ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୩/୧୨/୨୪ ରାଜ୍ୟ ସରକାରଙ୍କ ଗ୍ରାମ ଅଭିମୁଖେ ପ୍ରଶାସନ ଅଭିଯାନରେ ନାଗରିକ ଅଭିଯୋଗ ର ସମାଧାନ କୁ ଲୋକଙ୍କ ଦ୍ୱାରା ଦେଶରେ ପହଞ୍ଚାଇ ତୃଣମୂଳ ସ୍ତରରେ ଶାସନ କୁ ସୁଦୃଢ଼ କରିବା ଉଦ୍ଦେଶ୍ୟ ରେ ଆଜି ଡାବୁଗାଁ ବ୍ଲକ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ସରକାରଙ୍କ ବିଭିନ୍ନ ଯୋଜନା ର ସଫଳ ରୂପାୟନ ସହ ବହୁଳ ପ୍ରଚାର ପ୍ରସାର କରିବା ସୁଶାସନ ଦିବସ ର ଲକ୍ଷ୍ୟ ରହିଛି। ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଯୁଗ୍ମ ଅଭିଯୋଗ ଶୁଣାଣି ରେ ୩୩ ଗୋଟି ଅଭିଯୋଗ ଶୁଣିଥିଲେ। ଏଥିରେ ବ୍ୟକ୍ତିଗତ ୨୪ ରହିଥିବା ବେଳେ ଗୋଷ୍ଠିଗତ ୯ ଟି ଅଭିଯୋଗ ରହିଥିଲା। ଗୋଷ୍ଠୀଗତ ଅଭିଯୋଗ ମଧ୍ୟରେ ପୂର୍ତ୍ତ ବିଭାଗ ଦ୍ଵାରା ଜାରି ରହିଥିବା ଡାବୁଗାଁ - ମାନିଗାଁ ରାସ୍ତା ପ୍ରଶସ୍ତିକରଣ ବହୁତ ଧିମାଗତିରେ ଚାଲିଥିବା ବେଳେ ଯଥାଶୀଘ୍ର ରାସ୍ତାକାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଗ୍ରାମବାସୀ ଅଭିଯୋଗ କରିଥିଲେ। ଅବଧି ସମାପ୍ତ ପରେ ମଧ୍ୟ ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହେଉ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଥିଲେ। ସେହିପରି ଡାବୁଗାଁ ବ୍ଲକ କୃଷକ ମହାସଙ୍ଘ ତରଫରୁ ଡାବୁଗାଁ ଓ ଜୁନାପାଣି ମଣ୍ଡି ରେ କଟନୀ ଛଟନି ନ କରିବା ସହ ସ୍ବଚ୍ଛତା ପାଇଁ ସି ସି କେମେରା ଲଗାଇବାକୁ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ସମସ୍ତ ଚାଷୀ ଫେଏକ୍ୟୁ ମାନର ଧାନ ମଣ୍ଡି ରେ ବିକ୍ରୀ କରିବାକୁ କହିଥିଲେ । ଏଥିରେ ଯଦି କେହି କଟନି ଛଟନି କରେ ତା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୃଷକ ସଂଘ କୁ ଜିଲ୍ଲାପାଳ କହିଥିଲେ। ଜିଆରଏସ ପଦବୀ କୁ ରାଜ୍ୟସ୍ତରୀୟ ଚୟନ ପ୍ରକ୍ରିୟା କରା ନ ଯାଇ ଜିଲ୍ଲା ଭିତ୍ତିକ କରାଯାଉ ଓ କମ୍ପ୍ୟୁଟର ପ୍ରଶିକ୍ଷଣ ପ୍ରମାଣପତ୍ର "ଓ" ଲେଭେଲ ପରିବର୍ତ୍ତେ ପିଜିଡିସିଏ ପ୍ରମାଣପତ୍ର କୁ ଅଗ୍ରାଧିକାର ଦିଆଯାଉ ବୋଲି ଅଭିଯୋଗ ହୋଇଥିଲା। ବୋରିପଦର ଗ୍ରାମ ରେ ରାସ୍ତା କାର୍ଯ୍ୟ ସହ ପୋଲ ନିର୍ମାଣ ନେଇ ଅଭିଯୋଗ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ମାଉସୀ ମା ମନ୍ଦିର ନିକଟରେ ଦୀର୍ଘବର୍ଷ ହେଲା ରାସ୍ତା ପାର୍ଶ୍ଵରେ ଦୋକାନ ଦେଇ ଆସିଥିବା କିଛି ବ୍ୟକ୍ତି ଙ୍କୁ ସେଠାରୁ ଉଚ୍ଛେଦ କରିବାକୁ କିଛି ଅସାମାଜିକ ଲୋକ ଧମକାଉଥିବା ନେଇ ଅଭିଯୋଗ ହୋଇଥିଲା। ରାବଣାଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅତିରିକ୍ତ ଗୃହ ନିମନ୍ତେ ଦାବୀପତ୍ର ଦେଇଥିଲେ। କୋଡିଙ୍ଗା ଥାନା ସୀଉନା ଗୁଡା ରେ ଜମି ବିବାଦ ନେଇ ଅଭିଯୋଗ ହୋଇଥିଲା। ଏହି ଅବସରରେ ସାମାଜିକ ସୁରକ୍ଷା ବିଭାଗ ତରଫ ରୁ ୮ ଜଣ ବୃଦ୍ଧ ବୃଦ୍ଧା ଙ୍କୁ ଭତ୍ତା ପ୍ରଦାନ କରାଯାଇଥିବା ବେଳେ ୨ ଜଣ ବିକଳାଙ୍ଗ ଙ୍କୁ ହ୍ୱିଲ ଚେୟାର ପ୍ରଦାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ପ୍ରକାଶ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ସିଡିଓ ବିରଞ୍ଚି ନାରାୟଣ ଦରୱାନ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର,ଜିଲ୍ଲା କୃଷି ଅଧିକାରୀ ପି ଭି ରାମଣା ରାଓ , ସିଡିଏମଓ ଡକ୍ଟର ସନ୍ତୋଷ ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର,ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାଇ ଟୁଡୁ, ଡାବୁଗାଁ ବିଡିଓ ଶରତ ମାଝୀ,ତହସିଲଦାର ହରି ଓମ ଭୋଇ,ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ସହ ଜିଲ୍ଲାର ବିଭିନ୍ନ ବିଭାଗ ର ଉଚ୍ଚ ପଦସ୍ତ ଅଧିକାରୀ ଯୋଗ ଦେଇଥିଲେ।
ରାଜ୍ୟ
ସୁଶାସନ ସପ୍ତାହ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ
- Hits: 11