ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ତା ୩/୬/୨୬ ମାରିଗୁଡ଼ା ଗ୍ରାମରେ ଚୋରା ରନ୍ଧା ମଦ କାରବାର ହେଉଥିବା ଖବର ପାଇ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରା ଯାଇଥିଲା। ରାୟଗଡ଼ା ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ସନ୍ତୋଷ କୁମାର ଧଳ ସାମନ୍ତକଙ୍କ ନିର୍ଦ୍ଦେଶ କ୍ରମେ ଡି ଏସ ଇ ଗୁଣପୁର ଶ୍ରୀ ସଞ୍ଜିବ କୁମାର ବାର୍ଲି, ଅବକାରୀ ନିରୀକ୍ଷକ ଗୁଣପୁର ଶ୍ରୀ ବେଣୁଧର ସାମଲ ଓ ଗୁଣପୁର ପୋଲିସ୍ ଦଳ ସହ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁଣପୁର ଅବକାରୀ ଉପ ନିରୀକ୍ଷକ ପି ଭିସେଶ୍ୱର ରାଓ, ଗୁଣପୁର ଅବକାରୀ ରେଞ୍ଜ ସହ ଉପ ନିରୀକ୍ଷକ ଲକ୍ଷ୍ମୀ ଦେବି ଓ ଅବକାରୀ କର୍ମଚାରୀ ମାରିଗୁଡ଼ା ଗ୍ରାମରେ ପହଞ୍ଚି ଚୋରା ମଦ ରନ୍ଧା ହେଉଥିବା ସ୍ଥଳରେ ପହଞ୍ଚି ଅଚାନକ ଚଢ଼ାଉ କରି ୮ ଜଣ ଲୋକଙ୍କୁ ଗିରିଫ କରିବା ସହିତ ମୋଟ ୧୦ ଗୋଟି କେସ ରୁଜୁ କରାଯାଇଅଛି।ଏହା ସହିତ ୮୦୦୦ ଲିଟର ଗୁଡ଼ ମିଶା ମହୁଲ ପେଚ ଓ ୧୦୦୦ ଲିଟର ଚୋରା ରନ୍ଧା ମଦ ନଷ୍ଟ କରାଯାଇଛି। ଏହାର ମୂଲ୍ୟ ଆନୁମାନିକ ଛଅ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଏହା ସହିତ ଆସବାବପତ୍ର ଜବତ କରାଯାଇ ଘଟଣା ସ୍ଥଳରେ ହିଁ ନଷ୍ଟ କରାଯାଇଥିଲା।
ରାଜ୍ୟ
ମାରିଗୁଡ଼ା ଗ୍ରାମରେ ରନ୍ଧା ମଦ ଉପରେ ଚଢ଼ାଉ।
- Hits: 16







