ଝାରସୁଗୁଡା(ବିକ୍ରମ ମହାପାତ୍ର)
ଝାରସୁଗୁଡା ମାରୱାଡି ଯୁବା ମୋର୍ଚା ପକ୍ଷରୁ ସ୍ଥାନୀୟ ଟ୍ୱିବ୍ରିୱାଲା ଧର୍ମଶାଳାଠାରେ ତିନିଦିନ ବ୍ୟାପି ଚାଲିଥିବା କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦଯାପିତ ହୋଇଛି | ଏହି ଶିବିରରେ ୭୯ ଜଣ ଭିନ୍ନକ୍ଷମଙ୍କ ଅଙ୍ଗ ପ୍ରତ୍ୟାରୋପଣ କରାଯାଇଛି | ଉଦ୍ଯାପନୀ ଦିବସରେ ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧକ୍ଷ କିଶୋର କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାରୱାଡି ଯୁବା ମୋର୍ଚା ର ଏହି ସେବା କାର୍ଯ୍ୟକୁ ପ୍ରଶଂସା କରି ସମାଜ ତଥା ଦେଶ ପାଇଁ ପ୍ରତେକ ନିଜର ଦାୟିତ୍ୱ ଏବଂ କର୍ତବ୍ୟ କୁ ନିଷ୍ଠାପର ଭାବେ ସମ୍ପାଦନ କରିବା ଜରୁରୀ ବୋଲି ମତଦେଇଥିଲେ |ବରିଷ୍ଠ ନାଗରିକ ସଂଘ ସଭାପତି ଅର୍ଜୁନ ମୋର,ସମନ୍ୱିତ ଅତିଥି ଭାବେ ଯୋଗଦେଇଥିଲେ |ସଂଘର ଉପଦେଷ୍ଠା ମନିଶ ଡିଡ଼ବାନିଆ,ମଂଚ ପରିଚାଳନା କରିଥିବା ବେଳେ ସଭାପତି ସଚିନ ଶର୍ମା,ଆକାଶ ଅଗ୍ରୱାଲ,ଆନନ୍ଦ ଶର୍ମା,ଙ୍କ ସହିତ ସଂଘର ଅନ୍ୟ କର୍ମ କର୍ତା ଓ ସଭ୍ୟ ମାନେ ଉପସ୍ଥିତଥିଲେ |