ହେଡଲାଇନସ୍:

ଗରୀବ ଲୋକଙ୍କ ଲୋକଙ୍କ ପାଖରେ ମାଗଣା ଆଇନ ସେବା ପହଞ୍ଚାଇବା ଉପରେ  ଗୁରୁତ୍ୱାରୋପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରାଲିଗାଲ ସ୍ୱେଚ୍ଛାସେବୀଙ୍କ ଦିନିକିଆ ତାଲିମ ଶିବିର

ବଲାଙ୍ଗିର(ନିରୋଜ ମିଶ୍ର): ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଥିବା ବିକଳ୍ପ ବିବାଦ ସମାଧାନ କେନ୍ଦ୍ରର ସମ୍ମିଳନୀ କକ୍ଷଠାରେ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପାରାଲିଗାଲ ସ୍ୱେଚ୍ଛାସେବୀଙ୍କ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ  ହୋଇଯାଇଛି । ଜିଲା ଦୌରା ଜଜ ତଥା ଜିଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ  ଚିତ୍ତ ରଂଜନ ମହାପାତ୍ର ଏହାକୁ ଆନୁଷ୍ଠାନିକ  ଭାବେ ଉଦଘାଟନ କରିଥିଲେ । ଗରୀବ ଲୋକଙ୍କ ଲୋକଙ୍କ ପାଖରେ କିପରି ମାଗଣା ଆଇନ ସେବା ପହଞ୍ଚାଯାଇପାରିବ ସେ ନେଇ ଗୁରୁତ୍ୱାରୋପ କରିଥିଲେ। ସିଭିଲ କୋର୍ଟ ରେଜିଷ୍ଟାର ତଥା ପ୍ରାଧିକରଣର ସଚିବ ଶ୍ରୀ ସନ୍ତୋଷ ଦାସ ରାୟ ସ୍ୱେଚ୍ଛାସେବୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ଅବଗତ କରାଇବା ସହ ଆଇନକୁ ଗ୍ରାମାଞ୍ଚଳରେ ପହଞ୍ଚଇାବା ପାଇଁ ଆହ୍ୱାନ ଦେଇଥିଲେ । ଜିଲାର ବିଭିନ୍ନ ସ୍ଥାନରୁ ୧୧୧ ଜଣ ପାରାଲିଗାଲ ସ୍ୱେଚ୍ଛାସେବୀ ଆଜି ତାଲିମ ଗ୍ରହଣ କରିଥିବା ବେଳେ ସେମାନେ ନିଜ ନିଜ ତାଲୁକ ସ୍ତରରେ ଆଇନ ସେବା ଲୋକଙ୍କୁ ଯୋଗାଇବେ ।  ଆଇନର ବିଭିନ୍ନ ଦିଗ ଓ ପ୍ରସଙ୍ଗ ଉପରେ ଜୁଡିସିଆଲ ମାଜିଷ୍ଟେ୍ରଟ ଶ୍ରୀ ଦିଲିପ କୁମାର ବାରିକ, ଶ୍ରୀ ଗୌରଭ ପୁରୋହିତ, ଶ୍ରୀ ସୌରଭ ଶର୍ମା ଓ ଶ୍ରୀ ତ୍ରିଜିବ କୁମାର ନନ୍ଦ ସ୍ୱେଚ୍ଛାସେବୀମାନଙ୍କୁ ତାଲିମ ଦେଇଥିଲେ । ଡିଏଲଏସଏର ପ୍ରବୀଣ ଶତପଥୀ,ରଜନୀକାନ୍ତ ରଥ, 0ସମୀର ରଂଜନ ପ୍ରଧାନ, ଅନିତା ପ୍ରଧାନ, ସନାତନ ଜେନା, ମନୋଜ କୁମାର ପଣ୍ଡା, ପାରାଲିଗାଲ ସ୍ୱେଚ୍ଛାସେବୀ ଜୟକୃଷ୍ଣ ମିଶ୍ର, ସାମସନ ମିସାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।    

0
0
0
s2sdefault