ହେଡଲାଇନସ୍:

ବାଲିଯୋରୀ ଗ୍ରାମରେ ମିଶନ  ଶକ୍ତି ରଥକୁ ଭବ୍ୟ ସ୍ୱାଗତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ -ନାରୀ ଜାଗରଣ ନାରୀ ସଶକ୍ତିକରଣ ନାରୀମାନଙ୍କ ଅଧିକାର ଆର୍ଥିକ ତୃଣମୂଳ ସୁଦୃଢ଼ କରିବାର  ସଂକଳ୍ପ ବାର୍ତ୍ତାକୁ ନେଇ ମିଶନ  ଶକ୍ତି SHG ରଥ ଟାଙ୍ଗରପାଲି ବ୍ଲକରୁ ବାହାରି ରତନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଲିଯୋରୀ ଗ୍ରାମରେ ଅପ୍ରାନ୍ହ ୩ ଟା ସମୟରେ ପହଁଚିଥିଲା |  ବାଲିଜୋରି ଗୌଡ଼ପଡା ମଣ୍ଡପରୁ ମିଶନ ଶକ୍ତି ରଥକୁ SHG ମହିଳା ଗ୍ରୁପ ମାନଙ୍କ ସହ ବାଲିଯୋରୀ ମହିଳା ସଂକ୍ରିତ୍ତନ ମଣ୍ଡଳୀ ଓ କିଆକଛାର ସଂକ୍ରିତନ ମଣ୍ଡଳୀ ହରିନାମ ସହ ଘଣ୍ଟ ଶଙ୍ଖଓ ମଙ୍ଗଳ ହୁଳ ହୁଲିରେ ରଥକୁ ପାଛୋଟି ଆଣିଥିଲେ | ମଝିପଡ଼ା ସ୍ଥିତ ଅଷ୍ଟପ୍ରହର ମଣ୍ଡପ ପାଖରେ ଅନୁଷ୍ଠିତ  ଏହି କାର୍ଯ୍ୟକ୍ରମରେ ରତନପୁର ଗ୍ରାମ ପଂଚାୟତର ପ୍ରାୟ୩୮ ଟି SHG ଗ୍ରୁପର ମହିଳା ମାନେ ସାମିଲ ହୋଇଥିଲେ | ଟାଙ୍ଗରପାଲି ICDS ସୁପ୍ରଭାଏଜର ଦିବ୍ୟା ରୋଜିତା ଲାକ୍ରା ମିଶନ  ଶକ୍ତି ରଥ ପରିକ୍ରମା ଉଦ୍ଦେଶ୍ୟ ବିଷୟ ଉପରେ ଆଲୋକ ପାତ କରିଥିଲେ | ଟାଙ୍ଗରପାଲି ବ୍ଲକର ICDS ଲଳିତା ସୁକାନ୍ତି କେର୍କେଟା ଓ ସ୍ନିଗ୍ଧା ମହାପାତ୍ର ସହଯୋଗ କରିଥିଲେ |  ଏହି କାର୍ଯ୍ୟକ୍ରମ ରେ SHG ମହିଳା ମାନଙ୍କ ମଧ୍ୟରେ ହୁଳହୁଳି, ଲୁଡୁ, ମ୍ୟୁଜିକ ଚେୟାର ପ୍ରତିଯୋଗିତା ହୋଇଥିଲା | ପ୍ରଥମ ସ୍ଥାନ ଅଧିକାର କରିଥିବା ମହିଳାମାନେ ହେଲେ, ହୁଳହୁଳିରେ ସତ୍ୟବତୀ ଦଣ୍ଡସେନା, ଲୁଡୁ ପ୍ରଥମ କୁମାରୀ ସା, ମ୍ୟୁଜିକ ଚେୟାର ଶ୍ରୀମତୀ ସ୍ୱାତୀ  ସାହୁ ଧନଲଷ୍ମୀ SHG ଗୃପ କିଆକଛାର ,ମୂଖ୍ୟ ଅତିଥି ରୂପେ ରତନପୁର ଗ୍ରାମ ପଂଚାୟତର ସରପଞ୍ଚ ଶ୍ରୀ ମହେଶ୍ବର ଓରାମ ମହିଳା ମାନଙ୍କ ସମସ୍ୟା ଓ ସମାଧାନ ବିଷୟରେ ଆଲୋକପାତ କରିଥିଲେ |  ରତନପୁର ଗ୍ରାମ ପଞ୍ଚାୟତର ନାଏବ  ସରପଂଚ ଶ୍ରୀମତୀ ବାସନ୍ତୀ ମଗର ରଥକୁ ଦୀପ ପ୍ରଜଲନ କରିଥିଲେ | ସରପଞ୍ଚ ଶ୍ରୀ ମହେଶ୍ବର ଓରାମ ଧନ୍ୟବାଦ ପ୍ରଦାନ କରିଥିଲେ | 

 

 

 

 

0
0
0
s2sdefault