ଚନ୍ଦ୍ରଗିରି ସ୍ଥିତ ତିବତୀୟାନ ମୋନାଷ୍ଟରୀ ପଡିଆଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ
ପାରଳାଖେମୁଣ୍ଡିରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ ପାଣିଗ୍ରାହୀ
ଆଜି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା ମୋହନା ଗ୍ରସ୍ତରେ ଆସି ତିବତୀୟାନ ଶରଣାର୍ଥୀ ମାନଙ୍କ ମହାନଗୁରୁ ପଦ୍ମ ସମ୍ଭବଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାପଣ ଓ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ନିକଟସ୍ଥ ଜିରାଙ୍ଗ ସ୍ଥିତ ତବତୀୟାନ ମୋନାଷ୍ଟରୀ ପଡିଆ ଠାରେ ପହଞ୍ଚି ସେଠାରେ ଗଜପତି ଜିଲ୍ଲାର ୬୭କୋଟି ଟଙ୍କା ମୂଲ୍ୟରେ ୧୨୯ଗୋଟି ଉନ୍ନୟନ ପ୍ରକଳ୍ପର ଲୋକାପଣ କରିଥିବା ବେଳେ ୧୪କୋଟି ଟଙ୍କା ମୂଲ୍ୟର ୯୮ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ପରେ ନିକଟସ୍ଥ ପଦ୍ମସାଗର ପ୍ରାୟ ୨୮ ଲକ୍ଷ ଟଙ୍କା ବ୍ୟୟରେ ଦୀର୍ଘ ୨ବର୍ଷ ସମୟ ଧରି ରାଜସ୍ଥାନରୁ ଆସିଥିବା ୧୮ ଟନ ପଥରରେ ନିର୍ମିତ ତବତୀୟାନମାନଙ୍କ ମହାନଗୁରୁ ତଥା ମହାରାଜା ପଦ୍ମ ସମ୍ଭବ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଏହି ପ୍ରତିମୂର୍ତ୍ତିକୁ ପଦ୍ମଶ୍ରୀ ପ୍ରଭାକର ମହାରଣା ଓ ୪ଜଣ କୁଶଳି କାରିଗରଙ୍କ ଦ୍ୱାରା ନିର୍ମିତ ହୋଇଛି । ପରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଜିରାଙ୍ଗରେ ସ୍ଥାପିତ ହୋଇଥିବା ଏସିଆ ମହାଦେଶରେ ବୃହତ ମନ୍ଦିର ମହାବୌଦ୍ଧ ବିହାର ଭାରତର ପର୍ଯ୍ୟଟନ ମାନଚିତ୍ରରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ରାଜ୍ୟ ସରକାର ଏହି ବୌଦ୍ଧ ବିହାର ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧି ପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି ବୋଲି କହି ଆଧ୍ୟାତ୍ମିକତା ଏବଂ ନୈତିକତା ଦୃଷ୍ଟିରୁ ଏହା ମହାନ ତଥା ପ୍ରମୁଖ ଭୁମିକା ରହିଥିବା କହିଥିଲେ । ବୌଦ୍ଧ ମନ୍ଦିର ଗୁରୁଜୀ ଜିଗ୍ନେରିନ୍ ପୋଛେ କହିଥିଲେଯେ ୨୦୧୦ରେ ବୌଦ୍ଧ ଧର୍ମ ଉପରେ ଅଧ୍ୟାୟନ ଓ ଅଭ୍ୟାସ ପାଇଁ ପୂଜ୍ୟ ଧର୍ମଗୁରୁ ଦଲାଇ ଲାମାଙ୍କ ଦ୍ୱାରା ଏଠାରେ ପଦ୍ମସମ୍ଭବ ମହାବିହାର ମନ୍ଦିର ଉଦ୍ଘାଟିତ ହୋଇଥିଲା । ବୌଦ୍ଧ ଧର୍ମର ଦ୍ୱିତୀୟ ବୁଦ୍ଧ ଭାବେ ପରିଚିତ ଥିବା ମହାନ ଗୁରୁ ପଦ୍ମସମ୍ଭବ ଅଷ୍ଟମ ଶତାଦ୍ଧୀରେ ତିଦ୍ଧତରେ ବୌଦ୍ଧ ଧର୍ମର ଅନ୍ୟତମ ଶାଖା ବ୍ରଜଜାନ ପ୍ରତିଷ୍ଠା କରିଥିଲେ । ସେହି ମହାନଗୁରୁ ପଦ୍ମସମ୍ଭବଙ୍କ ଜନ୍ମ ଓଡିଶାରେ । ତେଣୁ ତାଙ୍କୁ ସ୍ମରଣ କରିବା ପାଇଁ ଏହି ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଥିବା ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଅନୁପମ ସାହା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ପାଣ୍ଡିଆନ, ପୂର୍ବତନ ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ରାଜ୍ୟସଭା ସାଂସଦ ଡ: ଅଚ୍ୟୁତ ସାମନ୍ତ, ପୂର୍ବତନ ମନ୍ତ୍ରୀ ଡ: ପ୍ରଦୀପ ପାଣିଗ୍ରାହୀ, ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ କୁମାର ସିଂହ , ଏସଡିପିଓ ଠାକୁର ପ୍ରସାଦ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ପିଡି ଡିଆରଡିଏ ଚଞ୍ଚଲ ରାଣା, ବାସନ୍ତୀ ମଲ୍ଲିକ, ପୂର୍ବତନ ବିଧାୟକ କେ.ନାରାୟଣ ରାଓ, ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ତିଦ୍ଧତ ମାନୋଷ୍ଟର ନମଖାତ୍ରିମେଡ ରାଜଜାମ, ସକ୍ୟୋଙ୍ଗ ମିଫାମ ଏବଂ ସୋନମ ଟି ବିଜୟ ଉପସ୍ଥିତ ଥିଲେ ।