍ତର୍ଗତ  ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଅଗ୍ରଗତି ସ୍ଥିତି ସଂପର୍କରେ ସ୍ୱତନ୍ତ୍ର ଭାବେ ସମୀକ୍ଷା ମୂଳକ ଭାବେ ଅଲୋଚନା କରାଯାଇଥିଲା । ଶିକ୍ଷା ବିଷୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଆବାସିକ ବିଦ୍ୟାଳୟ ଛାତ୍ରାବାସ , ଏକଲବ୍ୟ ମଡେଲ ସ୍କୁଲ ଓ ଆଦର୍ଶ ବିଦ୍ୟାଳୟ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଦି ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ତଥା ସୁପରିଚାଳନା କରାଯିବା ଦିଗରେ ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂପୃକ୍ତ ବିଭାଗ ଅଧିକାରୀଙ୍କୁ  ନିର୍ଦ୍ଦେଶ ଦିଆଯାଇଥିଲା । ସ୍ୱାସ୍ଥ୍ୟ ସେବା ବିଭାଗ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ନିୟୋଜିତ କରାଯିବା ଏବଂ ପାଥୋଲଜି ପରୀକ୍ଷଣ ବ୍ୟବସ୍ଥାର ସୁପରିଚାଳନା ଦିଗ ପ୍ରତି ତୀକ୍ଷଣ ଦୃଷ୍ଟିଦେଇ କାର୍ଯ୍ୟ ତ୍ଵରାନ୍ଵିଗଫା\ କରିବାପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଗୁରୁତ୍ୱାରୋପ କରାଯାଇଥିବାବେଳେ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାରେ ନଲକୂପ ପାଇପଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯାଇ ନିୟମିତ ଜଳ ଯୋଗାଇଦେବା ଏବଂ ଉଠାଜଳ ସେଚନ ପ୍ରକଳ୍ପ ଗୁଡିକର କାର୍ଯ୍ୟକ୍ଷମ କରାଯିବାସହ ଜିଲାରେ ଥିବା ସମସ୍ତ ପ୍ରକଳ୍ପ ଗୁଡିକର ସ୍ଥିତି ସଂପର୍କୀତ ସବିଶେଷ ତାଲିକା ସମସ୍ତ ଜନପ୍ରତିନିଧି ମାନଙ୍କୁ ପ୍ରଦାନ କରିବାକୁ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ  ଦିଆଯାଥିଲା । ଅନ୍ୟାନ୍ୟ ବିଷୟ ପ୍ରସଙ୍ଗ କ୍ରମରେ ପଞ୍ଚାୟତ ରାଜ ବିଭାଗ ଯୋଜନାରେ ଡିଭୋଲୁସନ ପାଣ୍ଠି ଓ ମଟରଯାନ ଟିକସରୁ ପ୍ରାପ୍ତ ଅନୁଦାନ ପାଣ୍ଠି ସହାୟତାରେ କାର୍ଯ୍ୟକାରୀ ହେବାକୁଥିବା ପ୍ରକଳ୍ପ କାର୍ଯ୍ୟାନ୍ୱୟନ  ସଂପର୍କରେ ଆଲୋଚନା କରାଯାଇଥିଲା । ଏଥି ସହିତ ଜିଲା ଗ୍ରାମ୍ୟଉନ୍ନ୍ୟନ ସଂସ୍ଥା ପରିଚାଳନା କମିଟିର ୮୧ ତମ ବୈଠକ ଅନୁଷ୍ଠିତ  ହୋଇ ଏଥିରେ ଓଡିଶା ଜୀବିକା ମିଶନ , ଏମଜିଏନଆରଇଜିଏସ , ଗ୍ରାମୀଣ ଆବାସ ଯୋଜନା , ଚତୁର୍ଦ୍ଧଶ ଅର୍ଥ କମିଶନଙ୍କ ପ୍ରଦତ୍ତତ୍ତ ପାଣ୍ଠି , ଡିଆରଡିଏ ପ୍ରଶାସନିକ ପାଣ୍ଠି ,ଆଦି କାର୍ଯ୍ୟାଧାରା ଉପରେ ଆଲୋଚନା ପୂର୍ବକ ଖର୍ଚ୍ଚ ଅନୁମୋଦନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା ।

 

 

0
0
0
s2sdefault