ହେଡଲାଇନସ୍:

ସଡକ ସୁରକ୍ଷା ଉପଲକ୍ଷେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମିନି ମାରାଥନ ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା/Dillip Mohanti : ୩୦ ତମ ଜାତୀୟ ସଡକ ସୁରକ୍ଷା ପାଳନ ଷଷ୍ଠ ଦିବସରେ ମୟୁରଭଞ ଆଞଳିକ ପରିବହନ ଓ ଆରକ୍ଷୀ ବିଭାଗ ର ମିଳିତ ସହେଯାଗରେ ଆଜି ସକାଳ ୯ ଘଟିକା ସମୟରେ ବାରିପଦା ରଥ ଦାଣ୍ଡରୁ ଏକ ମିନି ମାରାଥନ ଅନୁଷ୍ଠିତ  ହୋଇଯାଇଅଛି । ସଡକ ସୁରକ୍ଷା ସଚେତନତା ବାର୍ତ୍ତା ସୃଷ୍ଟି କରାଯିବା ଉଦେ୍ଧଶ୍ୟରେ ଆୟୋଜିତ ଉକ୍ତ ମିନି ମାରାଥନ ଦୈାଡ ସ୍ଥାନୀୟ ବଡ ଜଗନ୍ନାଥ ମନ୍ଦିର ପରିସରରୁ ଆରମ୍ଭ ହୋଇ ସହର ମଧ୍ୟଦେଇ ପାଲବଣୀଠାରେ ସମାପ୍ତ ହୋଇଥିଲା । ଏହିୁ ମିନିମାରାଥନ ଦୈାଡ କାର୍ଯ୍ୟକ୍ରମକୁ ବାରିପଦା ଉପଜିଲାପାଳ ତଥା ଆଞ୍ଚଳିକ ପରିବହନ ଅଧିକାରୀ ମୟୁରଭଞ ଦିବ୍ୟୋଜ୍ୟତି ପରିଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ  ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସହକାରୀ ଆଞଳିକ ପରିବହନ ଅଧିକାରୀ ମୟୁରଭଞ ମନୋଜ କୁମାର ଟପ ଙ୍କ ପ୍ରତକ୍ଷ୍ୟ ସଂଯୋଜନାରେ ଆୟୋଜିତ ଏହି ମିନି ମାରାଥନ କାର୍ଯ୍ୟକ୍ରମରେ ଟ୍ରାଫିକ ଇନସପେକ୍ଟର ରମାକାନ୍ତ ନାୟକ, ଜୁନିଅର ଏମଭିଆଇ ଚିନ୍ମୟ ମହାନ୍ତ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ଙ୍କ ସମେତ ବିଭାଗ କର୍ମଚାରୀ ଏବଂ ବିଭିନ୍ନ ସଂଗଠନ  କର୍ମକର୍ତ୍ତାମାନଙ୍କର ସକ୍ରୀୟ ସହଯୋଗରେ ପରିଚାଳନା କରାଯାଇଥିଲା । ସଡକ ସୁରକ୍ଷା ଉପରେ ସଚେତନତା ସୃଷ୍ଟି ପାଇଁ ଆୟୋଜିତ ଉକ୍ତ ମିନି ମାରାଥନ ଦୈାଡ କାର୍ଯ୍ୟକ୍ରମରେ ଓଏସପି ବାଟାଲିୟନ ଫୋର୍ସ, ଆଞ୍ଚଳିକ ପରିବହନ ବିଭାଗ କର୍ମଚାରୀ,ଜିଲା କ୍ରୀଡାବାସର ଛାତ୍ର ଙ୍କ ସମେତ ସ୍ୱେଛାସ୍ୱେବୀ ସଂଗଠନ ର ପ୍ରମୁଖ କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault