କାଳିଆପାଣିରୁ ଦୟାନିଧି ମହନ୍ତ: ଆଜି ସୁକିନ୍ଦା ଖଣିଅଂଚଳ ନିକଟବର୍ତୀ ରଗଦl ଡ୍ୟାମ ଗର୍ଗl ଚଳ ମଠ ନିକଟରେ ଖଣି ପ୍ରଭାବିତ ଦୁଇ ବ୍ଲକ ର ନେତୃତ୍ୱ ମଣ୍ଡଳୀ ମାନଙ୍କ ମଧ୍ୟରେ ଏକ ମିଳିତ ସମନ୍ଵୟ କମିଟି ଗଠିତ ହୋଇ ଯାଇଅଛି l district mineral fund ଯେବେଠାରୁ ଗଠିତ ହୋଇଅଛି ଢେଙ୍କାନାଳ ଜିଲ୍ଲାର ତିନି ପଂଚାୟତ ଯଥା ମରୁଆ ବିଲି, ବିରାଶାଳ, ରାଇବୁଲୁ ପଂଚାୟତ ସିଧାସଳଖ ଖଣି ପ୍ରଭାବିତ ହେଉଥିଲେ ମଧ୍ୟ ଆଜି ଯାଏଁ ଏହାର ସୁବିଧା ସୁଯୋଗ ନେଇପାରୁନଥିଲେ l ସୁକିନ୍ଦା ବ୍ଲକର ପୂର୍ବତନ ବ୍ଲକ ସମିତି ଅଧକ୍ଷା ଶ୍ରୀମତୀ ଭଗବତୀ ମହନ୍ତ ଙ୍କ ଏକ ଜନମଙ୍ଗଳ କାରି ଭାବନlର ଉଦ୍ୟମରେ କଙ୍କଡା ହାଡ଼ ବ୍ଲକ ର ଏହି ତିନୋଟି ପଂଚାୟତ ଉକ୍ତ DMF ଯୋଜନାର ଉପଯୁକ୍ତ ସୁଫଳ ପାଇବାକୁ ଯାଉଛନ୍ତି l ଏହି ତିନୋଟି ପଂଚାୟତର ପ୍ରାୟ ଦୁଇ ତୃତୀୟାଂଶ ଲୋକ ସୁକିନ୍ଦା ଖଣି ଅଂଚଳରେ ସମ୍ପୂର୍ଣ ନିର୍ଭର କରୁଥିବାରୁ ଏହି ଖବର ଏହିଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାର ଏହିଦୁଇଟି ବ୍ଲକର ସ୍ଥାନୀୟ ସମସ୍ଥ ଜନ ପ୍ରତିନିଧି ଙ୍କୁ ନେଇ ଏହି କମିଟି ଗଠିତ କରାଯାଇଅଛି l ଉକ୍ତ କମିଟି ମାଧ୍ୟମରେ ଉପରୋକ୍ତ ତିନି ପଂଚାୟତରେ କେଉଁଠି ଏବଂ କେଉଁ କାର୍ଯ୍ୟ କରାଯିବ ତାହା ର ରୂପରେଖ ତିଆରି କରାଯିବାକୁ ସ୍ଥିର କରାଯାଇଅଛି l ଆଜିର ଏହି ସଭାରେ ଏହି ଅଂଚଳର ଅନେକ ମହିଳା ଓ ପରୁଷ ଯୋଗଦେଇ ଉକ୍ତ ଜନମଙ୍ଗଳକାରୀ ଉଦ୍ୟମକୁ ସ୍ୱାଗତ କରି ନିଜ ନିଜର ଦାବି ଉପସ୍ଥାପନ କରିଥିଲେ l ଦୁଇ ଜିଲ୍ଲାର କଲେକଟର ଏବଂ ବିଧାୟକ ଙ୍କୁ ନେଇ ଏ ସମ୍ବନ୍ଧରେ ଏକ ବୈଠକ କରାଯିବାକୁ ସ୍ଥିର କରାଯାଇଅଛି l
ରାଜ୍ୟ
ଖଣିଅଂଚଳରେ DMF କୁ ନେଇ ସମନ୍ଵୟ କମିଟି ଗଠିତ l
- Hits: 748