ହେଡଲାଇନସ୍:

ଏଇ ତ ଜନନୀ ଏକ୍ସପ୍ରେସ : ପ୍ରସବ ନିମନ୍ତେ ଖଟିଆରେ ବୁହା ହେଲେ ପ୍ରସୂତୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲୀପ ମହାନ୍ତି)- ଓଡ଼ିଶାବାସୀଙ୍କ ସୁଖଶାନ୍ତି  ନିମନ୍ତେ ରାଜ୍ୟ ସରକାର ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା ଘୋଷଣା କରିଚାଲିଛନ୍ତି । ଏହା ମଧ୍ୟରେ ଜନନୀ ସୁରକ୍ଷାଠାରୁ ଆରମ୍ଭ କରି ଆମ ଗାଁ, ଆମ ବିକାଶ , ହରିଶ୍ଚନ୍ଦ୍ର ଓ କାଳିଆ ଆଦି ଯୋଜନାର କାର୍ଯ୍ୟକାରୀତା ନିମନ୍ତେ ରାଜକୋଷରୁ କୋଟିକୋଟି ଟଙ୍କା ବ୍ୟୟ ବରାଦ ହେଉଛି । କିନ୍ତୁ ଏହି ବିକାଶ କେଉଁଠି ପହଁଞ୍ଚିଛି, ତାହା ଗାଁକୁ ରାସ୍ତା ନଥିବା କାରଣରୁ ସନ୍ତାନ ପ୍ରସବ ନିମନ୍ତେ ଖଟିଆରେ ବୁହା ହେଲେ ପ୍ରସୂତୀ ଘଟଣାରୁ ସ୍ପଷ୍ଟ ଅନୁମେୟ  । ଉକ୍ତ ଗାଁକୁ ଆମ୍ବୁଲାନ୍ସ ନ ଆସି ରାସ୍ତାରେ ଅଟକି ରହିବାରୁ ଆମ୍ବୁଲାନ୍ସ ନିକଟକୁ ଖଟିଆରେ ବୁହା ହୋଇ ଗଲେ ପ୍ରସୂତୀ । ଏଭଳି ଏକ ଅଭାବନୀୟ ଘଟଣା ଫେବୃଆରୀ ୧୦ ରବିବାର ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ପାଞ୍ଚପୀଢ ଉପଖଣ୍ଡ ଶୁକୃଳୀ ବ୍ଳକର ଚତୁରାଞ୍ଜଳୀ ପଞ୍ଚାୟତର ଜେଠମା ନାୟକ ସାହିରେ । ଗ୍ରାମବାସୀଙ୍କ ପକ୍ଷରୁ ଦୀର୍ଘ ଦିନରୁ ଗାଁକୁ ରାସ୍ତା ନିର୍ମାଣର ଦାବି ହୋଇ ଆସୁଥିବା ବେଳେ ଏ ପର୍ଯ୍ୟନ୍ତ ରାସ୍ତାଟି ଗାଁକୁ ସଂଯୋଗ ହୋଇ ପରିଲା ନାହିଁ । ୨୯ ପରିବାର ବସବାସ କରୁଥିବା ଏହି ଗାଁର ଲୋକେ ଦୀର୍ଘ ୨ କିଲୋମିଟର ଚାଲି ଚାଲି ମୁଖ୍ୟ ରାସ୍ତାକୁ ଯାଇଥାନ୍ତି । ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏହା ସମ୍ଭବ ହୋଇପାରି ନାହିଁ । ଏହାହିଁ ବିଜେଡ଼ି ସରକାରଙ୍କ ଆମ ଗାଁ, ଆମ ବିକାଶ ଯୋଜନାର ସଫଳତା ।

0
0
0
s2sdefault