ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ନିର୍ଭର ପ୍ରତିଶ୍ରୁତି ପରେ ....

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପଦ୍ମପୁର ଜିଲ୍ଲା  ଦାବୀ ପାଇଁ କ୍ରିୟାନୁଷ୍ଠାନ କମିଟିର ବୈଠକ,ଗଣଧାରଣା ସ୍ଥଗିତ  

ବୁଧବାର ରୁ ସ୍ୱାବାଭିକ ଭାବେ ଚାଲିବ ସରକାରୀ କାର୍ଯ୍ୟାଳୟ  ।

ପଦ୍ମପୁର/ନିଳ ଦୀପ-ପଦ୍ମପୁରକୁ ଜିଲ୍ଲା ଘୋଷଣା ଦାବୀ ନେଇ ଚାଲିଥିବା କାର୍ଯ୍ୟାଳୟ ବନ୍ଧ ଓ ଗଣଧାରଣା ସ୍ଥଗିତ ରଖାଯିବାକୁ ମଙ୍ଗଲବାର ଅନୁଷ୍ଠିତ  ଜିଲ୍ଲା ମିଲିତ କ୍ରିୟାନୁଷ୍ଠାନ କମିଟି ବୈଠକରେ ନିଷ୍ପତି ନିଆଯାଇଛି ।ସର୍ବଦଳୀୟ କାର୍ଯ୍ୟକର୍ତା ଓ କ୍ରିୟାନୁଷ୍ଠାନ କମିଟିର ସଭ୍ୟମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ତାଙ୍କ ସଚିବ ଭି.କାର୍ତିକେୟନ ପାଣ୍ଡିୟାନଙ୍କ ସହ ଆଲୋଚନା ପରେ ଆଲୋଚନାଟି ସକରାତ୍ମକ ହୋଇଥିବା ହେତୁ ଏ ସମ୍ପର୍କରେ ଆଲୋଚନା ପାଇଁ ମଙ୍ଗଲବାର  କ୍ରିୟାନୁଷ୍ଠାନ  କମିଟି ଆବାହକ ଅଜିତ କୁମାର ଶତପଥିଙ୍କ ସଭାପତିତ୍ୱରେ ସ୍ଥାନୀୟ ଟାଉନ ହଳ ଠାରେ ଏକ ବୈଠକ ଅନୁଷ୍ଠିତ  ହୋଇଥିଲା ।ଏଠାରେ ସମସ୍ତ ଅନୁଷ୍ଠାନ  ଓ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।ଆବାହକ ଶ୍ରୀ ଶତପଥି ଜିଲ୍ଲା ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ଆଲୋକପାତ କରିବା ସହ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ ।ପଦ୍ମପୁରକୁ ଜିଲ୍ଲା ଦାବି ନେଇ ହୋଇଥିବା ଆଲୋଚନାରେ ଉକ୍ତ ଦାବିକୁ ମୁଖ୍ୟମନ୍ତ୍ରୀ ହୃଦୟତାର ସହ ଗ୍ରହଣ କରି ଏହାକୁ ନିଶ୍ଚୟ ବିଚାର କରିବେ ବୋଲି ପ୍ରତିଶୃତି ଦେଇଥିଲେ ।ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତିକୁ ସହୃଦୟତାର ସହ ଗ୍ରହଣ କରି ବର୍ତମାନ ପାଇଁ ଚାଲିଥିବା ପ୍ରଶାସନିକ କାର୍ଯ୍ୟାଳୟ ଅନିର୍ଦ୍ଦିଷ୍ଟ  କାଳ ଗଣଧାରଣାକୁ ସ୍ଥଗିତ ରଖାଯିବାକୁ ନିଷ୍ପତି ନିଆଯାଇଛି ।ଯଦି ଭବିଷ୍ୟତରେ ଏହି ଜିଲ୍ଲା ଗଠନ ନିଷ୍ପତି ସରକାର ଗ୍ରହଣ ନ କରନ୍ତି ତେବେ ପୁନଶ୍ଚ ଅଂଚଳର ସମସ୍ତ ରାଜନୈତିକ ଦଳ ତଥା ଅନୁଷ୍ଠାନ  ଓ ସର୍ବସାଧାରଣ ଏକତ୍ରିତ ହୋଇ ବ୍ୟାପକ ଜନଆନେ୍ଦାଳନ କରିବେ ବୋଲି ନିଷ୍ପତି ନିଆଯାଇଛି  ।ଏହି ଆନେ୍ଦାଳନରେ ସହଯୋଗ  କରିଥିବା ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ଶ୍ରୀ ବିଜୟ ରଂଜନ ସିଂ ବରିହା,ପୂର୍ବତନ ସରକାରୀ ଦଳ ମୁଖ୍ୟ ସଚେତକ ତଥା କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀ ସତ୍ୟଭୂଷଣ ସାହୁ,ପଦ୍ମପୁର ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ପାଇଁ ସମୟ ଓ ସ୍ଥାନ ଧାର୍ଯ୍ୟ କରିଥିବା ଏ ଅଂଚଳର ପ୍ରଶାସନିକ ଅଧିକାରୀ ଶ୍ରୀ ମହେନ୍ଦ୍ର ବଢେଇଙ୍କ ସମେତ ଆନେ୍ଦାଳନରେ ସହଯୋଗ କରିଥିବା ବିଭିନ୍ନ ଅନୁଷ୍ଠାନ ,କିମିଟି ସଭ୍ୟ ତଥା ଆନେ୍ଦାଳନ ସମ୍ବନ୍ଧରେ ସମ୍ବାଦକୁ ପ୍ରତହ୍ୟ ନିରବଛିନ୍ନ ଭାବେ ପ୍ରକାଶ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସହାୟତା ସାମ୍ବାଦିକ ମାନଙ୍କୁ ବୈଠକରେ ଧନ୍ୟବାଦ ଜ୍ଞାପନ କରଯାଇଥିଲା ।

0
0
0
s2sdefault