ଝାରସୁଗୁଡା/ Bikram Mahapatra : ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗତ ସେପ୍ଟେମ୍ବର ମାସରେ ଉଦଘାଟିତ ହୋଇଥିବା ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ କିଛି ଦିନ ବିମାନ ଚଲାଚଳ ପରେ ବନ୍ଦ ହୋଇଥିବା ପୁଣି ବିମାନ ଚଲାଚଳ ପାଇଁ spicejet କମ୍ପାନୀ ର ଏକ ୮ ଜଣିଆ ପ୍ରତିନିଧି ଦଳ ଆଜି ଝାରସୁଗୁଡା ବିମାନ ବନ୍ଦର ବୁଲି ଦେଖିବା ସହ ଆସନ୍ତା ମାର୍ଚ୍ଚ ମାସ ୩୦ ତାରିଖରୁ ବିମାନ ଯାତାୟାତ କରିବ ବୋଲି କହିଛନ୍ତି |ଝାରସୁଗୁଡା ବିମାନ ବନ୍ଦର ରୁ ନୂଆ ଦିଲ୍ଲୀ,କଲିକତା,ଓ ହାଇଦ୍ରାବାଦ କୁ ବିମାନ ଚଲା ଚଳ କରିବ ବୋଲି ବିମାନ ବନ୍ଦର ନିର୍ଦେଶକ ସ୍ବଦେଶ ଚୌହାନ କହିଛନ୍ତି | spicejet କମ୍ପାନୀର ଇଞ୍ଜିନିୟର ଅବଧେଶ କୁମାର ଙ୍କ ନେତୃତ୍ପରେ ୮ ଜଣିଆ ପ୍ରତିନିଧି ଦଳ ଝାରସୁଗୁଡା ବିମାନ ବନ୍ଦରର ସୁରକ୍ଷା ଓ ଅନାନ୍ୟା ଭିତ୍ତି ଭୂମି ତଦାରଖ କରି ଫେରିଯାଇଛନ୍ତି | ଏ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବା ପରେ ଆସନ୍ତା ମାର୍ଚ୍ଚ ୩୦ ତାରିଖରୁ ଏହି ବିମାନ ବନ୍ଦର ରୁ ନିୟମିତ ବିମାନ ଚଲାଚଳ କରିବ |ଏହି ବିମାନ ବନ୍ଦର ରୁ ବିମାନ ଚଲା ଚଳ ପାଇଁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ମଧ୍ୟ ଚଳିତ ସପ୍ତାହରେ ଝାରସୁଗୁଡା ବିମାନ ବନ୍ଦର କେନ୍ଦ୍ର ପରିଦର୍ଶନ ରେ ଆସିବାର କାର୍ଯ୍ୟକ୍ରମ ରହିଛି |
ରାଜ୍ୟ
ଝାରସୁଗୁଡା ବିମାନ ବନ୍ଦରରୁ ମାର୍ଚ୍ଚ ୩୦ ରୁ ବିମାନ ଚଲା ଚଳ କରିବ
- Hits: 440