ହେଡଲାଇନସ୍:

ମହାନଦୀ ଜଳବିବାଦ ମାମଲା : ମାର୍ଚ୍ଚ ୯ରେ ଚୂଡାନ୍ତ ରାୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୦୯ ଫେବୃଆରୀ – ମହାନଦୀକୁ ନେଇ ଓଡିଶା - ଛତିଶଗଡ ମଧ୍ୟରେ ଲାଗି ରହିଥିବା ଜଳବିବାଦ ମାମଲାରରେ ମଧ୍ୟବର୍ତୀକାଳୀନ ଆବେଦନ ଉପରେ ଟ୍ରିବ୍ୟୁନାଲ ଶୁଣାଣି କରିଛନ୍ତି । ଆସନ୍ତା ମାର୍ଚ୍ଚ ୯କୁ ତାରିଖରେ ଚୂଡ଼ାନ୍ତ ଶୁଣାଣି କରିବା ଲାଗି ଟ୍ରିବ୍ୟୁନାଲ ଦିନ ଧାର୍ଯ୍ୟ କରିଛନ୍ତି । ଚୂଡ଼ାନ୍ତ ରାୟ ପୂର୍ବରୁ ଆପୋସ ସମାଧାନ ଲାଗି ଓଡ଼ିଶା ଓ ଛତିଶଗଡ଼କୁ ଟ୍ରିବ୍ୟୁନାଲ ପରାମର୍ଶ ଦେଇଛନ୍ତି । ଏହା ସହିତ ଉଭୟ ରାଜ୍ୟ ଦାଖଲ କରିଥିବା ସତ୍ୟପାଠକୁ ତଥ୍ୟ ପ୍ରମାଣ ସହିତ ଦାଖଲ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଆପୋସ ସମାଧାନ ନହେଲେ ମାର୍ଚ୍ଚ ୯ରେ ଚୂଡ଼ାନ୍ତ ରାୟ ଦିଆଯିବ ।  ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଅଣମୌସୁମୀରେ ୧. ୭୪ ନିୟୁତ କୋଟି ଘନଫୁଟ୍ ଜଳ ଦାବି ନେଇ ଆବେଦନ କରିଛି ଓଡ଼ିଶା ।

ସୂଚନାଯୋଗ୍ୟ ଯେ ମହାନଦୀ ଉପରେ ଛତିଶଗଡ଼ ସରକାର ବ୍ୟାରେଜ୍ ଓ ଡ୍ୟାମ୍ ନିର୍ମାଣ କରିଥିଲେ । ଯାହାଫଳରେ ମହାନଦୀ ତଳ ମୁଣ୍ଡରେ ପାଣି ଶୁଖି ଯାଇଥିଲା । ଯାହାକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଲାଗି ରହିଥିଲା । ବିବାଦର ସମାଧାନ ପାଇଁ ଦୁଇ ଦୁଇ ଥର ବୈଠକ ବସିଥିଲେ ମଧ୍ୟ ସମାଧାନ ହୋଇପାରିନାହିଁ । 

ଜଷ୍ଟିସ୍ ଏ.ଏମ୍.ଖାନ୍ୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପୀଠ ଏ ପ୍ରସଙ୍ଗରେ ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ ଆଗାମୀ ୨ ସପ୍ତାହ ମଧ୍ୟରେ ଲିଖିତ ଭାବେ ଏ ସଂପର୍କିତ ସବିଶେଷ ତଥ୍ୟ ଦାଖଲ କରିବା ଲାଗି ଟ୍ରିବ୍ୟୁନାଲ୍ ନିଦେ୍ର୍ଧଶ ଦେଇଛନ୍ତି । ଏଥିସହ ଟ୍ରିବ୍ୟୁନାଲ୍ ଦୁଇ ରାଜ୍ୟର ବୈଷୟିକ ଦଳ ବି·ର ବିମର୍ଷ ମାଧ୍ୟମରେ ଏହି ବିବାଦର ସମାଧାନ ଲାଗି ଅନ୍ତରୀଣ ବ୍ୟବସ୍ଥା କରିବାକୁ କହିଛନ୍ତି । 

0
0
0
s2sdefault