ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାରା ରାଜ୍ୟ ତଥା ଦେଶରେ ଆଜି ମହିଳା ନିର୍ଯାତନା ବୃଦ୍ଧି ପାଇଛି। ନିରୀ ନିର୍ଯ୍ୟାତନା ତାଲିକାରେ ଶୀର୍ଷରେ ପହଞ୍ଚି ଓଡ଼ିଶା , ବିଜେପି ସରକାରରେ ନାରୀର ସୁରକ୍ଷା ନାହଁ। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ , ଦରଦାମ ଆକାଶ ଛୁଆଁ ହୋଇଛି। ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛ ବିଜୁ ମହିଳା ଜନତା ଦଳ।
ଏଥିସହ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ , ମହିଳାଙ୍କୁ ସୁରକ୍ଷା ପ୍ରଦାନ ସହ ମହିଳାଙ୍କ ନିମନ୍ତେ ନିଯୁକ୍ତି ସୃଷ୍ଟି କରିବା ଦାବିରେ ଆଜି ଗଜପତି ବିଜୁ ମହିଳା ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ହଜାର ହଜାର ମହିଳା ଓ ପୁରୁଷ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
କାର୍ଯକ୍ରମରେ ବିଧାୟକ ଇଂ ରୁପେଶ ପାଣିଗ୍ରାହୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ , ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ , ପୌରାଧ୍ୟକ୍ଷା ନିର୍ମଳା ସେଠୀ , ଜିଲ୍ଲା ମହିଳା ବିଜେଡ଼ି ସଭାପତି ସଂଯୁକ୍ତା ବେହେରା , କାଶୀନଗର , ଗୁମ୍ମା ବ୍ଲକ ଅଧ୍ୟକ୍ଷା , ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ପ୍ରମୁଖଙ୍କ ନେତୃତ୍ୱରେ ଜିଳ୍ଲାର କୌଣଅନୁକୋଣରୁ ହଜାର ହଜାର ସଂଖ୍ୟାରେ ବିଜେଡ଼ି ମହିଳା କର୍ମୀ ସାମିଲ ହୋଇଥିଲେ।
ରାଜ୍ୟ
ଗଜପତି ଜିଲ୍ଲା ରେ ବିଜେଡି ପକ୍ଷରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଧାୟକ
- Hits: 38







