ହେଡଲାଇନସ୍:

ସାବାସ ବିଜୁ ଯୁବ ବାହିନୀ,ଲୋକଙ୍କ ମନ କିଣି ନେଲେ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସମ୍ପର୍କୀୟ ଆଡ ଆଖିରେ ଚାହିଁଲେନି :  ମୃତ କୁଷ୍ଠ ରୋଗୀଙ୍କୁ କାନ୍ଧ ଦେଲେ, ସସମ୍ମାନ ସତ୍କାର ବି କଲେ 

ଝାରସୁଗୁଡା(ବିକ୍ରମ କେଶରୀ ମହାପାତ୍ର) 

କୁଷ୍ଠ ରୋଗରେ ଶିକାର ହୋଇ ଗାଁରୁ ବାସନ୍ଦ ହୋଇଥିବା ଭୁକଲ ଉରମାଲଙ୍କ ମୃତ୍ୟୁ ପରେ ଶବସତ୍କାର ପାଇଁ ଆସିଲେ ନାହିଁ ଗାଁର ଲୋକେ | ସମ୍ପର୍କୀୟ ମାନେ ବି ପାଖତଡ ମାଡିଲେନି । ହେଲେ ସେ ଜାଗାରେ ମଣିଷ ପଣିଆ ଦେଖାଇ ଆଗେଇ ଆସିଥିଲେ ବିଜୁ ଯୁବ ବାହିନୀର ସ୍ଵେଛାସେବି ମାନେ |

 ଆଜି ରାଜପୁର ପଞ୍ଚାୟତର ବଗରାଚକା ଗାଁର 72 ବର୍ଷର ଵୃଦ୍ଧ ଭୁକଲ ଉରମାଲଙ୍କ ଦେହାନ୍ତ ହୋଇଥିଲା। ତାଙ୍କର ଗୋଟିଏ ପୁଅ ମୃତ ବାପାର ଶବକୁ ଏକୁଟିଆ ସତ୍କାର ପାଇଁ ନେବାକୁ ସକ୍ଷମ ହୋଇ ନଥିଲା । ଗାଁର  ଜାତିଭାଇଙ୍କ ଠାରୁ ଆରମ୍ଭ କରି କେହି ବି ସମ୍ପର୍କୀୟ ନ ଆସିବାରୁ ସବା ପଡି ରହିଥିଲା | ବିଜୁ ଯୁବ ବାହିନୀର ସ୍ବେଚ୍ଛାସେବୀମାନଙ୍କ ନିକଟରେ ଏ ଖବର ପହଞ୍ଚି ଥିଲା।ବିଜୁ ଯୁବ ବାହିନୀର କର୍ମକର୍ତ୍ତା କାଳ ବିଳମ୍ବ ନକରି ସେଠାରେ ପହଂଚିଥିଲେ | ମୃତକଙ୍କ  ଶବକୁ କାନ୍ଧରେ ବୋହି ସ୍ମଶାନକୁ ନେବା ସହ ଯଥାରୀତି ସସମ୍ମାନ ସତ୍କାର କରିଥିଲେ। ବିଜୁ ଯୁବ ବାହିନୀର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

 

 

 

 

 

0
0
0
s2sdefault