ହେଡଲାଇନସ୍:

 ତରଜଙ୍ଗା ପୁର୍ବତନ ସରପଞ୍ଚଙ୍କ ସ୍ମୃତିଚାରଣ ସଭା : ତେରତାଙ୍ଗ ସ୍କୁଲ୍ ଠାରୁ ୧୨ନଂ କେନାଲ ପର୍ଯ୍ୟନ୍ତ "ରମାକାନ୍ତ ସରଣୀ"ଭାବେ ନାମିତ ହେବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତିର୍ତ୍ତୋଲ/ପାରାଦ୍ୱୀପ -ରମେଶ ମହାନ୍ତି : ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରମାକାନ୍ତ ରାଉତରାୟ (ଟୁକୁନି)ଙ୍କ ଗତ ଜାନୁୟାରୀ ୨୭ତାରିଖ ଦିନ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ ହୋଇଥିଲା। ସେ ଉକ୍ତ ପଞ୍ଚାୟତରୁ ୨ଥର ସରପଞ୍ଚ ଓ ୧ଥର ଜିଲ୍ଲାପରିଷଦ ଭାବେ ନିର୍ବାଚିତ ହୋଇଥିଲେ।ବୁଧବାର ଦିନ ତାଙ୍କର ଏକାଦଶାହ ଉପଲକ୍ଷେ ତରଜଙ୍ଗା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃତିଚାରଣ ସଭାରେ ଦଳଗତ ନିର୍ବିଶେଷରେ ବିଜେଡି,କଂଗ୍ରେସ,ବିଜେପି ଦଳର ବହୁ ଆଗଧାଡ଼ିର ଦଳୀୟ କର୍ମୀମାନଙ୍କୁ ଦେଖିବାକୁ ମିଳିଥିଲା।ଉକ୍ତ ସଭାରେ ସ୍ୱର୍ଗତ ରମାକାନ୍ତ ରାଉତରାୟଙ୍କ ଏକ ସ୍ମରଣିକା (ସ୍ମୃତିରେ ରମାକାନ୍ତ) ଉନ୍ମୋଚିତ ହେବା ସହିତ ତେରତାଙ୍ଗ ବିଦ୍ୟାଳୟ ଠାରୁ ୧୨ନଂ କେନାଲ ପର୍ଯ୍ୟନ୍ତ ରାସ୍ତାକୁ "ରମାକାନ୍ତ ସରଣୀ"ଭାବେ ତାଙ୍କ ନାମରେ ନାମିତ କରାଯିବ ବୋଲି ତିର୍ତ୍ତୋଲ ବିଧାୟିକା ଡଃ ରାଜଶ୍ରୀ ମଲ୍ଲିକ ଏହି ସ୍ମୃତିଚାରଣ ସଭାରେ ପ୍ରକାଶ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ,ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି,ଜିଲ୍ଲାପରିଷଦ ସଭ୍ୟ ପ୍ରବୀର ରାୟ,ଲିପାଲି ରାଉଳ,ବିଡିଓ ରଞ୍ଜନ କୁମାର ପରିଡା,ତରଜଂଗା ସରପଞ୍ଚ ବସନ୍ତ ସେଠୀ,ଦାଇଁଲୋ ସରପଞ୍ଚ ଧନଞ୍ଜୟ ସୁତାର,ପଟିଲୋ ସରପଞ୍ଚ ଚିତ୍ତ ରଞ୍ଜନ ରଥ,କନକପୁର ସରପଞ୍ଚ ନମିତା ରାଉଳ ପ୍ରମୁଖଙ୍କ ସମେତ ବ୍ଲକ ସଭାପତି ବସନ୍ତ ମହାପାତ୍ର,ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି,ତରଜଂଗା ପୁର୍ବତନ ସରପଞ୍ଚ ପ୍ରଫୁଲ୍ଲ ମହାନ୍ତି,ଆଦିକବି ଶାରଳାଦାସ ସାଂସ୍କୃତିକ ପରିଷଦର ସମ୍ପାଦକ ଚିତ୍ତରଞ୍ଜନ ପରିଜା,ସଂଯୋଜକ ବିମଳ ମହାପାତ୍ର,ଇଂ ଆଶୁତୋଷ ମଲ୍ଲିକ,ସୁବ୍ରତ ଦାଶ,ଅରବିନ୍ଦ ହୋତା,ଭବେଶ ଚୌଧୁରୀ,ତପନ ମହାନ୍ତି,ଦେବେନ୍ଦ୍ର ମହାପାତ୍ର,ବିକାଶ ପରିଜା,ବିମଳ ମହାପାତ୍ର, ତେନ୍ତୁଳିପଦା ସରପଞ୍ଚ ଲକ୍ଷ୍ମୀପ୍ରିୟା ବେହେରା,ଯୁବ ସଂଗଠକ ଅମର ଜ୍ୟୋତି ସାହୁ,କନକପୁର ପୁର୍ବତନ ସରପଞ୍ଚ ବିଜୟ ନାୟକ ପ୍ରମୁଖଙ୍କ ସମେତ ଜୀବନଜ୍ୱତି ପରିଜା,ହିମାଂଶୁ ସ୍ୱାଇଁ,ଅକ୍ଷୟ ଦାସ,ନୃସିଂହ ରାଉଳ,ତ୍ରିଲୋଚନ ସେଠୀ,ରବିନ୍ଦ୍ର ସେଠୀ,ପୁତ୍ର ରଶ୍ମି ରଞ୍ଜନ ରାଉତରାୟ,ବସନ୍ତ କୁମାର ରାଉତରାୟ ପ୍ରମୁଖଙ୍କ ସମେତ ମେଲଣ କମିଟିର ସଭ୍ୟଙ୍କ ସହିତ ବହୁ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳବାସୀ ଯୋଗଦେଇଥିଲେ।

0
0
0
s2sdefault