ଝାରସୁଗୁଡା/Bikram Mahapatra : ଝାରସୁଗୁଡା ଜିଲ୍ଲା କିରମୀରା ବ୍ଲକରେ ଥିବା ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅପାତକାଳୀନ ସ୍ଥିତିରେ କୌଣସି ଡାକ୍ତର କିମ୍ବା କର୍ମଚାରୀ ରହୁନଥିବା ଅଭିଯୋଗ ହେଉଛି | ଉକ୍ତ ଡାକ୍ତର ଖାନାକୁ ଦୂର ଦୂରାନ୍ତରୁ ଆସି ଚିକିତ୍ସା ପାଇଁ ଅପେକ୍ଷା କରିଥିବା ରୋଗୀ ଓ ଉପସ୍ଥିତ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି | କିରମୀରା ସରକାରୀ ଡାକ୍ତର ଖାନାର କର୍ମଚାରୀଙ୍କ ଆନ୍ତରିକତା ଅଭାବ ଯୋଗୁ ବାଧ୍ୟ ହୋଇ ରୋଗୀ ମାନେ ମାଗଣା ଚିକିତ୍ସା ପାଇବା ବଦଳରେ ବେସରକାରୀ ଡାକ୍ତରଖାନା କୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି | ଦୀର୍ଘ ଦିନ ହେବ କିରମୀରା ଡାକ୍ତର ଖାନରେ ଡାକ୍ତର ଓ କର୍ମଚାରୀ ଅଭାବରୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏଠାରେ ସେମାନେ ସ୍ୱାସ୍ଥ୍ୟ ପରୀକ୍ଷା ଓ ଡାକ୍ତରୀ ପରାମର୍ଶ ପାଇଁ ଗୋଷ୍ଠୀ କେନ୍ଦ୍ର କୁ ଆସୁଥିଲେ ବି ଉପଯୁକ୍ତ ସେବା ପାଇବାରୁ ବଂଚିତ ହେଉଛନ୍ତି | ଏ ଦିଗରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଵା ସହ ଅଫିସ ସମୟେ ଡାକ୍ତର ଖାନରେ ଅନୁପସ୍ଥିତ ରହୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଆବଶ୍ୟକ ଡାକ୍ତର, କର୍ମଚାରୀ,ନିଯୁକ୍ତି କରିବାକୁ ସାଧାରଣରେ ଦାବି ହେଉଛି |
ରାଜ୍ୟ
କିରମୀରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅପାତକାଳୀନ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ |
- Hits: 379