ଭୁବନେଶ୍ୱର, - ଓଡିଶାରେ ଲୋକାୟୁକ୍ତ ନିଯୁକ୍ତି ନେଇ ଆଜି ସୁପ୍ରିମ୍ କୋର୍ଟରେ ଶୁଣାଣୀ ହୋଇଛି । ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ଶୁଣାଣୀ କରିଥିଲେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଦିଲ୍ଲୀ ଯାଇ ସତ୍ୟପାଠ ଦାଖଲ କରିଛନ୍ତି । ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଲୋକାୟୁକ୍ତ ଚୟନ କରାଯିବ । ଏପ୍ରିଲ୍ ୮ ତାରିଖରୁ ଲୋକାୟୁକ୍ତ କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ସତ୍ୟପାଠରେ ଦର୍ଶାଇଛନ୍ତି । ଆସନ୍ତାକାଲି ଲୋକାୟୁକ୍ତ ଚୟନ କମିଟିର ବୈଠକ ବସିବ । ଏଥିରେ ମୁଖ୍ୟମନ୍ତ୍ରୀ , ବାଚସ୍ପତି ଓ ବିରୋଧୀ ଦଳ ନେତା ସଭ୍ୟ ରହିଛନ୍ତି । ଏହାବ୍ୟତୀତ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ପୂର୍ବତନ ସୁପ୍ରିମ୍ କୋର୍ଟ ବିଚାରପତି ଅନଙ୍ଗ ପଟ୍ଟନାୟକ ଉପସ୍ଥିତ ରହିବେ ।
ରାଜ୍ୟ
ଏପ୍ରିଲ୍ ୮ରୁ ଓଡିଶାରେ କାର୍ଯ୍ୟକ୍ଷମ ହେବ ଲୋକାୟୁକ୍ତ
- Hits: 364