ପଦ୍ମପୁର/ନିଳ ଦୀପ- ପଦ୍ମପୁର ଉପଖଣ୍ଡକୁ ଜିଲ୍ଳା ଘୋଷଣା ଦାବିରେ ପଦ୍ମପୁର ଜିଲ୍ଳା କ୍ରିୟାନୁଷ୍ଠାନ କିମିଟିର ଆହ୍ୱାନ କ୍ରମେ ଗତ ୦୮/୦୧/୨୦୧୯ ଦିନ ଠାରୁ ପଦ୍ମପୁର ଜିଲ୍ଳା କ୍ରିୟାନୁଷ୍ଠାନ କିମିଟିର ସଦସ୍ୟ ଓ ଅଂଚଳର ବିଭିନ୍ନ ସଂଗଠନ ପକ୍ଷରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଉଛି । ସେହିକ୍ରମରେ ୨୯ତମ ଦିନରେ ପଦ୍ମପୁର ଉପଖଣ୍ଡ କଳାକାର ସଙ୍ଘ ପକ୍ଷରୁ ଧାରଣା ଦିଆଯାଇଛି । ପଦ୍ମପୁର ଜିଲ୍ଳା କ୍ରିୟାନୁଷ୍ଠାନ କିମିଟି ତରଫରୁ ଆବାହକ ଅଜିତ ଶତପଥି, ସଦସ୍ୟ ଚନ୍ଦନ ବଂସଲ,ନିରୋଜ ଦୋରା,ଆନନ୍ଦ ପଣ୍ଡା, ସଞ୍ଜିବ ବହିଦାର,ହରିଶଙ୍କର ସିଂ ଉପସ୍ଥିତ ଥିଲେ ।
ନାଟ୍ୟକାର କେଶରଞ୍ଜନ ପ୍ରଧାନଙ୍କ ନେତୄତ୍ବରେ ପଦ୍ମପୁର ଉପଖଣ୍ଡ କଳାକାର ସଙ୍ଘର କର୍ମକର୍ତ୍ତା ମାନେ ସ୍ଥାନୀୟ ରିକ୍ରିୟେସନ ସେଣ୍ଟର ଠାରୁ ବାହାରି ଜିଲ୍ଲା ଦାବୀ ନେଇ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ ଓ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଥିବା ଧାରଣା ସ୍ଥଳକୁ ପହଞ୍ଚି ଗଣଧାରଣାରେ ଯୋଗଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସହକାରୀ ଜିଲ୍ଲାପାଳ ଦିପ୍ତିମୟୀ ଭୁଏଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।ଏହି ଗଣଧାରଣାରେ ନାଟ୍ୟକାର ଅଶୋକ ବହିଦାର, ସନ୍ତୋଷ ମହାନ୍ତି, ସୁରେନ୍ଦ୍ର ସାହୁ, ମାଁ ଜଗଦମ୍ବେ ଦଣ୍ଡ ନୄତ୍ୟ,ଦୁଳଦୁଳି ପାର୍ଟି, କର୍ମା ପାର୍ଟି, ଗାହାକ ବାହାକ ଓ ଅନ୍ୟାନ୍ୟ ସାଂସ୍କୃତିକ ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ ।