ହେଡଲାଇନସ୍:

"ବିସ୍ଥାପିତ ଓ କ୍ଷତି ଗ୍ରସ୍ତ ଲୋକଙ୍କଙ୍କପାଇଁ ଲଢେଇ ବନ୍ଦ ହେବନାହିଁ "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡା/ଶାସକ ପ୍ରଶାସକ) : ଜିଲ୍ଲାରେ ଗଢି ଉଠିଥିବା ଶିଳ୍ପାନୁଷ୍ଠାନ ଦ୍ଵାରା ବିସ୍ଥାପିତ ଓ କ୍ଷତି ଗ୍ରସ୍ତ ଲୋକଙ୍କଙ୍କପାଇଁ ଭାରତୀୟ କମ୍ୟୁନିଷ୍ଟ ପାଟି ଲଢେଇ କରି ଆସୁଛି ଓ ଭବିଷ୍ୟତରେ ମଧ୍ୟ ଏହି ଲଢେଇ ଜାରିରହିବ ବୋଲି ଦଳର କର୍ମକର୍ତା ମାନେ କହିଛନ୍ତି |ଏହାକୁ ବନ୍ଦ କରିବା ପାଇଁ ଶିଳ୍ପାନୁଷ୍ଠାନ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଦଳୀୟ କର୍ମକର୍ତ୍ତାଙ୍କ ଉପରେ ଚାପ ସୃଷ୍ଟି କରାଯାଉଥିବା ନେଇ ଅଭିଯୋଗ ହୋଇଛି |ଏହାର ପ୍ରତିବାଦରେ ଅଡାପଡା ସ୍ଥିତ ପ୍ରସନ୍ନ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ କମ୍ୟୁନିଷ୍ଟ ପାଟି ର ବାସୁଦେବ ଭୋଇ ଅଭିଯୋଗ କରି କହିଛନ୍ତିଯେ,ଜନସାଧାରଣ ନିଜ ହକ ପାଇଁ ସମ୍ୱିଧାନିକ ନୀତି ନିୟମରେ ଲଢେଇ ଜରଖି ଥିବା ବେଳେ ଶିଳ୍ପାନୁଷ୍ଠାନ ଗୁଡିକ ଲୋକଙ୍କ ନିଜ ହକ ନ ଦେଇ କାଳକ୍ଷେପଣ ନୀତି ଅବଲମ୍ବନ କରୁଛି |ଏଦିଗରେ ପ୍ରଶାସନ ଲୋକଙ୍କ ହକ ଦେବା ପରିବର୍ତେ କମ୍ପାନୀ ଚାପରେ ପାଟି କର୍ମକର୍ତା ଙ୍କ ଉପରେ ରୋକ ଲଗାଉଛି |ଭାରତୀୟ କମ୍ୟୁନିଷ୍ଟ ପାର୍ଟିର  କର୍ମକର୍ତା ରମେଶ ତ୍ରିପାଠୀ ଙ୍କ ଉପରେ ଉପ ଜିଲ୍ଲାପାଳ ଏପରି ନୋଟିସ ଜାରିକରି ଶ୍ରୀ ତ୍ରିପାଠୀ କୌଣସି ଗ୍ରାମକୁ ଯାଇ ଲୋକଙ୍କୁ ପ୍ରବର୍ତ୍ତାଇ କମ୍ପାନୀ ବିରୋଧରେ ଅନ୍ଧୋଲନ କରି ପାରିବେ ନାହିଁ ବୋଲି ନୋଟିସ ରେ ଉଲ୍ଲେଖ କରିବା ସହ ଦୁଇ ଜଣ ସାକ୍ଷୀଙ୍କୁ ସହିତ ଏକ ଲକ୍ଷ ଟଙ୍କା ବେଳ ବଣ୍ଡ ଦେବାକୁ ନୋଟିସ କରିଛନ୍ତି |ଏହା ଜଣ ପଡିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇ ଜିଲ୍ଲା ପ୍ରଶାସନ ର ଏଭଳି କାର୍ଯ୍ୟ କୁ ସମାଲୋଚନା କରି ପୂର୍ବ ଭଳି ଲଢେଇ ଜାରିରହିବ ବୋଲି ମତ ଦେଇଛନ୍ତି |ଆବଶ୍ୟକ ସ୍ଥଳେ ଜିଲ୍ଲା ପ୍ରଶାସନ ଓ କମ୍ପାନୀ ବିରୋଧରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ପାଟି ପକ୍ଷରୁ ଚେତାବନୀ ଦିଆ ଯାଇଛି |ସାମ୍ବାଦିକ ସମ୍ବିଳନୀରେ ରବୀନ୍ଦ୍ର ସାହୁ,ଦୁତୀୟା ଖରସେଲ,ବାସୁଦେବ ଭୋଇ,ଜୟଦେବ ସା,ଫୁଳମତି ବରିହା,ଗୋମତୀ ବୁଡ଼ା,ସନ୍ତୋଷିନୀ ଵାଲା,ରମେଶ ତ୍ରିପାଠୀ,ଗୌର ଚନ୍ଦ୍ର କଲୋ,ଙ୍କ ସମେତ ବାରଗାଡ଼,ପତରାପାଲି,ତିଙ୍ଗିସମାଲ,ଖଇରକୁନି,ଦର୍ଲିପଲ୍ଲୀ,କୁଡେ଼ଲୋଇ,ଆଦି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ |

 

 

0
0
0
s2sdefault