ହେଡଲାଇନସ୍:

ସଡକ ସୁରକ୍ଷା ସପ୍ତାହ ଉଦ୍ଯାପିତ : ହେଲେମେଟ ବାଣ୍ଟି ସଚେତନତା ବାର୍ତ୍ତା ଦେଲା ‘କଦମ’

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା(ଅମିତ ପୁରୋହିତ) 

ନୂଆପଡା ଜିଲ୍ଲା  ପରିବହନ ବିଭାଗ ପକ୍ଷରୁ ୩୦ ତମ ସଡକ ସୁରକ୍ଷା ସପ୍ତାହ ଉଦ୍ଯାପିତ ହୋଇଛି । ଜିଲ୍ଲା ଆଚଂଳିକ ପରିବହନ କାର୍ଯ୍ୟାଳୟରେ ସ୍ଥାନୀୟ ‘କଦମ’ ମହିଳା ସ୍ୱେଚ୍ଛାସେବୀ ଅନୁଷ୍ଠାନ  ସମ୍ପାଦିକା ଯଜ୍ଞସେନୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ଆର୍.ଟି.ଓ ପ୍ରଶାନ୍ତ ପରିଡା ମୁଖ୍ୟ ଅତିଥି, ଅମିୟ ଦାସ ମୁଖ୍ୟବକ୍ତା,ବ୍ରହ୍ମ କୁମାରୀ ସଦସ୍ୟ ଗୋବିନ୍ଦ ପଟେଲ ସମ୍ମାନୀତ ଅତିଥି ଭାବେ ମଂଚାସୀନ ଥିଲେ । ଏହି ଅବସରରେ ‘କଦମ’ ମହିଳା ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ୬ ଜଣ ବାଇକ ଚାଳକଙ୍କୁ ହେଲମେଟ ପ୍ରଦାନ କରି ସଚେତନତା ର ବାର୍ତ୍ତା ଦିଆଯାଇଥିଲା କଦମର ଏଭଳି ଉଦ୍ୟମକୁ ଲୋକେ ପ୍ରଶଂସା କରିଛନ୍ତି । ଅନୁଷ୍ଠାନର ସଭାପତି ଲଲାଟେନ୍ଦୁ ପଣ୍ଡା, ସଦସ୍ୟ ପ୍ରତିଭା ହୋତା, ପାର୍ବତୀ ମଲ୍ଲିକ, ଉଜ୍ୱଲ ତିୱାରୀ, ଆରଟିଓ ଅଫିସ କର୍ମଚାରୀ ଆଶିଷ ଗୁରୁ, ରାଜ କିରଣ ସିଂଦେଓ, ତପନ କାଲୋ,ସୁରେଶ ଚଲାନ, ପଦ୍ମ କାଣ୍ଡ, ବିଚିତ୍ର ମଲ୍ଲିକ, ସଞୀବ ପଣ୍ଡା, ସାହିଦ ଖାନ,ସନତ ଷଡ଼ଙ୍ଗୀ ପ୍ରମୁଖ ସହୟତା କରିଥିଲେ । ଏଠାରେ ଶତାଧିକ ସ୍କୁଲ ଛାତ୍ରୀଛାତ୍ର ,ମହିଳା,ବୃଦ୍ଧିଜିବୀ ଉପସ୍ଥିତ ଥିଲେ ।

0
0
0
s2sdefault