ହେଡଲାଇନସ୍:

ଦୁଇଟି ଏକ୍ସକାଭେଟର (Excavator) ଜବତ କଲା ଖଣି ବିଭାଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର, ତାରିଖ: ୦୩.୦୬.୨୦୨୬: ବେଆଇନ ବାଲି ଉତ୍ତୋଳନ ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ଗତ ୦୨.୦୬.୨୦୨୬ ତାରିଖ ରାତି ପ୍ରାୟ ୧୧.୧୫ ମିନିଟ୍ ସମୟରେ ଚାଲନ୍ତି ଅଞ୍ଚଳର ବେଆଇନ ବାଲିଘାଟ ଉପରେ ଖଣି ବିଭାଗ ପକ୍ଷରୁ ଏକ ଚଢ଼ାଉ କରାଯାଇଥିଲା।
ଏହି ଚଢ଼ାଉରେ ଖଣି ଅଧିକାରୀ ଶ୍ରୀ ଜଗନ ବେହେରା ଓ ଶ୍ରୀ ରୋହିତ କୁମାର ସାମଲଙ୍କ ନେତୃତ୍ୱରେ ସ୍ଥାନୀୟ ଥାନାର ଆଇଆଇସି (IIC) ଏବଂ ଏପିଆର (APR) ଫୋର୍ସର ସହଯୋଗରେ ବେଆଇନ ବାଲି ଉତ୍ତୋଳନ କାର୍ଯ୍ୟରେ ନିୟୋଜିତ ଦୁଇଟି ଏକ୍ସକାଭେଟର (Excavator) ଜବତ କରାଯାଇଥିଲା। ଚଢ଼ାଉ ସମୟରେ ଉକ୍ତ ଯନ୍ତ୍ରଗୁଡ଼ିକ ବାଲି ଉତ୍ତୋଳନ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଜଣାପଡ଼ିଥିଲା । ଜବତ ହୋଇଥିବା ଦୁଇଟି ଏକ୍ସକାଭେଟରକୁ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜଳେଶ୍ୱର କୋର୍ଟ ଷ୍ଟକ୍‌ୟାର୍ଡରେ ଅଟକ ରଖାଯାଇଛି। ବେଆଇନ ବାଲି ଉତ୍ତୋଳନ ଫଳରେ ପରିବେଶ ଏବଂ ସରକାରୀ ରାଜସ୍ୱ କ୍ଷତିଗ୍ରସ୍ତ ହେଉଥିବାରୁ ଏଭଳି କାର୍ଯ୍ୟକଳାପ ବିରୋଧରେ ଖଣି ବିଭାଗ ପକ୍ଷରୁ ଆଗାମୀ ଦିନରେ ମଧ୍ୟ କଠୋର ଚଢ଼ାଉ ଜାରି ରହିବ।

0
0
0
s2sdefault