ହେଡଲାଇନସ୍:

ଘୁମୁସର ବାସୀ ଙ୍କ ପାଇଁ ଦିବା ସ୍ୱପ୍ନ ହୋଇଯିଵକି ଗୋପାଳ ପୁର ରେଢ଼ାଖୋଲ ରେଳପଥ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଦୀର୍ଘଦିନର ଦାବୀ ଗୋପାଳପୁର ଭାୟା ଭଞ୍ଜନଗର , ଫୁଲବାଣୀ ରେଢ଼ାଖୋଲ,ସମ୍ବଳପୁର ରେଳପ୍ରକଳ୍ପ ,ଦିବାସ୍ଵପ୍ନ ପରି ଲାଗୁଛି। ଡ଼ିପିଆର୍ ହୋଇ ରେଳ ବୋର୍ଡ ମଞ୍ଜୁରୀ ବି ହୋଇ ଟୋକେନ୍ ମନିରେ ଅଟକିଛି ଘୁମୁସର, କନ୍ଧମାଳ ଓ ଗଞ୍ଜାମ ଅଞ୍ଚଳବାସୀଙ୍କ ସ୍ଵପ୍ନ। ଯାହାକୁ ନେଇ ବିଭିନ୍ନ ସମୟରେ ଧାରଣ,ରାଲ୍ଲି, ବନ୍ଦ ଓ ପ୍ରତିବାଦ କଲେବି ଦୃଢ ରାଜାନୈତିକ ଇଛାଶକ୍ତି ଅଭାବ ହେତୁ ଫୁଲବାଣୀ ରେଳ ଲାଇନ୍ ନିର୍ମାଣ ପ୍ରକଳ୍ପକୁ ସବୁଜ ସଂକେତ ମିଳୁପାରୁ ନଥିବା ଅଭିଯୋଗ ହୋଇଛି ।

ଏଥିପାଇଁ ଚଳିତ ଆର୍ଥିକ ବର୍ଷ ବଜେଟରେ ଅର୍ଥ ବରାଦ କଲେ ନIହିଁ କେନ୍ଦ୍ର ସରକାର। ଡବଲ୍ ଇଞ୍ଜିନି କୁହାଯାଉଥିବା ସରକାର୍ ଯାହା ଦକ୍ଷିଣ ଓଡିଶା ବାସୀଙ୍କୁ ମର୍ମାହତ କରିଅଛି I ସୂଚନା ଅନୁସାରେ ଗଞ୍ଜାମରେ ୧୨୦କିଲୋମିଟର ବିଶିଷ୍ଠ ପ୍ରସ୍ତାବିତ ନୂତନ ପ୍ରକଳ୍ପ ପ୍ରକାରେ ଗୋପାଳପୁର,ଜଗନ୍ନାଥପୁର,ବ୍ରହ୍ମପୁର,କୁକୁକୁଡାଖଣ୍ଡି,ହିଂଜିଳି,ଆସ୍କା,ଖଣ୍ଡରାବଳି,ବାସୁଦେବପୁର,ଭଞ୍ଜନଗର,ମୁଜାଗଡ,ବଦାଙ୍ଗୀ,ଚକାପାଦ,ଜIଗରପଟା,ଫୁଲବାଣୀ,ଲକରାପାଜୁ,ସାନମୁଣ୍ଡା,ମୁଣ୍ଡାପଡା,ବୌଦ୍ଧ,କଦଳିଗଡ,ରେଢ଼ାଖୋଲ,ସମ୍ବଳପୁର ମୋଟ ୧୮ ଗୋଟି ନୂତନ ଷ୍ଟେସନ,୫ଗୋଟି ଟନେଲ,୩୮ଗୋଟି ବଡ ସେତୁ,୧୮୪ ଗୋଟି କ୍ଷୁଦ୍ର ଓ ମଧ୍ୟମ ସେତୁ ହେବା ବ୍ୟବସ୍ଥା ରହିଅଛି I ଦାବୀ ପୂରଣ ନିମିତ ଦକ୍ଷିଣ ଓଡିଶା ରେଳପଥ କ୍ରିୟାନୁଷ୍ଠାନ କମିଟି,ବ୍ରହ୍ମପୁର,ଘୁମୁସର ଉନ୍ନୟନ ମଞ୍ଚ, ଭୁବନେଶ୍ବର,ଫୁଲବାଣୀ ରେଳପଥ କ୍ରିୟାନୁଷ୍ଠାନ କମିଟି, ଫୁଲବାଣୀ ,ବରିଷ୍ଠ ନାଗରିକ ମଞ୍ଚ ଓ ଘୁମୁସର ବିକାଶ ପରିଷଦ, ଭଞ୍ଜନଗର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରେଳମନ୍ତ୍ରୀ ଅଶ୍ଵୀନି ବୈଷ୍ଟବ,ସାଂସଦ ପ୍ରଦୀପ ପାଣିଗ୍ରାହୀ,ଅନିତା ପ୍ରିୟଦର୍ଶନୀ,ସୁକାନ୍ତ ପାଣିଗ୍ରାହୀ ଙ୍କୁ ସାକ୍ଷାତ ରେ ଭେଟି ଦାବିପତ୍ର ଦେଇଛନ୍ତି I ସେହିପରି ଭଞ୍ଜନଗର ବିଧାୟକ ପ୍ରଦ୍ଯୁମ୍ନ ନାୟକଙ୍କ ବାସଭବନରେ ମିଶି ଘୁମୁସର ବିକାଶ ପରିଷଦର ୨୦ ଜଣିଆ ପ୍ରତିନିଧି ଦଳ ସହିତ ବରିଷ୍ଠ ଆଇନଜୀବି ତଥା ସଭାପତି ସୋମନାଥ ନାୟକ ଓ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ଵ ପ୍ରସ୍ତାବିତ ରେଲ ପ୍ରକଳ୍ପରେ ବଜେଟରେ ଅର୍ଥବରାଦ କରିବା ସହ ଉପେନ୍ଦ୍ର ଭଞ୍ଜ ଓ ବୈଦେହୀ ନାମରେ ଟ୍ରେନ ପ୍ରଚଳନ ପାଇଁ ସ୍ମାରକପତ୍ର ଦେଇ ଅଛନ୍ତି ।ଯାହାକୁ ଗୁରୁତ୍ଵ ଭାବି ଆସନ୍ତା ବଜେଟରେ ଆବଶ୍ୟକ ଅର୍ଥ ମଞ୍ଜୁର କରାଯିବା ସହ ଘୁମୁସର ଓ କନ୍ଧମାଳ ଅଞ୍ଚଳ ବାସୀଙ୍କ ଦାବୀକୁ ପୂରଣ କରିବା ମୋହନ ସରକାର ବଚନବଦ୍ଧ ବୋଲି ଶ୍ରୀ ନାୟକ କମିଟି କୁ ଜଣାଇଥିଲେ I ଏଥିରେ ସାଂସଦ ପ୍ରତିନିଧି ସନ୍ତୋଷ ତିଆଡ଼ି, ଓକିଲ ସଂଘର ସଭାପତି ଶୈଳେନ୍ଦ୍ର ନାରାୟଣ ସାହୁ ଓ ସମ୍ପାଦକ ରାଜେନ୍ଦ୍ର ପ୍ରଧାନ, ରବିନାରାୟଣ ସାମନ୍ତ, ଗୋପାଳ ଚନ୍ଦ୍ର ଲେଙ୍କା, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ବନମାଳୀ ଲେଙ୍କା ପଣ୍ଡିତ ବିପ୍ର ଚରଣ ସାହୁ, ସୁରେନ୍ଦ୍ର ବେହେରା, ପ୍ରତାପ ଚନ୍ଦ୍ର ସାହୁ, ପୀତାମ୍ବର ପରିଡା, ରଘୁନାଥ ପାତ୍ର ପ୍ରମୁଖ ଯୋଗ ଦେଇ ଥିଲେ I

0
0
0
s2sdefault