ହେଡଲାଇନସ୍:

ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ତାଲିମ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତାଲିକାରୁ ଉପଯୁକ୍ତ ଭୋଟର ଯେପରି ବାଦ୍ ନପଡନ୍ତି

ଓଡ଼ିଗାଁ ୨୬।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସମ୍ମିଳନୀ କକ୍ଷରେ ନୟାଗଡ଼ ଓ ରଣପୁର ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜର ମାନଙ୍କୁ ନେଇ ମଙ୍ଗଳବାର ସ୍ୱତନ୍ତ୍ର ସଘନ ସଂଶୋଧନ ତାଲିମ -୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ କାର୍ଯ୍ୟକ୍ରମରେ ଓଡ଼ଗାଁ ବିଡ଼ିଓ ପ୍ରିତିବାଳା ରଣା ଓ ତହସିଲଦାର ଡ.ମାନସରଞ୍ଜନ ଭୋଇ ଯୋଗଦେଇ ବିଏଲ୍ଓ ମାନେ ଘର ଘର ବୁଲି ତା ୩୦.୫.୨୬ ରିଖ ଠାରୁ ତା ୨୮.୬.୨୬ ରିଖ ପର୍ଯ୍ୟନ୍ତ ଭୋଟରମାନଙ୍କୁ ଫର୍ମ ବଣ୍ଟନ କରି କିପରି ଉପଯୁକ୍ତ ତଥ୍ୟ ସଂଗ୍ରହ କରିବେ,ସେ ବିଷୟରେ ବିଷଦ ଭାବରେ ବୁଝାଇଥିଲେ।ଏବଂ ବିଏଲ୍ଓ ମାନଙ୍କୁ ସହଯୋଗ ପାଇଁ ପାଞ୍ଚ ଜଣ ଲେଖାଏଁ ସରକାରୀ କର୍ମଚାରୀଙ୍କୁ ସ୍ବେଚ୍ଛାସେବୀ ଭାବରେ ନିୟୋଜିତ କରାଯାଇଛି।ଏହି କାର୍ଯ୍ୟକ୍ରମ କିପରି ଅନାୟାସରେ ସଫଳ ହେବ ସେଥିପାଇଁ ସଭିଏଁ ଭୋଟର ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ଯେପରି କୌଣସି ଉପଯୁକ୍ତ ଭୋଟର ତାଲିକାରୁ ବାଦ୍ ନପଡନ୍ତି, ସେଥିପାଇଁ ଗୁରୁତ୍ୱ ଦେବା ସହିତ ନୂତନ ଭୋଟର ମାନଙ୍କୁ ଯୋଗ କରିବା ପାଇଁ ଅତିରିକ୍ତ ନିର୍ବାଚନ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ।ଯେଉଁ ବିଦେଶୀ ଭୋଟରମାନେ ଉପଯୁକ୍ତ ପ୍ରମାଣ ଦେଖେଇ ପାରିବେ ନାହିଁ, ସେମାନେ ଭୋଟରତାଲିକାରୁ ବାଦ୍ ପଡିବାର ସମ୍ଭାବନା ରହିଛି।ଏଥିପାଇଁ ୧୧ଟି ତଥ୍ୟ (ଡକୁମେଣ୍ଟ୍)ର ଆବଶ୍ୟକତା ରହିଛି। ତେଣୁ ସେମାନେ ସ୍ଥାନୀୟ ବିଏଲ୍ଓଙ୍କ ଠାରୁ ଉକ୍ତ ଡକ୍ୟୁମେଣ୍ଟ୍ ବିଷୟରେ ବୁଝି ପ୍ରସ୍ତୁତ ରଖିବା ପାଇଁ ଅଧିକାରୀ ମାନେ ବୁଝାଇଥିଲେ। ସୂଚନା ଥାଉକି ସୋମବାର ସକାଳ ୮ଟା ବେଳେ ବିଡିଓଙ୍କ ଉପସ୍ଥିତିରେ ୨୦୧ ରୁ ୨୪୭ ବୁଥ ନମ୍ବର ପର୍ଯ୍ୟନ୍ତ ଏସ୍ ଆଇ ଆର ସମ୍ବନ୍ଧରେ ସମ୍ୟକ ଆଲୋଚନା କରିଥିଲେ।ଉକ୍ତ ତାଲିମ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ କଲ୍ୟାଣ ବିକାଶ ଅଧିକାରୀ ଲହଡ଼ିମାଳା ପ୍ରଧାନ,ଅଙ୍ଗନବାଡ଼ି ସୁପରଭାଇଜର ଏବଂ ସମସ୍ତ ବିଏଲ୍ଓ ସୁପରଭାଇଜରମାନେ ଉପସ୍ଥିତ ଥିଲେ।ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ବିଶ୍ୱଜିତ୍ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରଞ୍ଜନ କୁମାର ଦାଶ, ଦେବାଶିଷ ଦାଶ,ସୁଶେନ୍ଦୁ ଷଡ଼ଙ୍ଗୀ ଓ ଲଳିତ ମୋହନ ମିଶ୍ର ସହଯୋଗ କରିଥିଲେ।

0
0
0
s2sdefault