ହେଡଲାଇନସ୍:

ସୋଆ କୃଷି ମହାବିଦ୍ୟାଳୟରେ ୮ମ ଆନ୍ତର୍ଜାତୀୟ “ଫାସିନେସନ୍ ଅଫ୍ ପ୍ଲାଂଟସ୍ ଡେ–୨୦୨୬” ୱେବିନାର ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ମେ ୨୬: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ୟୁରୋପିଆନ୍ ପ୍ଲାଂଟ ସାଇନ୍ସ ଅର୍ଗାନାଇଜେସନ୍ (ଇପିଏସ୍ଓ) ଆନୁକୂଲ୍ୟରେ ଗତ ମେ ୨୨ ଓ ୨୩ ତାରିଖ ଦୁଇ ଦିନ ଧରି ୮ମ ଆନ୍ତର୍ଜାତୀୟ “ଫାସିନେସନ୍ ଅଫ୍ ପ୍ଲାଂଟସ୍ ଡେ (ଏଫ୍ଓପିଡି-୨୦୨୬)” ୱେବିନାର ଆୟୋଜିତ ହୋଇଯାଇଛି । ୱେବିନାରଟି ସଫଳତାର ସହ ସଂପନ୍ନ ହୋଇଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗବେଷଣା ସଂସ୍ଥାରୁ ୨୨୫ରୁ ଅଧିକ ପ୍ରତିନିଧି ସାମଲି ହୋଇଥିଲେ ।
ଏହି ୱେବିନାରଟି ମଲିକ୍ୟୁଲାର ବାୟୋଲୋଜି ଓ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ବେଳେ ଡ଼କ୍ଟର ମଧୁସ୍ମିତା ପାଣିଗ୍ରାହୀଙ୍କ ନେତୃତ୍ୱରେ ଡକ୍ଟର ଆଲୋକ କୁମାର ପଣ୍ଡା, ଡକ୍ଟର ପ୍ରକାଶ କୁମାର ବେହେରା ଓ ପିଏଚ୍ଡି ଗବେଷିକା ମମତା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନଲାଇନ୍ କାର୍ଯ୍ୟକ୍ରମର ଟେକ୍ନିକାଲ୍ ସମନ୍ୱୟ ଡକ୍ଟର ଅଂଶୁମାନ ଜେନା ଓ ଡକ୍ଟର ରାଜୀବ କୁମାର ବେହେରା ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମର ଆରମ୍ଭରେ କୃଷି ବିଜ୍ଞାନ ଅନୁଷ୍ଠାନର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେଇ କୃଷି ବିକାଶ ଓ ବିଶ୍ୱ ଖାଦ୍ୟ ସୁରକ୍ଷା ପାଇଁ ଉଦ୍ଭିଦ ବିଜ୍ଞାନ ଗବେଷଣାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
ପ୍ରଥମ ଦିନରେ ପ୍ରଫେସର ଜ୍ଞାନ ରଞ୍ଜନ ରାଉତ “ପ୍ଳାଂଟ କନ୍ଜରଭେସନ୍, ଡାଇଭରସିଟି ଆଣ୍ଡ ୟୁଟିଲାଇଜେସନ୍” ବିଷୟରେ ଆଲୋଚନା କରିଥିବା ବେଳେ ଆଇସିଏଆର-ନ୍ୟାସ୍ନାଲ୍ ରିସର୍ଚ୍ଚ ସେଂଟର ଅଲ୍ ଲିଚି ଡ଼. ସୁବଲକ୍ଷ୍ମୀ ପଲେଇ ଜଳବାୟୁ ସହନଶୀଳତା ଓ ଖାଦ୍ୟ ସୁରକ୍ଷା ପାଇଁ ଉନ୍ନତ ଉଦ୍ୟାନ କୃଷି ପ୍ରଯୁକ୍ତି ବିଷୟରେ ବ୍ୟାଖ୍ୟାନ ଦେଇଥିଲେ । ସେହିପରି ସଦର୍ଣ୍ଣ ଫେଡେରାଲ୍ ୟୁନିଭର୍ସିଟି ଡ଼. ସ୍ୱର୍ଣ୍ଣେନ୍ଦ୍ର ବ୍ୟାନାର୍ଜୀ ନାନୋ ରିମେଡିଏସନ୍ ମାଧ୍ୟମରେ ଉଦ୍ଭିଦରେ ଷ୍ଟେ୍ରସ୍ ପରିଚାଳନା ଓ ଉତ୍ପାଦନ ବୃଦ୍ଧିରେ ଜିଙ୍କ-ଅrାଇଡ୍ ନାନୋପାର୍ଟିକଲର ଭୂମିକା ବିଷୟରେ ମତ ପ୍ରକାଶ କରିଥିଲେ ।
ଦ୍ୱିତୀୟ ଦିନରେ ନାଇଜର, ଗିତମ ଏବଂ ସୋଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଉଦ୍ଭିଦ ଜୀବ ବିଜ୍ଞାନ, ଜିନେଟିr, ଫସଲ ଉନ୍ନତି, ରୋଗ ଓ ପୋକ ପରିଚାଳନା ସହ ଧାନରେ ଲୋ-ଲାଇଟ୍ ସହନଶୀଳତା ଭଳି ବିଷୟରେ ଆଲୋଚନା କରିଥିଲେ ।
ଏହି ୱେବିନାରର ଉଦ୍ଦେଶ୍ୟ ରହିଥିଲା ଖାଦ୍ୟ ସୁରକ୍ଷା, ଜଳବାୟୁ ପରିବର୍ତନ, କୃଷି ଓ ପରିବେଶ ସୁରକ୍ଷା ପରି ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ସମାଧାନରେ ଉଦ୍ଭିଦ ବିଜ୍ଞାନର ଗୁରୁତ୍ୱ ସଂପର୍କରେ ସଚେତନତା ସୃଷ୍ଟି କରିବା । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷାବିଦ୍ ଓ ବୈଜ୍ଞାନିକମାନଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ।

 

0
0
0
s2sdefault