ହେଡଲାଇନସ୍:

ଏକକାଳୀନ ନିର୍ବାଚନ ଆମର ନିର୍ବାଚନ ପ୍ରକ୍ରିୟାକୁ ସହଜ କରିବ- ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • • ଏକ ସମନ୍ୱିତ, ଦକ୍ଷ ଏବଂ ବିକଶିତ ଭାରତ ଦିଗରେ ଐତିହାସିକ ପଦକ୍ଷେପ

  • • ଭାରତୀୟ ଗଣତନ୍ତ୍ର ସୁଦୃଢ଼ ହେବା ସହ ଲୋକଙ୍କ ସ୍ୱାର୍ଥ ସୁରକ୍ଷିତ ହେବ

  • • ଏହି ପ୍ରସଙ୍ଗରେ କଂଗ୍ରେସ ସମେତ କେତେକ ବିରୋଧୀ ଦଳର ଆଭିମୁଖ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ

  • • ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ଦେଶ ଓ ଲୋକଙ୍କ ସ୍ୱାର୍ଥର ପ୍ରସଙ୍ଗ, ନିର୍ବାଚନୀ ପ୍ରସଙ୍ଗ ନୁହେଁ

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୧୮ - କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ମଞ୍ଜୁର ହୋଇଥିବା 'ୱାନ୍ ନେସନ-ୱାନ୍ ଇଲେକ୍ସନ' ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ନେଇ ମୋଦୀ ୩.୦ କ୍ୟାବିନେଟ୍ ମଞ୍ଜୁରୀକୁ ଐତିହାସିକ ନିଷ୍ପତି କହିବା ସହ କେନ୍ଦ୍ରମନ୍ତ୍ରୀ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ 'ୱାନ୍ ନେସନ-ୱାନ୍ ଇଲେକ୍ସନ' ଉପରେ ଉଚ୍ଚସ୍ତରୀୟ କମିଟିର ସୁପାରିସ ଗ୍ରହଣ କରିବା ନେଇ କେନ୍ଦ୍ର କ୍ୟାବିନେଟ୍ ନେଇଥିବା ସାହସିକ ନିଷ୍ପତିକୁ ସ୍ୱାଗତ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର ପ୍ରତ୍ୟେକ ଭାରତୀୟଙ୍କ କଲ୍ୟାଣ ତଥା ଶାସନକୁ ବ୍ୟବସ୍ଥିତ କରିବା ପାଇଁ କ୍ରମାଗତ ଭାବେ ନିଜର ପ୍ରତିଶ୍ରୁତି ପାଳନ କରି ଆସୁଛନ୍ତି । ଏକକାଳୀନ ନିର୍ବାଚନ ଆମର ନିର୍ବାଚନ ପ୍ରକ୍ରିୟାକୁ ସହଜ କରିବା ସହିତ ସମଗ୍ର ଦେଶରେ ନିରନ୍ତର ବିକାଶକୁ ସୁନିଶ୍ଚିତ କରିବ । ଏକ ସମନ୍ୱିତ, ଦକ୍ଷ ଏବଂ ବିକଶିତ ଭାରତ ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ । ଭାରତକୁ ଆଗକୁ ନେବା ପାଇଁ ‘ମୋଦୀ ଗ୍ୟାରେଣ୍ଟି’ର ଆଉ ଏକ ପ୍ରତିଶ୍ରୁତି ପୂରଣ ହୋଇଛି ।

ଏହି ନିଷ୍ପତିକୁ ବିରୋଧ କରିଥିବା କଂଗ୍ରେସର ଟିପ୍ପଣୀ ଉପରେ ଶ୍ରୀ ପ୍ରଧାନ କହିଛନ୍ତି 'ଗୋଟିଏ ଦେଶ-ଗୋଟିଏ ନିର୍ବାଚନ'କୁ ନେଇ କଂଗ୍ରେସ ସମେତ କେତେକ ବିରୋଧୀ ଦଳର ଆଭିମୁଖ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ଦେଶ ଓ ଲୋକଙ୍କ ସ୍ୱାର୍ଥର ପ୍ରସଙ୍ଗ, ନିର୍ବାଚନୀ ପ୍ରସଙ୍ଗ ନୁହେଁ । ୧୯୫୧ରୁ ୧୯୬୭ ପର୍ଯ୍ୟନ୍ତ ଦେଶରେ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ସମୟରେ କଂଗ୍ରେସ ଦଳ ଏହି ପରମ୍ପରାକୁ ଭାଙ୍ଗିଥିଲା । ଦେଶର ସଂଘୀୟ ଢାଞ୍ଚା ଉପରେ ବାରମ୍ବାର ଆକ୍ରମଣ କରି ଲୋକଙ୍କ ସାମ୍ବିଧାନିକ ଅଧିକାର ଛଡ଼ାଇ ନେଇ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ସମଗ୍ର ଦେଶକୁ ଜେଲରେ ପରିଣତ କରିଥିବା କଂଗ୍ରେସ ଦଳ ପ୍ରଥମେ ନିଜ କଳଙ୍କିତ ଇତିହାସରୁ ଶିକ୍ଷା ଗ୍ରହଣ କରିବା ଉଚିତ୍ । ଅନ୍ତଃକନ୍ଦଳ ଜାଲରେ ଛନ୍ଦି ହୋଇ ଦିଶାହୀନ ହୋଇପଡିଥିବା କଂଗ୍ରେସ ଦଳ ନକାରାତ୍ମକତାରେ ବୁଡ଼ି ରହି ଏପରି ମିଛ କହୁଛି । ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବା ସହ ଲୋକଙ୍କ ସ୍ୱାର୍ଥକୁ ସୁରକ୍ଷିତ କରି 'ବିକଶିତ ଭାରତ' ଗଠନରେ 'ୱାନ୍ ନେସନ୍-ୱାନ୍ ଇଲେକ୍ସନ୍' ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ତେଣୁ ଜାତୀୟ ସ୍ୱାର୍ଥରୁ ନିଆଯାଇଥିବା ଏହି ନିଷ୍ପତ୍ତିରେ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ନିଜର ଜିଦ୍ ଛାଡି ଭାରତ ସରକାରଙ୍କ ଏହି ନିର୍ଣ୍ଣୟକୁ ସ୍ୱାଗତ କରିବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

0
0
0
s2sdefault