ରାୟଗଡା: ଜିଲ୍ଲା ଚଇତି ସାଂସ୍କୃତିକ ଶୋଭାଯାତ୍ରା କମିଟି ତରଫରୁ ରବିବାର ଦିବା ୧୧ଘଟିକା ସମୟରେ ସଂସ୍କୃତି ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ଭାସ୍କର ରଇତ ଏଥିରେ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଡ: ଦୟାନିଧି ବାଗ ସହିତ ଅନେକ କମିଟି ସଦସ୍ଯ ଉପସ୍ଥିତ ଥିଲେ । ୨୬ ତାରିଖ ଗୁରୁବାର ଦିନ ସକାଳ ୮.୩୦ମିନିଟ ସମୟରେ ମାଁ ମଝିଘରିଆଣୀଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା ପରେ ଦିନ ୯ ଘଟିକା ସମୟରେ ପବିତ୍ର ଜଳ ସହ କଳସ ଶୋଭାଯାତ୍ରାର ଆୟୋଜନ କରାଯିବ। ରାସ୍ତାରେ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପ୍ରାପ୍ତ କରି ଶୋଭାଯାତ୍ରା ମୁଖ୍ଯ ବଜାର ଦେଇ ଚଇତି ମଣ୍ଡପରେ ପହଞ୍ଚିବ ।
ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ, ନୃତ୍ଯ ଦଳ, ବାଜାଦଳ, ସ୍ବୟୋଂ ସହାୟକ ଦଳ, ବିଭିନ୍ନ ସଂଘ ତଥା ଜନସାଧାରଣ ଏଥିରେ ସାମିଲ ହେବା ନିମନ୍ତେ କମିଟି ତରଫରୁ ଅନୁରୋଧ କରାଯାଇଛି । ଚଇତି ଉଦ୍ଘାଟନୀ ସଂଧ୍ଯାରେ ଓଡିଶାର ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ଜଣାପଡିଛି ।
ରାଜ୍ୟ
ଚଇତିର ଉଦ୍ଘାଟନୀ ଉତ୍ସବ ସାଂସ୍କୃତିକ ଶୋଭାଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁ୍ଷ୍ଠିତ l
- Hits: 7