ହେଡଲାଇନସ୍:

ନୂତନ ମ୍ୟାନ୍-ଲିଫ୍ଟର ଏବଂ ଭର୍ଟିଗୋ ହାଇଟ୍ ଟେଷ୍ଟ ଷ୍ଟ୍ରକଚର୍ ସହିତ କ୍ଷେତ୍ର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ଦକ୍ଷତାକୁ ଅଧିକ ସୁଦୃଢ଼ କଲା ଟିପିଡବ୍ଲୁଓଡିଏଲ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ସୁରକ୍ଷା ଓ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତା ବୃଦ୍ଧି କରିବା ପାଇଁ ୪ଟି ନୂତନ ମ୍ୟାନ୍-ଲିଫ୍ଟର ସହ ସହ ମୋଟ୍ ସଂଖ୍ୟା ୧୭କୁ ବୃଦ୍ଧି ।

  •  ଭର୍ଟିଗୋ ହାଇଟ୍ ଟେଷ୍ଟ ଷ୍ଟ୍ରକଚର୍ କ୍ଷେତ୍ର କର୍ମଚାରୀଙ୍କ ସୁରକ୍ଷା ଏବଂ ଦକ୍ଷତାକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ବୁର୍ଲା, ୨୩ ଜୁନ୍, ୨୦୨୬: କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା ଓ କର୍ମଚାରୀ ସୁରକ୍ଷା ପ୍ରତି ନିଜର ନିରନ୍ତର ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରି ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ କ୍ଷେତ୍ରସ୍ତରୀୟ ପରିଚାଳନା ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଲାଗି ୪ଟି ନୂତନ ମ୍ୟାନ୍-ଲିଫ୍ଟର ଯାନ ଏବଂ ଏକ ଭର୍ଟିଗୋ ହାଇଟ୍ ଟେଷ୍ଟ ଷ୍ଟ୍ରକଚରର ଉଦ୍‌ଘାଟନ କରାଯାଇଅଛି ।

ଏହି ୪ଟି ନୂତନ ଯାନ ସାମିଲ ହେବା ପରେ ଟିପିଡବ୍ଲୁଓଡିଏଲର ମୋଟ ମ୍ୟାନ୍-ଲିଫ୍ଟର ଯାନ ସଂଖ୍ୟା ୧୭ରେ ପହଞ୍ଚିଛି । ଫଳସ୍ୱରୂପ, କମ୍ପାନୀର ପ୍ରତ୍ୟେକ ଡିଭିଜନରେ ଅତି କମରେ ଗୋଟିଏ ମ୍ୟାନ୍-ଲିଫ୍ଟର ଯାନ ଉପଲବ୍ଧ ରହିବ । ବିଶେଷକରି ଉଚ୍ଚସ୍ଥାନରେ କରାଯାଉଥିବା ରକ୍ଷଣାବେକ୍ଷଣ, ନିରୀକ୍ଷଣ, ସ୍ଥାପନ, ଗଛ ଡାଳ କାଟିବା ଓ ଜରୁରୀକାଳୀନ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷାକୁ ବୃଦ୍ଧି କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।

ମ୍ୟାନ୍-ଲିଫ୍ଟର ଯାନଗୁଡ଼ିକ କର୍ମଚାରୀଙ୍କୁ ଏକ ସ୍ଥିର, ସୁରକ୍ଷିତ ଓ ନିୟନ୍ତ୍ରିତ କାର୍ଯ୍ୟ ପରିବେଶ ପ୍ରଦାନ କରିଥାଏ, ଯାହା ଶିଡ଼ି କିମ୍ବା ଅସ୍ଥାୟୀ ସ୍କାଫୋଲ୍ଡିଂ ଭଳି ପାରମ୍ପରିକ ବ୍ୟବସ୍ଥା ସହ ଜଡିତ ବିପଦକୁ ଯଥେଷ୍ଟ କମାଇଥାଏ । ଗାର୍ଡରେଲ୍, ସୁରକ୍ଷା ଗେଟ୍ ଏବଂ ସେଫ୍ଟି ହାର୍ନେସ୍ ପାଇଁ ଆଙ୍କରେଜ୍ ପଏଣ୍ଟ ଭଳି ଆଧୁନିକ ସୁରକ୍ଷା ବୈଶିଷ୍ଟ୍ୟ ସହ ସଜ୍ଜିତ ଏହି ଯାନଗୁଡ଼ିକ କର୍ମଚାରୀଙ୍କୁ ଅଧିକ ସୁରକ୍ଷିତ ଓ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନରେ ସହାୟତା କରିବ ।

ଏହି ଯାନଗୁଡ଼ିକ ନିୟମିତ ରକ୍ଷଣାବେକ୍ଷଣ ଓ ପରିଚାଳନା କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବା ସହ କାଳବୈଶାଖୀ ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତାକୁ ମଧ୍ୟ ସୁଦୃଢ଼ କରିବ । ଉଚ୍ଚସ୍ଥାନରେ ଶୀଘ୍ର ଓ ସୁରକ୍ଷିତ ପହଞ୍ଚ ସୁନିଶ୍ଚିତ ହେବା ଫଳରେ ବିଦ୍ୟୁତ ସରବରାହର ଶୀଘ୍ର ପୁନରୁଦ୍ଧାର ଓ ଗ୍ରାହକ ସେବାର ନିର୍ଭରଯୋଗ୍ୟତା ବୃଦ୍ଧି ପାଇବ ।

ସେହିପରି ନିଜର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ସମ୍ବଲପୁରସ୍ଥିତ ଗୋଶାଳା ଟ୍ରେନିଂ ସେଣ୍ଟରରେ ଏକ ଭର୍ଟିଗୋ ହାଇଟ୍ ଟେଷ୍ଟ ଷ୍ଟ୍ରକଚରର ଉଦ୍‌ଘାଟନ କରାଯାଇଅଛି । ଉଚ୍ଚସ୍ଥାନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ କ୍ଷମତାର ମୂଲ୍ୟାଙ୍କନ ଓ ପ୍ରଶିକ୍ଷଣ ପାଇଁ ଏହି ସୁବିଧା ବିକଶିତ କରାଯାଇଛି । ଏହା କର୍ମଚାରୀଙ୍କୁ ବ୍ୟବହାରିକ ପ୍ରଶିକ୍ଷଣ ଓ ଆତ୍ମବିଶ୍ୱାସ ବୃଦ୍ଧିର ସୁଯୋଗ ପ୍ରଦାନ କରିବା ସହ ସୁରକ୍ଷିତ କାର୍ଯ୍ୟ ପଦ୍ଧତି ଅନୁସରଣ ଏବଂ କାର୍ଯ୍ୟସ୍ଥଳ ବିପଦ ହ୍ରାସ କରିବାରେ ସହାୟକ ହେବ ।

ଏହି ଅବସରରେ ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି ଯେ, “ଟିପିଡବ୍ଲୁଓଡିଏଲରେ ଆମର କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ଦାୟିତ୍ୱ ଏବଂ ପରିଚାଳନା କୌଶଳର ଏକ ମୂଳ ଆଧାର । କର୍ମଚାରୀଙ୍କୁ ଉପଯୁକ୍ତ ଉପକରଣ, ଆଧୁନିକ ପ୍ରଯୁକ୍ତି ଓ ଗୁଣାତ୍ମକ ପ୍ରଶିକ୍ଷଣ ପ୍ରଦାନ କରି ଆମେ ଅଧିକ ସୁରକ୍ଷିତ କାର୍ଯ୍ୟ ପରିବେଶ, ଦ୍ରୁତ ପ୍ରତିକ୍ରିୟା କ୍ଷମତା ଏବଂ ଗ୍ରାହକଙ୍କ ପାଇଁ ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ସୁନିଶ୍ଚିତ କରୁଅଛୁ।”

ଏହି ନୂତନ ପଦକ୍ଷେପଗୁଡ଼ିକ କାର୍ଯ୍ୟସ୍ଥଳ ସୁରକ୍ଷା, କର୍ମଚାରୀ କଲ୍ୟାଣ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ ନେଟୱର୍କ ରକ୍ଷଣାବେକ୍ଷଣ ପ୍ରତି ଟିପିଡବ୍ଲୁଓଡିଏଲର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଆଧୁନିକ ଉପକରଣ ଓ ବିଶେଷଜ୍ଞ ପ୍ରଶିକ୍ଷଣ ଭିତ୍ତିଭୂମିରେ ବିନିଯୋଗ ମାଧ୍ୟମରେ କମ୍ପାନୀ ପଶ୍ଚିମ ଓଡ଼ିଶାରେ ଏକ ଅଧିକ ସୁରକ୍ଷିତ କାର୍ଯ୍ୟ ପରିବେଶ ଗଠନ ସହ ବିଦ୍ୟୁତ୍ ବିତରଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରୁଅଛି ।

ଟିପିଡବ୍ଲୁଓଡିଏଲ୍ ସମ୍ବନ୍ଧରେ: ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ହେଉଛି ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଯୌଥ ଉଦ୍ୟୋଗ, ଯେଉଁଥିରେ ଉଭୟଙ୍କ ଅଂଶଧନ ଯଥାକ୍ରମେ ୫୧:୪୯ ଅଟେ । ଟିପିଡବ୍ଲୁଓଡିଏଲ୍ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ବିତରଣ ଏବଂ ଖୁଚୁରା ଯୋଗାଣ ଦାୟିତ୍ୱରେ ୯ଟି ଜିଲ୍ଲା ଏବଂ ପ୍ରାୟ ୪୮,୦୦୦ ବର୍ଗ କିଲୋମିଟର ବିତରଣ କ୍ଷେତ୍ରରେ ୨୧ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଅଛି । କମ୍ପାନୀ ନିର୍ଭରଯୋଗ୍ୟ, ସୁରକ୍ଷିତ ଏବଂ ଗ୍ରାହକ-କେନ୍ଦ୍ରିକ ବିଦ୍ୟୁତ ସେବା ପ୍ରଦାନ ସହିତ ବିଦ୍ୟୁତ ଭିତ୍ତିଭୂମିର ଆଧୁନିକୀକରଣ, କାର୍ଯ୍ୟ କ୍ଷେତ୍ରରେ ଉତ୍କର୍ଷତା, ଡିଜିଟାଲ ରୂପାନ୍ତରଣ, ସ୍ଥାୟୀ ବିକାଶ ଏବଂ ସମ୍ପ୍ରଦାୟ ବିକାଶ ପଦକ୍ଷେପକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ ଅଟେ । ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା ଏବଂ ଗ୍ରାହକ ସେବାରେ ନିରନ୍ତର ନିବେଶ ମାଧ୍ୟମରେ, ଟିପିଡବ୍ଲୁଓଡିଏଲ୍ ପଶ୍ଚିମ ଓଡ଼ିଶାର ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିବା ସହ ଏହି ଅଞ୍ଚଳର ଶକ୍ତି ରୂପାନ୍ତରଣ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବାକୁ ଲକ୍ଷ୍ୟ ରଖିଛି ।

0
0
0
s2sdefault