ଇସ୍ତଫା ଦେଲେ ଭିମସାର ନିର୍ଦ୍ଦେଶକ
ଭୁବନେଶ୍ୱର – ବୁର୍ଲା ମେଡିକାଲ କଲେଜ ନିର୍ଦ୍ଦେଶକ ଡା.ଅଶ୍ୱିନୀ ପୁଜାହାରୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫାପତ୍ର ଇମେଲ୍ ଜରିଆରେ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି । ଇସ୍ତଫା ଦେବା ସମ୍ପର୍କରେ ସେ କହିଛନ୍ତି ଯେ ଭିମସାରର ବିକାଶ ପାଇଁ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହାକୁ ସେ ସୂଚାରୁ ରୂପେ ତୁଲାଇଛନ୍ତି । ମାତ୍ର ସରକାର ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନୁହନ୍ତି । ତେଣୁ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ସେ ଆଜି ପଦବୀ ଛାଡିଛନ୍ତି । ସୋମବାର ଦିନ ସେ ପାଇଥିବା ଘର ହସ୍ତାନ୍ତର କରିବେ ।
ଇସ୍ତଫା ପତ୍ରରେ ଡା ପୂଜାହାରୀ ଲେଖିଛନ୍ତି ଯେ ଇସ୍ତଫା ବ୍ୟତୀତ ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା । ବସିବା ଅପେକ୍ଷା ଇସ୍ତଫା ଦେବା ଉଚିତ ମଣିଲି । ସରକାରଙ୍କୁ ୩/୪ ଥର ଚିଠି ଦେଇଥିଲେ ମଧ୍ୟ କୌଣସି ସ୍ୱୀକୋରୋକ୍ତି ମିଳିନଥିଲା । ଆଜି ଇସ୍ତଫା ଦେଇଛି, ସୋମବାର ଠାରୁ ଘର ଛାଡ଼ି ଦେବି । ମୁଁ ଏଠାକୁ ଆସିବା ପରେ ଲୋକଙ୍କର ଅସୁବିଧା ହେଲା । ପିଲାଙ୍କର କ୍ଲାସ୍ ଠିକରେ ହେଉ ନଥିଲା । ମୁଁ ଆସିବା ପରେ ଠିକରେ କ୍ଲାସ ହେଲା । କର୍ମ·ରୀମାନେ ସବୁବେଳେ ବିଳମ୍ବରେ କ୍ଲାସକୁ ଆସୁଥିଲେ । ଅ ।ଉ ସେଥିପାଇଁ ମୁଁ କ୍ଲାସ ଆରମ୍ଭ ହେବା ପୂର୍ବରୁ ୧୫ ମିନିଟ୍ କ୍ଲାସରେ ବସୁଥିଲି । ଡାକ୍ତରଙ୍କ ସହ ପିଜି ଷ୍ଟୁଡେ଼ଂଟମାନେ ମଧ୍ୟ ବିଳମ୍ବରେ ଅ ।ସୁଥିଲେ । ଏହାବ୍ୟତୀତ ନର୍ସମାନେ ଡ୍ୟୁଟି ସମୟରେ ବେସରକାରୀ ଭାବେ ତଥା ନର୍ସିିଂହୋମରେ କାମ କରୁଥିଲେ । ଏଥିପାଇଁ ମୁଁ ବାରମ୍ବାର ବିରୋଧ କରିଛି । ମୁୁଁ ଆସିବା ପରେ ଅଧିକ ସଂଖ୍ୟାରେ ରୋଗୀ ଆସିଲେ । ହସ୍ପିଟାଲ ପରିସରର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେଉଥିଲି । ଅ।ଉ ସେଥିପାଇଁ ମୋ ବିରୋଧରେ ଷଡ଼ଯନ୍ତ୍ର ·ଲିଥିଲା ।
ଅନ୍ୟପକ୍ଷରେ ଇସ୍ତପା ପରେ ରାଜନୀତିରେ ଯୋଗ ଦେବେ କି ବୋଲି ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ରାଜନୀତିରେ ଯୋଗଦେବି କି ନାହିଁ ଏବେ କିଛି ଚିନ୍ତାକରିନାହିଁ ।
ସୂଚନାଯୋଗ୍ୟ ଯେ ନିକଟରେ ସମ୍ବଲପୁର ଭିମସାର ନିଦେ୍ର୍ଧଶକ ଡକ୍ଟର ଅଶ୍ୱିନୀ ପୂଜାହାରୀଙ୍କ କ୍ୟାନସର ଭଳି ରୋଗ କିମ୍ବା କୌଣସି ସଂକ୍ରମଣ ସ୍ଥାନରେ ଲୁଣ ଦେଇ ଚିକିତ୍ସା କରୁଥିବାରୁ ବିବାଦ ଘେରକୁ ଆସିଥିଲେ । ସେଥିପାଇଁ ତାଙ୍କୁ ଛୁଟିରେ ପଠାଯାଇଥିଲା । ବୁର୍ଲା ବଡ ମେଡିକାଲରେ ନିର୍ଦ୍ଦେଶକ ଭାବେ ଯୋଗଦେବା ପରଠାରୁ ସେ ଚର୍ଚ୍ଚାରେ ରହିଆସିଥିଲେ । ସରକାରୀ ଚାକିରିରେ ରହି ଘରୋଇ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କ ବିରୋଧରେ ପଦକ୍ଷେପ ନେଇ ପଶ୍ଚିମାଂଚଳରେ ବେଶ ଲୋକପ୍ରିୟତା ସାଉଁଟିଥିଲେ ।