ହେଡଲାଇନସ୍:

ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍‍ଯାପିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୯୦ଲକ୍ଷ ଟଙ୍କାର ବିକ୍ରିବଟା ସହ ଭାଷା, ସଂସ୍କୃତି ଓ ଉତ୍ପାଦିତ ସାମଗ୍ରୀର ହେଲା ଆଦାନ ପ୍ରଦାନ

ପାରଳାଖେମୁଣ୍ଡିରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ ପାଣିଗ୍ରାହୀ  

ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଷ୍ଟାଡିୟମ ଜିଲ୍ଲା ଓରମାସ ଓ ଜିଲ୍ଲାପ୍ରଶାସନର ମିଳିତ ଆନୁକୁଲ୍ୟରେ ଏବଂ ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ସହାୟତାରେ ଦୀର୍ଘ ୫ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍‍ଯାପିତ ହୋଇଯାଇଛି । ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲା ଓରମାସର ସହକାରୀ ନିର୍ଦ୍ଦେଶକ ଗୁଣ୍ଡିଚା ବେହେରା ଏବଂ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ପ୍ରଶାସକ ଶେଷ ଦେବ ମିଶ୍ର ଅତିଥି ଭାବେ ଯୋଗ ଦେଇ ମିଶନ ଶକ୍ତିକୁ ସୁଦୃଢ କରାଯିବା ସହ ସ୍ୱୟଂ ସହାୟିକା ଗୋଷ୍ଠୀର ଉନ୍ନତି ପାଇଁ ଏଭଳି କାର୍ଯ୍ୟକ୍ରମ ବେସ ଉପାଦେୟ  । ଏହି  ମେଳାରେ ଗଜପତି ଜିଲ୍ଲା ସମେତ୨୮ଗୋଟି ଜିଲ୍ଲାଞ୍ଚଳ ଏବଂ ୫ଗୋଟି ବାହାର ରାଜ୍ୟର ବିଭିନ୍ନ ପ୍ରକାର ଉପùାଦିତ ଓ ପ୍ରସ୍ତୁତ ସାମଗ୍ରୀ ଯଥା ରନ୍ଧା, ଘରସଜ୍ଜା, ବିଭିନ୍ନ ଖାଦ୍ୟ ସବୁ ଆସିବା ସହ ବିଭିନ୍ନ ପ୍ରକାର ବାହାର ଅଞ୍ଚଳରୁ ଫେସନ ଓ ନିତ୍ୟ ବ୍ୟବହାର ଡ୍ରେସ୍‍, ଚଦର, ବିଭିନ୍ନ ଦରକାରୀ ଛାଞ୍ଚ ପ୍ରଭୃତି ଆସିଥିଲା । ଏତଦ୍‍ ବ୍ୟତୀତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ କାର୍ଯ୍ୟକ୍ରମ ଉପରେ ମଧ୍ୟ ଜିଲ୍ଲାରେ କାର୍ଯ୍ୟକାରିଣ ହୋଇଥିବା ଉପରେ ପ୍ରଦର୍ଶନ କରାଯାଇଥିଲା । ୫ଦିନ ମଧ୍ୟରେ ଏଠାକୁ ଆସିଥିବା ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିବା ବେଳେ କାର୍ଯ୍ୟକ୍ରମ ପ୍ରଦର୍ଶନୀ ଓ ବିଭିନ୍ନ ଷ୍ଟଲ ସବୁ ଦେଖିବା, ଖାଇବା, ଜାଣିବା ଓ କିଣିବା ଓ ସର୍ବୋପରି କାର୍ଯ୍ୟକ୍ରମ ବୁଲି ଉପଭୋଗ କରିବା ମଧ୍ୟରେ ନିଶ୍ଚିତ ଭାବେ ବାହାର ଅଞ୍ଚଳ ଓ ଆମ ଅଞ୍ଚଳ ଲୋକଙ୍କ ମଧ୍ୟରେ ଭାଷା , ସଂସ୍କୃତି ଓ ଉତ୍ପାଦିତ  ସାମଗ୍ରୀର ଆଦାନ ପ୍ରଦାନ ହୋଇଥିବା କହିଥିଲେ । ଏହି ମେଳାରେ ୫ଦିନ ମଧ୍ୟରେ ୨୦୦ରୁ ଅଧିକ ଷ୍ଟଲରେ ୯୦ ହଜାରରୁ ଉଦ୍ର୍ଧ୍ୱ ବ୍ୟବସାୟ ହୋଇଥିଲା । ଶେଷରେ ପୁରସ୍କାର କାର୍ଯ୍ୟକ୍ରମ ବଣ୍ଟନରେ ଉତ୍ତମ ପ୍ରଦର୍ଶନୀ ଭାବେ ଆଇଟିଡିଏ ପ୍ରଥମ, କୃଷି ଉଦ୍ୟାନ ବିଭାଗ ଦ୍ୱିତୀୟ ଏବଂ ତୃତୀୟ ମତ୍ସ୍ୟ ବିଭାଗକୁ ପୁରସ୍କୃତ କରାଯାଇଥିଲା । ସେହିଭଳି ପ୍ରଦର୍ଶନୀର ଉତ୍ତମ ବ୍ୟବସାୟିକ ଷ୍ଟଲ ଭାବେ ମାଲକାନଗିରି ଏସ.ଏଚ.ଜି ଗ୍ରୁପ, ଦ୍ୱିତୀୟ ଭାବେ ହୋଇଥିବା ବେଳେ ପ୍ରଥମ ନୟାଗଡର ଉତ୍ପାଦକ  ଗୋଷ୍ଠୀ କ୍ରିଷ୍ଣା ଛେନାପୋଡ ଷ୍ଟଲ ଏବଂ ତୃତୀୟ ଭାବେ ସୋନପୁର ଜୟଶ୍ରୀରାମ ଏସ.ଏଚ.ଜି ଗ୍ରୁପ ପୁରସ୍କୃତ ହୋଇଥିଲେ । ସଭା ଓ ପୁରସ୍କୃତ କାର୍ଯ୍ୟକ୍ରମକୁ ହିମାଂଶୁ ପଟ୍ଟନାୟକ ପରିଚାଳନା କରିଥିବାବେଳେ ସମସ୍ତ ୫ଦିନିଆ କାର୍ଯ୍ୟକ୍ରମକୁ ଡିପିଏମ ବିବେକ କୁମାର ବେଉରିଆ ଏବଂ ଅଫିସ ଆସିଷ୍ଟାଣ୍ଟ ରାଜେନ୍ଦ୍ର କୁମାର ପଟ୍ଟନାୟକ ପରିଚାଳନା କରିଥିଲେ ।

0
0
0
s2sdefault