ନବରଙ୍ଗପୁର ୧୮.୬.୨୦୨୬ : ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡଃ ମହେଶ୍ଵର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଟେବୁଲ ଟପ ଏକସରସାଇଜ ଅନୁଷ୍ଠିତ ହୋଇଯାଇଛି| ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ଏବଂ ଅପରାହ୍ନରେ ବ୍ଲକ ଏବଂ ପୌରାଞ୍ଚଳ ସ୍ତରରେ ଟେବୁଲ ଟପ ଏକସରସାଇଜ ଏବଂ ଆସନ୍ତା କାଲି ୧୯.୬.୨୦୨୬ତାରିଖ ରେ ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ରେ ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଗୃହରେ ସୁଚନା ଦିଆଯାଇଥିଲା | ବନ୍ୟା ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ରୁ ଧନ ଜୀବନ କୁ ରକ୍ଷା କରି ଶୂନ୍ୟ ମୃତ୍ୟୁ ଆଭିମୁଖ୍ୟ କୁ ସାକାର କରିବା ପାଇଁ ପ୍ରସ୍ତୁତି କୁ ସଦା ସର୍ବଦା ସଜାଗ ରହିବା ପାଇଁ ବିଭିନ୍ନ ଦିଗକୁ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା | ସମସ୍ତ ବିଭାଗ ରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଏକ ଖସଡା ପ୍ରସ୍ତୁତ କରି ରଖିବା ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପ୍ରତ୍ୟେକ ପଞ୍ଚାୟତ ସମିତି ଏବଂ ସମ୍ପୃକ୍ତ ବିଭାଗ ରେ ଏକ ନୋଡାଲ ଅଧିକାରୀ ନିଯୁକ୍ତି ଦେବା ପାଇଁ ଜିଲ୍ଲାପାଳ ଡଃ ସ୍ଵାଇଁ ନିର୍ଦ୍ଦେଶ ଦେଇଥିଲେ |ସତର୍କ ବାର୍ତ୍ତା କୁ ପ୍ରଭାବିତ ଲୋକଙ୍କୁ ଠିକ୍ ଭାବରେ ପହଞ୍ଚାଇବା,ବନ୍ୟା ବୁଡ଼ି ଅଞ୍ଚଳ ଚିହ୍ନଟ ,ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ରେ ଛାତ୍ର ଛାତ୍ରୀ ଙ୍କ ନିରାପତ୍ତା, ଶିକ୍ଷାକେନ୍ଦ୍ର ମାନଙ୍କରେ ରେ ବଡବୃକ୍ଷ, କାନ୍ଥ ପ୍ରାଚୀର କୁ ବାତ୍ୟା ,ବର୍ଷା ସମୟରେ ସତର୍କତା ପଦକ୍ଷେପ, ଉଦ୍ଧାର କାର୍ଯ୍ୟରେ ତପ୍ତରତା,ଗଭୀର ଡ୍ୟାମ,ନଦୀ,ପୋଖରୀ ନିକଟରେ ଗାଧେଇବା ସତର୍କତା ବୋର୍ଡ ଉପରେ ପଦକ୍ଷେପ ନେବାକୁ ବିଶେଷ ଗୁରୁତ୍ୱ ଦେଇ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି କାଯ୍ୟକ୍ରମ ରେ ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ,ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର, ନିର୍ବାହୀ ଅଧିକାରୀ ପୌରାଞ୍ଚଳ ନବରଙ୍ଗପୁର ଅଶୋକ କୁମାର କର୍ଣ୍ଣ, ଉମରକୋଟ ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରଦ୍ଧାଞ୍ଜଳି ସାହୁ, ଜିଲ୍ଲା ଜରୁରୀକାଳୀନ ବିଭାଗ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ, ରାଜ୍ୟ ପ୍ରକଳ୍ପ ଅଧିକାରୀ ଫକିର ଚରଣ ରାଉତ, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଦ୍ରୌପଦୀ କହଁର, ଡି ଆଇ ପି ଆର୍ ଓ ମନୋଜ ବେହେରା, ଡି ସି ପି ଓ ସୁରେଶ ପଟ୍ଟନାୟକ,ଡି ପି ଓ ପଦ୍ମନାଭ ତ୍ରିପାଠୀ, ଅଗ୍ନିଶ୍ରମ ଅଧିକାରୀ ଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ |







