ଭୁବନେଶ୍ୱର– କାଳିଆ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଯଥାଶୀଘ୍ର ପଠାଯିବ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ଶଶି ଭୂଷଣ ବେହେରା ପ୍ରକାଶ କରିଛନ୍ତି । ଉକ୍ତ ପର୍ଯ୍ୟାୟରେ ୧୮ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯିବ । ସେମାନଙ୍କ ବ୍ୟାଙ୍କ୍ ଆକାଉଂଟରେ ସିଧାସଳଖ ୫ ହଜାର ଟଙ୍କା ଲେଖାଏଁ ଜମା କରାଯିବ । ସେଥିମଧ୍ୟରେ ୧୩ ଲକ୍ଷ ଚାଷୀ ଓ ୫ ଲକ୍ଷ ଭୂମିହୀନ କୃଷକ ରହିଛନ୍ତି । ଏକ୍ଷେତ୍ରରେ ସରକାର ସକରାତ୍ମକ ରହିଛନ୍ତି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ କାଳିଅ । ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା କେବେ ମିଳିବ, ସେନଇ ତାରିଖ ଧାର୍ଯ୍ୟ ହୋଇନାହିଁ । କାଳିଅ । ଯୋଜନା ଏକ ଅଭୂତପୂର୍ବ ଯୋଜନା । ରାଜ୍ୟବାସୀ ଏହି ଯୋଜନାକୁ ପସନ୍ଦ କରୁଛନ୍ତି ଏବଂ ପ୍ରଥମ ପର୍ଯ୍ୟାୟ ଟଙ୍କା ପ୍ରଦାନ ସମୟରେ ଯେଉଁ ଅସୁବିଧା ହୋଇଥିଲା, ସେସବୁ ଉପରେ ସୁଧାର ଆଣିବାକୁ ପ୍ରୟାସ କରାଯାଉଛି ।
ସୂଚନାଯୋଗ୍ୟ ଯେ ର୍କାଳିଆ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ୫ ହଜାର ଟଙ୍କା ପହଂଚିସାରିଛି । କାଳିଅ । ଟଙ୍କା ପାଇବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରତି ପଂଚାୟତ କାର୍ୟ୍ୟାଳୟରେ ପ୍ରକାଶ ପାଇଥିଲା । ତେବେ କେତେକ ସ୍ଥାନରେ ହିତାଧିକାରୀ ତାଲିକାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ଏହି ଯୋଜନାରେ ଅନୁସାରେ ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।